ନୂଆଦିଲ୍ଲୀ: ଡାକ୍ତରଙ୍କୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଦିଲ୍ଲୀ ପୋଲିସ କମିଶନର ଏସ ଏନ ଶ୍ରୀଭାସ୍ତବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଘର ମାଲିକଙ୍କ ଦ୍ବାରା ପ୍ରତାଡିତ ହେଉଥିବା ଡାକ୍ତରଙ୍କୁ ସୁରକ୍ଷା ଦେବ ଦିଲ୍ଲୀ ପୋଲିସ ।
ଅନେକ ଡାକ୍ତର ଏନେଇ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏପରିକି ଅନେକ ନିଜ ଜିନିଷ ଧରି ରାସ୍ତା ଉପରେ ଠିଆ ହେବାକୁ ବାଧ୍ୟ ହେଉଛନ୍ତି । ଏନେଇ ରେସିଡେଣ୍ଟ ଡାକ୍ତର ଆସୋସିଏସନ ଏକ ଚିଠି ଲେଖିଥିଲେ । ତେଣୁ ଏପରି ସ୍ଥିତି ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗୃହମନ୍ତ୍ରୀ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରକାଶଥାଉକି, କୋରୋନା ଭାଇରସ ବ୍ୟାପିବା ଭୟ କାରଣରୁ ଘର ମାଲିକ ଡାକ୍ତରଙ୍କୁ ଘରୁ ବାହାର କରିଦେଉଛନ୍ତି । ଏହାପରେ ଗୃହମନ୍ତ୍ରୀ ହସ୍ତକ୍ଷେପ କରିଥିଲେ ।
PTI ଇନପୁଟ ସହ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ