ETV Bharat / bharat

ମହାରାଷ୍ଟ୍ର କଳି: ସୋମବାର ବଦଳିପାରେ ଚିତ୍ର!

ଆସନ୍ତା ସୋମବାର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବାକୁ ଯାଉଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର ।

author img

By

Published : Nov 2, 2019, 5:15 PM IST

ସୋନିଆ ଗାନ୍ଧିଙ୍କୁ ଭେଟିବାକୁ ଯାଉଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ବାହାରିବାର ଗୋଟିଏ ସପ୍ତାହ ବିତି ସାରିଲାଣି ହେଲେ ଏବେ ସୁଦ୍ଧା ଜାରି ରହିଛି ମୁଖ୍ୟମନ୍ତ୍ରୀ ପଦ ପାଇଁ ଛକାପଞ୍ଝା । ମୁଖ୍ୟମନ୍ତ୍ରୀ ପଦକୁ ପାଇଁ ବିଜେପି-ଶିବସେନା ଭିତରେ ଲଢେଇ ଚାଲିଥିବା ବେଳେ, ରାଜ୍ୟର ଅନ୍ୟ ଦୁଇ ମୁଖ୍ୟ ଦଳ କଂଗ୍ରେସ ଓ ଏନସିପି ସରକାର ଗଢିବା ନେଇ ଚଳାଇଛନ୍ତି ମନ୍ତ୍ରଣା । ଏପରିକି ଶିବସେନାକୁ ସମର୍ଥନ ଦେଇ ସରକାର ଗଠନ ପାଇଁ ଏହି ଦୁଇ ଦଳଙ୍କ ପକ୍ଷରୁ ଦିଆଯାଇଛି ପ୍ରସ୍ତାବ।

ରାଜ୍ୟରେ ଚାଲିଥିବା ହାଇଭୋଲଟେଜ ପଲଟିକାଲ ଡ୍ରାମା ମଧ୍ୟରେ ଏକ ରୋଚକ ଖବର ସାମ୍ନାକୁ ଆସିଛି। ଆସନ୍ତା ସୋମବାର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିବାକୁ ଯାଉଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର ।

ତେବେ ଗତକାଲି ଦିଲ୍ଲୀରେ କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟିଥିଲେ ମହାରାଷ୍ଟ୍ର କଂଗ୍ରେସ ନେତା । ଏହି ବୈଠକ ପରେ ଦଳର ଜଣେ ନେତା କହିଛନ୍ତି, "ଆପେକ୍ଷା କର ଓ ଦେଖ, ପରିସ୍ଥିତ କଣ ହେଉଛି, ଆମେ ବି କରୁଛୁ । କାରଣ ଆସନ୍ତା ନଭେମ୍ବର 4 ସୋମବାର ଦଳର ମୁଖିଆଙ୍କୁ ଭେଟିବାକୁ ଆସିପାରନ୍ତି ଏନସିପି ମୁଖ୍ୟ । ଏହି ବୈଠକ ପରେ ଚୂଡାନ୍ତ ହେବ ଆମେ ଶିବସେନକୁ ସମର୍ଥନ କରିବୁ କି ନାହିଁ । "

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଶିବସେନା ୫୦-୫୦ ଫର୍ମୁଲାକୁ ନେଇ ଜିଦରେ ଅଟଳ ଥିବା ବେଳେ ଏହାକୁ ଖଣ୍ଡନ କରୁଛି ବିଜେପି । ଦଳର ମୁଖ୍ୟମନ୍ତ୍ରୀ ଚେହେରା ଦେବେନ୍ଦ୍ର ଫଡନାଭିସ୍ ଅଢେଇ ବର୍ଷିଆ ପ୍ରସ୍ତାବକୁ ଖଣ୍ଡନ କରି ସେ ପୁଣି ଥରେ ରାଜ୍ୟ ସରକାରର ନେତୃତ୍ବ ନେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଚଳିତ ବିଧାନସଭା ନିର୍ବାଚନ ଫଳାଫଳ ପରେ ୨୮୮ ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ୧୦୫ ଆସନ ଜିତିଛି । ଶିବସେନା ୫୬ଟି ଆସନରେ ବିଜୟୀ ହୋଇଥିଲା । ଏହାସହ ବିରୋଧୀ କଂଗ୍ରେସକୁ 44 ଓ ତାର ସହଯୋଗୀ ଏନସିପିକୁ 54ଟି ଆସନ ମିଳିଛି । ଏବେ ଶିବସେନା ସରକାର ଗଠନ କରିବ ପାଇଁ ଏନସିପି ଓ କଂଗ୍ରେସର ସମର୍ଥନ ଯୋଗାଡ କରିବା ଉପରେ ବିଚାରବିମର୍ଶ କରୁଛି ।

ଟ୍ରକ କୁ ଲୁଟିବା ପଡିଲା ମଗଙ୍ଗା । ଅନୁଗୋଳ ପୋଲିସ ହାତରେ ଧାରା ପଡିଲେ ୯ ଜଣିଆ ଲୁଟେରା ଗ୍ୟାଙ୍ଗ । ଏମାନଙ୍କ ମଧ୍ୟରେ ୩ ଜଣ ଅଛନ୍ତି ନା ବାଳକ ।  ଲୁଟେରା ମାନେ ହେଲେ ଅନୁଗୋଳ ଥାନା ରାଜକିଶୋରପଡ଼ାର ବାପି ଓରଫ ପ୍ରକାଶ ବେହେରା , ସୌଭାଗ୍ୟନଗରର ଦୀପୁ ଓରଫ ଦୀପକ ବେହେରା ଓ ବିଷ୍ଣୁ ବେହେରା, ହେମସୁରପଡ଼ା ମୋଚି ସାହିର ପାପୁଲ ବାରିକ, ସୁଇପର କଲୋନୀର ମନ ମୁଖୀ, ଓ ଜରାସିଂହା ଗାଁ ର ଜଗା ଓରଫ ଜଗନ୍ନାଥ ସାହୁ ଙ୍କ ସହ ହେମସୁରପଡାର ୩ ନା ବାଳକ । ଏମାନେ ଗତ ୧୮ ତାରିଖ ବିଳମ୍ବିତ ରାତ୍ରି ରେ ଜିନ୍ଦଲ କୁ କଞ୍ଚା ମାମଲ ନେଇ ଯାଇଥିବା ଏକ ଟ୍ରକ କୁ ଅଟକାଇ ଡ୍ରାଇଭକୁ ବନ୍ଧୁକ ମୁନରେ ଲୁଟିଥିଲେ । ତା ପାଖରେ ଥିବା ଟଙ୍କା ଓ ମୋବାଇଲ ଲୁଟିନେବା ସହ ମାଡ ମଧ୍ୟ ମାରିଥିଲେ । ଟ୍ରକ୍‌ ଡ୍ରାଇଭର ଅଭିଯୋଗ ଆଧାରରେ ପୋଲିସ ଏମାନଙ୍କୁ ଗିରଫ କରିଛି । ଏମାନେ ପୂର୍ବରୁ ଏହିଭଳି କମ୍ପାନୀ କୁ ଯାଇଥିବା ଟ୍ରକ ଗୁଡିକୁ ଟାର୍ଗେଟ କରି ଲୁଟପାଟ କରୁଥିଲେ । ପୋଲିସ ଏମାନଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ ସହ ଛୁରି, ଦୁଇଟି ମୋବାଇଲ ଓ ନଗଦ ୭ ହଜାର ୫ ଶହ ଟଙ୍କା ଯବଦ କରିଛି । 

Visual On FTP

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.