ETV Bharat / bharat

ପଦ୍ମ ଧରିଲେ 7 ପୂର୍ବତନ ସେନା ଅଧିକାରୀ

ବିଜେପିର ସଦସ୍ୟ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ସେବା ଓ ଆଇଟିର ଡାଇରେକ୍ଟର ଜେନେରାଲ ଭାବେ କାର୍ଯ୍ୟ କରିଥିବା ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ସୁନୀଲ କୁମାର, ଲେଫ୍ଟନାଣ୍ଟ ଜେନେରାଲ ନିତିନ କୋହଲି ମଧ୍ୟ ଶନିବାର ବିଜେପିରେ ସାମିଲ ହୋଇଛନ୍ତି ।

author img

By

Published : Apr 28, 2019, 2:26 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ୱିଟର@BJP4India

ନୂଆଦିଲ୍ଲୀ: ପାଞ୍ଚଜଣ ଅବସରପ୍ରାପ୍ତ ଲେଫ୍ଟେନାଣ୍ଟ ଜେନେରାଲଙ୍କ ସମେତ ସାତ ଜଣ ପୂର୍ବତନ ସେନା ଅଧିକାରୀ ଶନିବାର ବିଜେପିରେ ସାମିଲ ହୋଇଛନ୍ତି । ଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ ଦଳରେ ଏମାନେ ପ୍ରାଥମିକ ସଦସ୍ୟତା ନେଲେ । ଯେଉଁ ପୂର୍ବ ଅଧିକାରୀମାନେ ବିଜେପିରେ ସାମିଲ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଦୁଇଜଣ ଡେପୁଟି ଆର୍ମି ଚିଫ ରହିସାରିଛନ୍ତି ।

ସେମାନେ ହେଲେ ଲେଫ୍ଟନାଣ୍ଟ ଜେନେରାଲ ଜିବିଏସ ଯାଦବ ଓ ଲେଫ୍ଟେନାଣ୍ଡ ଜେନେରାଲ ଏସକେ ପଟୟାଲ । ଏହାସହ ଲେଫ୍ଟନାଣ୍ଟ ଜେନେରାଲ ଆରଏନ ସିଂହ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ସେ ସେନା ଗୁଇନ୍ଦା ବିଭାଗରେ ଡାଇରେକ୍ଟର ଜେନେରାଲ ଭାବେ କାର୍ଯ୍ଯ କରି ସାରିଛନ୍ତି ।

ବିଜେପିର ସଦସ୍ୟ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ସେବା ଓ ଆଇଟିର ଡାଇରେକ୍ଟର ଜେନେରାଲ ଭାବେ କାର୍ଯ୍ୟ କରିଥିବା ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ସୁନୀଲ କୁମାର, ଲେଫ୍ଟନାଣ୍ଟ ଜେନେରାଲ ନିତିନ କୋହଲି ମଧ୍ୟ ଶନିବାର ବିଜେପିରେ ସାମିଲ ହୋଇଛନ୍ତି । ତାଙ୍କ ସହ କର୍ଣ୍ଣେଲ ଆରକେ ତ୍ରିପାଠୀ, ଏୟାର ଫୋର୍ସ ମେଡିକାଲ ସର୍ଭିସର ପୂର୍ବତନ ନିର୍ଦ୍ଦେଶକ ୱିଙ୍ଗ କମାଣ୍ଡର ନବନୀତ ମାଙ୍ଗୋ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।

ସମସ୍ତ ପୂର୍ବତନ ସେନା ଅଧିକାରୀଙ୍କୁ ସେନାରେ ସାମିଲ କରିବା ପରେ ସାମ୍ବାଦିକ ସମ୍ମିଳନୀରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ‘‘ପାର୍ଟିରେ ସେନାର ସୁସୋଭିତ ବରିଷ୍ଠ ଅଧିକାରୀଙ୍କୁ ସାମିଲ କରିବା ବାସ୍ତବରେ ମତେ ଅନେକ ଖୁସି ଦେଇଛି । ଦଳରେ ଏହିପରି ପୂର୍ବତନ ସୈନିକଙ୍କ ଉପସ୍ଥିତି ବିଜେପି ପାଇଁ ନିଶ୍ଚିତ ଲାଭଦାୟକ । ସେମାନେ ରାଷ୍ଟ୍ର ସୁରକ୍ଷା ଭବନର ନୀତି ନିୟମ ଉପରେ ମାର୍ଗଦର୍ଶନ ଦେଇପାରିବେ ।’’

ଏହି ଅବସରରେ ଲେଫ୍ଟନାଣ୍ଟ ଜେନେରାଲ ଯାଦବ କହିଛନ୍ତି ଯେ ସେନା ଅଧିକାରୀ ସାଧାରଣତଃ କୌଣସି ରାଜନୈତିକ ଦଳ ସହ ସମ୍ପୃକ୍ତ ନାହାନ୍ତି । କିନ୍ତୁ ସେ ବିଶ୍ୱାସ କରନ୍ତି ଯେ ପ୍ରତ୍ୟେକ ବ୍ୟକ୍ତିର ରାଜନୈତିକ ମତ ରଖିବାର ଅଧିକାର ଅଛି ଓ ସେହି ଅଧିକାରକୁ ସଭିଙ୍କୁ ଉପଯୋଗ କରିବା ଦରକାର । ସେ ଆଗକୁ କହିଛନ୍ତି ଯେ ଆମ ଦେଶ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥିତି ଦେଇ ଗତି କରୁଛି । ଆମ ଦେଶ ବିକାଶ ପଥେ ଅଗ୍ରସର ହେଉଛି । ଆମ ରାଷ୍ଟ୍ରୀୟ ସୁରକ୍ଷା ସକ୍ଷମ ହାତରେ ଅଛି । ଆମେ ସେବାରୁ ନିବୃତ ହୋଇଛୁ କିନ୍ତୁ ଥକି ନାହୁଁ । ସେବା ନିବୃତ ଅଧିକାରୀ ଦେଶ ପାଇଁ ନିଜ ଅଭିଜ୍ଞତାର ଉପଯୋଗ କରିବେ ଓ ରାଜନୈତିକ ପ୍ରକ୍ରିୟାରେ ଭାଗ ନେବେ ବୋଲି ସେ କହିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.