ETV Bharat / bharat

ବିଜେପି ଭୀଷ୍ମ ପିତାମହଙ୍କ ପାଇଁ ଶତୃଘ୍ନଙ୍କ ଦୁଃଖ - ଶତ୍ରୁଘ୍ନ

ଚଳିତବର୍ଷ ପାଟନା ସାହିବରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢୁଥିବା ବିଜେପିର ପୂର୍ବନେତା ଶତ୍ରୁଘ୍ନ ସିହ୍ନା ଦାବି କରିଛନ୍ତି ଯେ, ଯେତେବେଳେ ସେ ବିଜେପିର ଭୀଷ୍ମ ପିତାମହ କୁହାଯାଉଥିବା ଲାଲକୃଷ୍ଣ ଆଡଭାନୀଙ୍କୁ ଦଳ ଛାଡିବା କଥା କହିଥିଲେ, ସେତେବେଳେ ତାଙ୍କ ଆଖିରେ ଲୁହ ଆସି ଯାଇଥିଲା ।

ଫାଇଲ ଫଟୋ
author img

By

Published : May 15, 2019, 1:33 PM IST

ନୂଆଦିଲ୍ଲୀ: ବିଜେପିରେ ବରିଷ୍ଠଙ୍କୁ ଅଣଦେଖା କରାଯାଉଛି । ଭାରତୀୟ ଜନତା ପାର୍ଟି ଦଳ ଛାଡିବା ନେଇ ମୁହଁ ଖୋଲିଲେ ଶତ୍ରୁଘ୍ନ ସିହ୍ନା । ଚଳିତବର୍ଷ ପଟନା ସାହିବରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢୁଥିବା ବିଜେପିର ପୂର୍ବନେତା ଶତ୍ରୁଘ୍ନ ସିହ୍ନା ଦାବି କରିଛନ୍ତି ଯେ, ଯେତେବେଳେ ସେ ବିଜେପିର ଭୀଷ୍ମ ପିତାମହ କୁହାଯାଉଥିବା ଲାଲକୃଷ୍ଣ ଆଡଭାନୀଙ୍କୁ ଦଳ ଛାଡିବା କଥା କହିଥିଲେ, ସେତେବେଳେ ତାଙ୍କ ଆଖିରେ ଲୁହ ଆସିଯାଇଥିଲା ।

ଏହି କଥା ସେ ଏକ ଟିଭି ସାକ୍ଷାତକାରରେ କହିଛନ୍ତି । ସେ ଯେତେବେଳେ ନିଜ ପଲିଟିକାଲ କ୍ୟାରିୟରର ନୂଆ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ, 'ସେହି ସମୟରେ ଆଡଭାନୀଙ୍କ ଆର୍ଶୀବାଦ ନେବାକୁ ପହଞ୍ଚିଥିଲେ । ସେ ମଧ୍ୟ ତାଙ୍କୁ ଶୁଭକାମନା ଦେବା ସହ ଟିକେ ଭାବୁକ ହୋଇଯାଇଥିଲେ । ମୋ ନିଷ୍ପତ୍ତିରେ ମୋତେ ବାଧା ଦେଇ ନଥିଲେ ମଧ୍ୟ ତାଙ୍କ ଆଖିଲେ ଲୁହ ଆସିଯାଇଥିଲା' ।

ତେବେ ଚଳିତ ଲୋକସଭା ନିର୍ବାଚନରେ ଗାନ୍ଧୀନଗରରରୁ ବିଜେପି ପକ୍ଷରୁ ଆଡଭାନୀଙ୍କ ସ୍ଥାନରେ ପାର୍ଟି ଅଧ୍ୟକ୍ଷ ଅମିତ ଶାହାଙ୍କୁ ଟିକେଟ ଦିଆଯାଇଥିଲା । ଯାହାକୁ ନେଇ ସିହ୍ନା ଖୋଲାଖୋଲି ଆଲୋଚନା କରିଥିଲେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅଟଳ ବିହାରୀ ବାଜପେୟୀଙ୍କ ସମୟ ଆଉ ଆଜି ସମୟ ମଧ୍ୟରେ ବହୁତ ଫରକ ରହିଛି । ସେତେବେଳେ ଲୋକତନ୍ତ୍ର ଥିଲା, ମାତ୍ର ଆଜି ଏହା ଦଳରେ ନାହିଁ । ସେ ଆଡଭାନୀଙ୍କ ଉଦାହରଣ ଦେଇ କହିଥିଲେ ଯେ, ଆଜି ବିଜେପି ନିଜ ବରିଷ୍ଠ ନେତାଙ୍କ ସହ ଭଲ ବ୍ୟବହାର କରୁନାହିଁ ।

Intro:Body:

prabir 1

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.