ETV Bharat / bharat

‘ପଶୁ ଭଳି ଶିଶୁ ଜନ୍ମ କରିବା ଦେଶ ପାଇଁ ହାନିକାରକ’ - ୱାସିମ ରିଜଭି

ଉତ୍ତରପ୍ରଦେଶର ସିୟା ସେଣ୍ଟ୍ରାଲ ୱାକଫ ବୋର୍ଡର ଅଧ୍ୟକ୍ଷ ୱାସିମ ରିଜଭି ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ଦେଇଛନ୍ତି ବିବାଦୀୟ ବୟାନ । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Jan 21, 2020, 4:11 AM IST

Updated : Jan 21, 2020, 9:47 AM IST

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସିୟା ସେଣ୍ଟ୍ରାଲ ୱାକଫ ବୋର୍ଡର ଅଧ୍ୟକ୍ଷ ୱାସିମ ରିଜଭି ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ବିବାଦପୂର୍ଣ୍ଣ ବୟାନ ଦେଇଛନ୍ତି । ଦେଶର ଭଲ ପାଇଁ ଜନସଂଖ୍ୟା ନିୟନ୍ତ୍ରଣ କାନୁନ ଲାଗୁ ହେବା ଜରୁରୀ ବୋଲି ମତ କହିଛନ୍ତି ୱାସିମ ରିଜଭି ।

wasim rizvi statement on population control
ଫଟୋ ସୌଜନ୍ୟ: ଟ୍ବିଟର

ସେ ଆହୁରି କହିଛନ୍ତି ଯେ, କିଛି ଲୋକଙ୍କ ମତରେ ଶିଶୁ ଜନ୍ମ ପ୍ରାକୃତିକ ପ୍ରକ୍ରିୟା ଓ ଭଗବାନଙ୍କ ଦାନ । ଏଥିରେ କୌଣସି ପ୍ରକାର ହସ୍ତକ୍ଷେପ କରିବା ଉଚିତ୍ ନୁହେଁ । ମାତ୍ର ପଶୁ ଭଳି ଛୁଆ ଜନ୍ମ କରିବା ସମାଜ ଓ ଦେଶ ପାଇଁ ହାନିକାରକ । ତେଣୁ ଜନସଂଖ୍ୟା ନିୟନ୍ତ୍ରଣ କାନୁନ ପୁରା ଦେଶରେ ଲାଗୁ ହେବା ଆବଶ୍ୟକ ।

ଉଲ୍ଲେଖଯୋଗ୍ୟ ଯେ, ନାଗରିକତା ସଂଶୋଧନ କାନୁନକୁ ନେଇ ବିରୋଧ ପ୍ରଦର୍ଶନ ମଧ୍ୟରେ ସରକାର ଜନସଂଖ୍ୟା ନିୟନ୍ତ୍ରଣ କାନୁନ ଆଣିବା ବିଚାର ଆରମ୍ଭ କରିସାରିଲେଣି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତବର୍ଷ ଲାଲକିଲ୍ଲାରେ ସମ୍ବୋଧନ କରିବା ସମୟରେ ଜନସଂଖ୍ୟା ମୁଦ୍ଦାକୁ ଉଠାଇଥିଲେ ।

ଅନ୍ୟପକ୍ଷେ ଆରଏସଏସ ମଧ୍ୟ ଜନସଂଖ୍ୟାକୁ ନିଜ ଏଜେଣ୍ଡାରେ ସାମିଲ କରିସାରିଲାଣି । ଆରଏସଏସ ମୁଖ୍ୟ ମୋହନ ଭାଗବତ ଜନସଂଖ୍ୟା ନିୟନ୍ତ୍ରଣ ନେଇ କାନୁନ ଆଣିବା କଥା ଉଠାଇଥିଲେ ।

Intro:Body:

BLANK

Conclusion:
Last Updated : Jan 21, 2020, 9:47 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.