ETV Bharat / bharat

କୋଡଗୁରେ ଅଭାବନୀୟ ଘଟଣା: ଶବ ଦାହ ପାଇଁ 8 ହଜାର ଟଙ୍କା - karnataka flood

ହଜିଗଲା ମାନବିକତା। କର୍ଣ୍ଣାଟକର କୋଡଗୁ ଠାରେ ଭୁସ୍ଖଳନରେ ମୃ୍ତ୍ୟୁ ହୋଇଥିବା ଦୁଇ ମା-ଝିଅଙ୍କ ଶବ ସଂସ୍କାର ପାଇଁ ଶ୍ମଶାନ କର୍ତ୍ତୃପକ୍ଷ ମାଗିଲେ 8 ହଜାର ଟଙ୍କା ।

ସୌଜନ୍ୟ: ଇଟିଭି ଭାରତ
author img

By

Published : Aug 12, 2019, 10:10 AM IST

କୋଡଗୁ: କର୍ଣ୍ଣାଟକରେ ବନ୍ୟା ରଚିଛି ଧ୍ବସଂ ଲୀଳା । ଅନେକ ପାଣିରେ ଭାସି ଯାଇଥିବା ବେଳେ ଅନେକ ଶିକାର ହୋଇଛନ୍ତି ଭୁସ୍ଖଳନର । ଶନିବାର ବିରାଜପେଟ ଠାରେ ଏକ ପାହାଡ ଧସି ଯିବାରୁ 2 ଜଣଙ୍କର ମୃତ୍ୟ ହୋଇଥିବା ବେଳେ ଆଉ 8 ଜଣ ନିଖୋଜ ଅଛନ୍ତି ।

ତେବେ ଏହି ଘଟଣା ପରେ ଏହାକୁ ନେଇ ଘଟିଛି ଆଉ ଏକ ଅଭାବନୀୟ ଘଟଣା । ଘଟଣାରେ ମୃତ ହୋଇଥିବା ମାଆ ମମତା ଓ ଝିଅ ଲିଖିତାଙ୍କ ଅନ୍ତିମ ସଂସ୍କାର ପାଇଁ ପରିବାର ଲୋକେ ତାଙ୍କୁ ଶ୍ମଶାନକୁ ନେଇଥିଲେ। ସେଠାରେ ଶ୍ମଶାନ କର୍ତ୍ତୃପକ୍ଷ ଦାହ ସଂସ୍କାର ପାଇଁ 8 ହଜାର ଟଙ୍କା ମାଗିଥିଲେ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ବନ୍ୟାରେ ସର୍ବସ୍ବ ହରାଇଥିବା ମୃତକଙ୍କ ପରିବାର ବନ୍ୟା ଆଶ୍ରୟସ୍ଥଳୀରେ ରହୁଥିଲେ ଓ ତାଙ୍କ ପାଖରେ କିଛି ଟଙ୍କା ନଥିଲା । ଟଙ୍କା ନଦେଇ ପାରିବାରୁ ଶ୍ମଶାନ କର୍ତ୍ତୃପକ୍ଷ ଦାହ ସଂସ୍କାର ପାଇଁ ମନା କରିଦେଇଥିଲେ । ଦୁଃଖରେ କାନ୍ଦି ପକାଇଥିଲେ ମୃତକଙ୍କ ପରିବାର । ତେବେ ଘଟଣା ବିଷୟରେ ଖବର ପାଇବା ପରେ ଶ୍ମଶାନ ବିରୋଧରେ ମାମଲା ରୁଜୁ କରିଛି ପୋଲିସ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.