ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନାଗରିକତା ସଂଶୋଧନ ଆଇନକୁ ନେଇ ଚାଲିଥିବା ପ୍ରଦର୍ଶନରେ ବେଶ ଚର୍ଚ୍ଚାରେ ରହିଆସିଛି ଦିଲ୍ଲୀର ଶାହିନ ବାଗ । ଦିର୍ଘ ଦିନରୁ ଶାହିନ ବାଗରେ ପ୍ରଦର୍ଶନକାରୀ ସିଏଏ ବିରୁଦ୍ଧରେ ଆନ୍ଦୋଳନ ଜାରି ରଖିଛନ୍ତି । ଏହି ପ୍ରଦର୍ଶନକାରୀମାନେ ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବେ ।
ଶାହିନ ବାଗର ମହିଳା ପ୍ରଦର୍ଶନକାରୀ ରବିବାର ଦିନ 2ଟା ବେଳେ ନିଜ ଦାବି ନେଇ ଗୃହମନ୍ତ୍ରୀ ଅମିତ ଶାାହଙ୍କ ସରକାରୀ ବାସ ଭବନରେ ସାକ୍ଷାତ କରିବେ । ନାଗରିକତା ସଂଶୋଧନ ଆଇନକୁ ପ୍ରତ୍ୟାହାର କରିବା ଏହି ପ୍ରଦର୍ଶନକାରୀଙ୍କ ପ୍ରଥମ ଦାବି ରହିଛି । ଦିଲ୍ଲୀର ଶାହିନ ବାଗରେ ଦୀର୍ଘ 50 ଦିନରୁ ସିଏଏ ବିରୁଦ୍ଧରେ ପ୍ରଦର୍ଶନ ଚାଲିଆସୁଛି । ତେବେ ସରକାରଙ୍କ ସହ ଆଲୋଚନା ପାଇଁ ପ୍ରଦର୍ଶନକାରୀଙ୍କ 3 ଦିନର ସମୟ ଦିଆଯାଇଥିଲା । ଆଗାମୀ 3 ଦିନରେ ସିଏଏକୁ ନେଇ କେହି ବି ଭେଟିବାକୁ ଆସିପାରିବେ ବୋଲି ଏକ କାର୍ଯ୍ୟକ୍ରମରେ କହିଥିଲେ ଶାହ ।
@ANI