କେରଳ: କଂଗ୍ରେସ ନେତା ତଥା ସାଂସଦ ଶଶି ଥରୁର୍ ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ବର୍ତ୍ତମାନ ତିରୁଅନନ୍ତପୁରମ୍ରୁ ସାଂସଦ ଥିବା ଥରୁର୍ ପୁଣିଥରେ ସେଠାରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି। ଆଜି ନିଜ ସମର୍ଥକଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ପହଞ୍ଚି ସେ ନାମାଙ୍କନ ଭରିଛନ୍ତି।
ଗତ 2 ଥର ଏହି ନିର୍ବାଚନମଣ୍ଡଳୀରୁ ଜିତିଥିବା ଥରୁର୍ ହ୍ୟାଟ୍ରିକ୍ ଲକ୍ଷ୍ୟରେ ଅଛନ୍ତି। ତାଙ୍କ ବିପକ୍ଷରେ ବିଜେପି ପ୍ରାର୍ଥୀ ଅଛନ୍ତି କୁମ୍ମନମ ରାଜଶେଖରନ୍। ଏହାସହ ତୃତୀୟ ପ୍ରାର୍ଥୀ ଭାବେ ସିପିଆଇର ସି ଦିଭାକରନ ମୈଦାନକୁ ଓହ୍ଲାଇଛନ୍ତି। ଗତଥର ଏଠାରେ ଶଶି 15, 470 ଭୋଟ୍ରେ ବିଜୟୀ ହୋଇଥିଲେ। 2014ରେ ସେ 2 ଲକ୍ଷ 97 ହଜାର 806 ଭୋଟ ପାଇଥିଲେ।
Kerala: Congress leader Shashi Tharoor files nomination from Thiruvananthapuram Parliamentary Constituency. pic.twitter.com/0DsoGavMpZ
— ANI (@ANI) April 1, 2019 " class="align-text-top noRightClick twitterSection" data="
">Kerala: Congress leader Shashi Tharoor files nomination from Thiruvananthapuram Parliamentary Constituency. pic.twitter.com/0DsoGavMpZ
— ANI (@ANI) April 1, 2019Kerala: Congress leader Shashi Tharoor files nomination from Thiruvananthapuram Parliamentary Constituency. pic.twitter.com/0DsoGavMpZ
— ANI (@ANI) April 1, 2019
ସେତେବେଳେ ତାଙ୍କ ବିପକ୍ଷରେ ବିଜେପି ପ୍ରାର୍ଥୀ ଥିଲେ ଓ ରାଜଗୋପାଳ। ସେ 2 ଲକ୍ଷ 82 ହଜାର 336 ଖଣ୍ଡ ଭୋଟ୍ ପାଇଥିଲେ। ତେବେ ଏଥର ଥରୁର୍ଙ୍କ ବିରୋଧରେ ଉଭୟ ଦଳର ନୂଆ ପ୍ରାର୍ଥୀ ଛିଡା ହୋଇଛନ୍ତି। ନିକଟରେ ସୁନନ୍ଦା ପୁଷ୍କର ମାମଲାରେ ଦିଲ୍ଲୀ ପଟିଆଲା ହାଉସ ଶଶିଙ୍କ ଶୁଣାଣି ଏପ୍ରିଲ 12 ଯାଏଁ ସ୍ଥଗିତ ରଖିଥିବାରୁ ନିର୍ବାଚନ ପୂର୍ବରୁ ଏହା ଥରୁର୍ଙ୍କ ପାଇଁ ବିପଦ ଆଣିପାରେ ବୋଲି ଆଶା କରାଯାଉଛି।