ETV Bharat / bharat

ବିଜେପି ନେତାଙ୍କୁ ହତ୍ୟା କରିବାକୁ ଆସିଥିବା ସୁଟର କୋରୋନା ସଂକ୍ରମିତ

author img

By

Published : Aug 20, 2020, 5:56 PM IST

ଗୁଜରାଟ ପୋଲିସର ଆତଙ୍କବାଦ ନିରୋଧୀ ସ୍କ୍ବାଡ (ଏଟିଏସ) 24 ବର୍ଷିୟ ଶେଖକୁ ମଙ୍ଗଳବାର କାବୁ କରିଥିଲା । ଗୋପନୀୟ ତଥ୍ୟ ଆଧାରରେ ଏଟିଏସ୍ ଅଭିଯୁକ୍ତକୁ କାବୁ କରିଥିଲା ​​।

ବିଜେପି ନେତାଙ୍କୁ ହତ୍ୟା କରିବାରୁ ଆସିଥିବା  ଶୁଟର କୋରୋନା ସଂକ୍ରମିତ

ଅହମଦାବାଦ: ଗୁଜୁରାଟରେ ବିଜେପି ନେତାଙ୍କୁ ହତ୍ୟା କରିବାକୁ ଆସିଥିବା ଛୋଟା ଶକିଲ ଗ୍ୟାଙ୍ଗର ଶୁଟର ଇରଫାନ ଶେଖ କୋରୋନା ଭାଇରସରେ ସଂକ୍ରମିତ ହୋଇଛି। ଗୁଜରାଟ ପୋଲିସର ଆତଙ୍କବାଦ ନିରୋଧୀ ସ୍କ୍ବାଡ (ଏଟିଏସ) 24 ବର୍ଷିୟ ଶେଖକୁ ମଙ୍ଗଳବାର କାବୁ କରିଥିଲା । ଗୋପନୀୟ ତଥ୍ୟ ଆଧାରରେ ଏଟିଏସ୍ ଅଭିଯୁକ୍ତକୁ କାବୁ କରିଥିଲା ​​। ଏଟିଏସ ଅନୁଯାୟୀ ତାକୁ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଛୋଟା ଶକିଲ ବିଜେପି ନେତାମାନଙ୍କୁ ହତ୍ୟା କରିବା ପାଇଁ ସୁପାରି ଦେଇଥିଲା ।

ତେବେ ଗିରଫ ପରେ ଚିକିତ୍ସା ପାଇଁ ତାକୁ ସହରର ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସୁସ୍ଥ ହେବା ପରେ ତାକୁ ଡିସଚାର୍ଜ କରାଯିବ ଏବଂ ଆନୁଷ୍ଠାନିକ ଭାବେ ଗିରଫ କରାଯିବ ବୋଲି ଏଟିଏସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ତେବେ ତାକୁ ଧରିଥିବା ଏଟିଏସ୍‌ ଟିମ୍‌ର ସଦସ୍ୟ ସଂଗରୋଧରେ ରହିବେ ବୋଲି ଜଣାପଡିଛି ।

'ଶାର୍ପସୁଟର' ଇରଫାନ ଶେଖକୁ ଛୋଟା ଶକିଲ ପୂର୍ବତନ ଗୃହମନ୍ତ୍ରୀ ଗୋରଧନ ଜଡାଫିଆଙ୍କ ସମେତ ବିଜେପି ନେତାମାନଙ୍କୁ ହତ୍ୟା କରିବା ପାଇଁ ପଠାଇଥିବାର ଅଭିଯୋଗ ହୋଇଛି। 2002 ଦଙ୍ଗା ସମୟରେ ଜଡାଫିଆ ଗୃହମନ୍ତ୍ରୀ ଥିଲେ। ଏହାପୂର୍ବରୁ ଗୁଜୁରାଟର ପୂର୍ବତନ ଗୃହମନ୍ତ୍ରୀ ହାରେନ ପାଣ୍ଡ୍ୟାଙ୍କୁ ମଧ୍ୟ ମାର୍ଚ୍ଚ 2003 ରେ ଗୁଳି କରି ହତ୍ୟା କରାଯାଇଥିଲା। ତାଙ୍କ ହତ୍ୟା ଗୋଧରା ଦଙ୍ଗାର ପ୍ରତିଶୋଧ ବୋଲି କୁହାଯାଉଥିଲା ।

ତେବେ ଏକ ସୂଚନା ଆଧାରରେ ମଙ୍ଗଳବାର ବିଳମ୍ବିତ ରାତିରେ ଏଟିଏସ୍ ଟିମ୍ ଅହମଦାବାଦରେ ଥିବା ଏକ ହୋଟେଲ ଉପରେ ଚଢାଉ କରି ମୁମ୍ବାଇର ବାସିନ୍ଦା ଶେଖଙ୍କୁ କାବୁ କରିଥିଲା । ଶେଖର ମୋବାଇଲ ଫୋନରେ ଜଡାଫିଆଙ୍କ ସୂଚନା ଏବଂ ରାଜ୍ୟ ବିଜେପି ମୁଖ୍ୟାଳୟର ଏକ ଭିଡିଓ ମିଳିଥିବା ଅଧିକାରୀ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.