ETV Bharat / bharat

‘କଂଗ୍ରେସ ପାଇଲଟଙ୍କ ମହତ୍ତ୍ବ ବୁଝିଲାନି, ଗେହଲଟ୍ ବି ମୁଖ୍ୟମନ୍ତ୍ରୀ ରହିବେ ନାହିଁ’ - ଭାରତୀୟ ଜନତା ପାର୍ଟି

ରାଜସ୍ଥାନରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ କଂଗ୍ରେସ ଦଳ ଏକ ବଡ ନିଷ୍ପତ୍ତି ନେଇଛି। କଂଗ୍ରେସ ବିରୋଧି ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସଭାପତି ପଦରୁ ହଟାଇ ଦିଆଯାଇଛି। ଏହି କାର୍ଯ୍ୟ ପରେ ଭାରତୀୟ ଜନତା ପାର୍ଟିର ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି

sachin pilot
ସଚିନ ପାଇଲଟ
author img

By

Published : Jul 14, 2020, 3:42 PM IST

ଜୟପୁର: ରାଜସ୍ଥାନରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ କଂଗ୍ରେସ ଏକ ବଡ ନିଷ୍ପତ୍ତି ନେଇଛି। ବିରୋଧି ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସଭାପତି ପଦରୁ ହଟାଇ ଦିଆଯାଇଛି। ଏହି ନିଷ୍ପତ୍ତି ପରେ ଭାରତୀୟ ଜନତା ପାର୍ଟିର ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। କଂଗ୍ରେସ ସଚିନ ପାଇଲଟଙ୍କୁ ଅପମାନିତ କରିଛି ବୋଲି ବିଜେପି ନେତା ଶାହନୱାଜ ହୁସେନ୍‌ କହିଛନ୍ତି।

ଶାହନୱାଜ ହୁସେନ୍‌ କହିଛନ୍ତି ଯେ ରାଜସ୍ଥାନରେ କଂଗ୍ରେସରେ ଆଉ ସଂଖ୍ୟାଗରିଷ୍ଠତା ନାହିଁ । ଷଡଯନ୍ତ୍ର କରି ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଯାଇଛି। କିନ୍ତୁ ବର୍ତ୍ତମାନ ଅଶୋକ ଗେହଲଟ୍ ମଧ୍ୟ ମୁଖ୍ୟମନ୍ତ୍ରୀ ରହିବେ ନାହିଁ। ବିଜେପି ନେତା କହିଛନ୍ତି ଯେ ଏହି ଝଗଡା ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ନୁହେଁ ବରଂ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ କୌଣସି ପ୍ରତିଭାବାନ ଯୁବ ନେତାକୁ ଆଗକୁ ବଢିବାକୁ ଦେବେନି । ସଚିନ ପାଇଲଟ ରାଜସ୍ଥାନ ନିର୍ବାଚନରେ ​​କଠିନ ପରିଶ୍ରମ କରିଥିଲେ ମଧ୍ୟ ଅଶୋକ ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା। ସଚିନ ପାଇଲଟଙ୍କୁ ବାରମ୍ବାର ଅପମାନିତ କରାଯାଇଥିଲା।

ପ୍ରକାଶଥାଉକି, ସଚିନ ପାଇଲଟ ଗତ 3 ଦିନ ଧରି ଦିଲ୍ଲୀରେ ଅଛନ୍ତି । ବିଧାୟକ ଦଳ ବୈଠକରେ ମଧ୍ୟ ଉପସ୍ଥିତ ରହିଲେନି ଫଳସ୍ବରୂପ କଂଗ୍ରେସ ବଡ ପଦକ୍ଷେପ ଗ୍ରହଣ କରିଥିଲା । କେବେଳ ପାଇଲଟ ନୁହେଁ ବରଂ ତାଙ୍କ ସହଯୋଗୀଙ୍କୁ ମଧ୍ୟ କ୍ୟାବିନେଟରୁ ହଟାଇ ଦିଆଯାଇଛି। ଏହାପୂର୍ବରୁ ବିଜେପି ପକ୍ଷରୁ ଏକ ବିବୃତ୍ତି କୁହାଯାଇଛି ଯେ ଯଦି ସଚିନ ପାଇଲଟ ଚାହାଁନ୍ତି ତେବେ ସେ ବିଜେପିକୁ ଆସିପାରିବେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.