ETV Bharat / bharat

ମିଳିଲାନି ଆମ୍ବୁଲାନ୍ସ ସେବା, ମୃତ ଶିଶୁ ଧରି ରାସ୍ତାରେ ମା' - mother

ଟଙ୍କା ନାହିଁ ବୋଲି ମିଳିଲାନି ଚିକିତ୍ସା, ମିଳିଲାନି ଆମ୍ବୁଲାନ୍ସ ସେବା । ମଲା ଛୁଆକୁ ଧରି ରାସ୍ତାରେ ମା' । ଗାଡି ଭଡା କରି ନେବା ମା ପକ୍ଷେ ସମ୍ଭବ ନଥିଲା । ଏଭଳି ଦୁଃଖଦ ଘଟଣା ଘଟିଛି ଉତ୍ତରପ୍ରଦେଶ ସାହାଜାହାଁପୁରରେ ।

ଫଟୋ ସୌଜନ୍ୟ : ଏଏନଆଇ
author img

By

Published : May 28, 2019, 2:13 PM IST

Updated : May 29, 2019, 2:43 PM IST

ଲକ୍ଷ୍ନୌ : ପାଖରେ ନାହିଁ ଟଙ୍କା । ଗାଡି ଭଡା କରି ରୋଗୀଣା ପୁଅକୁ ନେବାକୁ ଅକ୍ଷମ ମା' । ଡାକ୍ତରଖାନା ପରିସରରେ ତିନିତିନିଟି ଆମ୍ବୁଲାନ୍ସ ଥିଲେ ବି ମିଳିଲାନି ସାହାଯ୍ୟ । ବି ରୋଗୀଙ୍କୁ ସେବା ମିଳିନଥିବା ଅଭିଯୋଗ ହୋଇଛି ।

ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ସାହାଜାହାଁପୁରରେ । ଜଣେ ମହିଳା ତାଙ୍କର 9 ବର୍ଷର ପୁଅ ଆଫ୍ରୋଜକୁ ନେଇ ସ୍ଥାନୀୟ ଡାକ୍ତରଖାନା ଆସିଥିଲେ। ଡାକ୍ତରଖାନାରେ ପହଞ୍ଚିବା ବେଳକୁ ପିଲାଟି ଜ୍ବରରେ ପୀଡିତ ଥିଲେ । ଡାକ୍ତର ଚିକିତ୍ସା କରିବା ତ ଦୂରର କଥା ଡାକ୍ତରଖାନାରେ ମାଗଣା ସେବା ସୁବିଧା ନାହିଁ କହି ମହିଳାଙ୍କୁ ତଡି ଦେଇଥିଲେ। ଅନ୍ୟ କେଉଁଠି ଦେଖାଇବା ପାଇଁ ପରାମର୍ଶ ଦେଇଥିଲେ ।

ପାଖରେ ଟଙ୍କା ନଥିବାରୁ ମହିଳା ଜଣକ ପୁଅକୁ କୋଳରେ ଧରି ଆମ୍ବୁଲାନ୍ସ ପାଇଁ ଚାଳକଙ୍କୁ କହିଥିଲେ । ହେଲେ ଆମ୍ବଲାନ୍ସ ନାହିଁ କହି ପୁଅକୁ ମା କୋଳରୁ ଫିଙ୍ଗି ଦେଇଥିଲେ କର୍ମଚାରୀ । ଶେଷରେ ପିଲାଟିକୁ କୋଳରେ ଧରି ମହିଳା ଘରକୁ ଫେରିବାବେଳେ ପୁଅ ମୃତ୍ୟୁବରଣ କରିଥିଲେ ।

କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ମିଥ୍ୟା କହିଛନ୍ତି ଡାକ୍ତରଖାନା କର୍ତ୍ତୃପକ୍ଷ । ତାଙ୍କ କହିବା କଥା ଆଫ୍ରୋଜ ନାମକ ନାବାଳକକୁ ନେଇ ତାଙ୍କ ମା' ଆସିଥିଲେ ଡାକ୍ତରଖାନା। ହେଲେ ଏଠାରେ ମାଗଣା ଚିକିତ୍ସା ବ୍ୟବସ୍ଥା ନଥିଲା। ତେଣୁ ଅନ୍ୟ ସ୍ଥାନକୁ ନେବାକୁ ପରାମର୍ଶ ଦିଆଯାଇଥିଲା । ହେଲେ ଘରକୁ ନେବା ବେଳେ ପିଲାଟିର ମୃତ୍ୟୁ ଘଟିଛି । ଆମେ ଏଥିପାଇଁ ଦାୟୀ ନୁହେଁ ।

Intro:Body:Conclusion:
Last Updated : May 29, 2019, 2:43 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.