ETV Bharat / bharat

ପରିଚୟ ଖୋଜୁଛି ପର୍ଯ୍ୟଟନସ୍ଥଳୀ ‘ସାଙ୍ଗଡ ମୈଦାନ’ - ନ୍ୟାସନାଲ ପାର୍କ

ଗମନା ଗମନର ଅସୁବିଧା ହେତୁ ନଜର ଆଢୁଆଳରେ ରହିଯାଉଛି ଅନେକ ପର୍ଯ୍ୟଟନସ୍ଥଳୀ ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Jul 28, 2019, 7:10 PM IST

Updated : Jul 28, 2019, 7:29 PM IST

ସିମଲା: ଭାରତ ଏକ ଏମିତି ଦେଶ ଯେଉଁଠି ପ୍ରକୃତି ତାର ସମସ୍ତ ସୌନ୍ଦର୍ଯ୍ୟକୁ ଅଜାଡି ଦେଇଛି । ଏହାସହିତ 29ଟି ରାଜ୍ୟର ବିଭିନ୍ନ ସଂସ୍କୃତି ପରମ୍ପରା ଦେଶର ଶକ୍ତି ଓ ସୌନ୍ଦର୍ଯ୍ୟକୁ ଆହୁରି ବର୍ଦ୍ଧିତ କରିଥାଏ । ସେଥିମଧ୍ୟରୁ ଅପାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଥିବା ରାଜ୍ୟ ହିମାଚଳ ପ୍ରଦେଶ ଅନ୍ୟତମ । ଏଠାକାର ବରଫରେ ଆଚ୍ଛାଦିତ ପାହାଡ, ଉଚ୍ଚ ଦେବଦାରୁ ଗଛ, ନଦୀ, ହ୍ରଦ ସମସ୍ତ ପର୍ଯ୍ୟଟକଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ ।

Shagad
ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ହେଲେ ସବୁଠାରୁ ଦୁର୍ଭାଗ୍ୟର କଥା ହେଉଛି ଯେ, କିଛି ସ୍ଥାନ ରହିଛି ଯେଉଁଠିକୁ ପର୍ଯ୍ୟଟକମାନେ ଯିବା ସମ୍ଭବପର ହୋଇପାରୁଛି ତ ଅନ୍ୟ ସ୍ଥାନଗୁଡିକୁ ଗମନା ଗମନର ସୁବିଧା ନଥିବାରୁ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେବାରୁ ବଞ୍ଚିତ ହେଉଛନ୍ତି ପର୍ଯ୍ୟଟକ । ସେଥିମଧ୍ୟରୁ କୁଲ୍ଲୁ ଜିଲ୍ଲାର ସୌନ୍ଦର୍ଯ୍ୟ କିଛି ଭିନ୍ନ ରହିଛି । ଜିଲ୍ଲାରୁ 58 କିଲୋମିଟର ଦୂରରେ ରହିଛି ସାଙ୍ଗଡ ଗାଁ । ଏହା ପ୍ରଦେଶର ଅନ୍ତିମ ଶିଖରରେ ରହିଛି । ଏଠାରେ ରହିଛି ଏକ ବଡ ମୈଦାନ । ଯେଉଁଠି ସ୍ଥାନୟୀ ଦେବତା ଶଙ୍ଗଚୁଳ ମହାଦେବଙ୍କ ମନ୍ଦିର ରହିଛି । ତେବେ ଏଠାକାର ଲୋକଙ୍କର ବିଶ୍ବାସ ରହିଛି ଯେ, ଯଦି ଏଠି ଦେବତାଙ୍କ ନିତି ନିୟମକୁ ପାଳନ ନ କରାଯାଏ ଦେବ ଅଭିଶାପ ଲାଗିଥାଏ । ଏହି ଜମିର ଅଧା ଭାଗ ବ୍ରାହ୍ମଣ, ପୁଜାରୀ, ମୁଜାରୌ, ବଜନ୍ତରୀ ମାନଙ୍କୁ ଦିଆଯାଇଛି । ଆଉ ଅଧା ଗାଇ ଗୋରୁଙ୍କ ପାଇଁ ଖାଲି ଛଡାଯାଇଛି ।

ସାଙ୍ଗଡ ପଞ୍ଚାୟତ ବିଶ୍ବ ଐତିହ୍ୟ ଗ୍ରେଟ ହିମାଳୟନ ନ୍ୟାସନାଲ ପାର୍କ କ୍ଷେତ୍ରରେ ଥିବାରୁ ଏହା ପ୍ରସିଦ୍ଧ ଅଟେ । ତେବେ ଏହାର ସ୍ବଚ୍ଛତାକୁ ଦୃଷ୍ଟିରେ ରଖି ଏହି ମୈଦାନରେ ଅଳିଆ ଆବର୍ଜନା ଫୋପାଡିବା ବର୍ଜନ ଅଟେ । ଏହାସହ ଏଠାରେ ମନ୍ଦିର ଥିବାରୁ ମଦ ପିଇ ମନ୍ଦିରକୁ ଯିବା, ଚମଡା ବେଲ୍ଟ ଓ ଟୋପି ପିନ୍ଧିବାକୁ ମଧ୍ୟ ବାରଣ କରାଯାଇଛି । ଖାଲି ସେତିକି ନୁହେଁ ଏହି ସ୍ଥାନକୁ ସ୍ଥାନୀୟ ଲୋକଙ୍କ ପ୍ରବେଶ ନିଷିଦ୍ଧ କରାଯାଇଛି । ଏହା ସହ ଘୋଡାକୁ ମଧ୍ୟ ଉକ୍ତ ମୈଦାନକୁ ଯିବା ବାରଣ କରାଯାଇଛି ଯଦି କାହାର ଘୋଡା ଯାଏ ତେବେ ତାର ମାଲିକକୁ ଜୋରିମାନା ଦେବାକୁ ପଡିଥାଏ ।

ସାଙ୍ଗଡ ମୈଦାନର ଇତିହାସ ମହାଭାରତର ପାଣ୍ଡବଙ୍କ ଜୀବନୀ ସହ ଯୋଡି ହୋଇଛି । ସେହି ସମୟରେ ସେମାନେ କିଛି ଦିନ ପାଇଁ ଏହିଠାରେ ବାସ କରୁଥିଲେ । ଆଉ ଜୀବିକା ନିର୍ବାହ ପାଇଁ ମାଟି ପକାଇ ଚାଷବାସ ମଧ୍ୟ କରୁଥିଲେ । ଯାହା ଏବେ ସାଙ୍ଗଡ ମୈଦାନ ଭାବେ ପ୍ରସିଦ୍ଧ ଅଟେ । ଯଦି ଏହି ସ୍ଥାନକୁ ଗମନାଗମନର ସୁବିଧା କରାଯାଏ ତେବେ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବ ।

Intro:Body:

prabhu

Conclusion:
Last Updated : Jul 28, 2019, 7:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.