ETV Bharat / bharat

ଦୁର୍ଘଟଣାରେ 7 ସାଧୁ ଆହତ, ସହାୟତା ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିର୍ଦ୍ଦେଶ - ଦୁର୍ଘଟଣାରେ 7 ସାଧୁ ଆହତ

କାର ଦୁର୍ଘଟଣାରେ 7 ସାଧୁ ଆହତ । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବରିଷ୍ଠ ଅଧିକାରୀମାନଙ୍କୁ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇବାକୁ କହିଛନ୍ତି। ଅଧିକ ଖବର ପଢନ୍ତୁ...

ଦୁର୍ଘଟଣାରେ 7 ସାଧୁ ଆହତ, ସହାୟତା ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିର୍ଦ୍ଦେଶ

author img

By

Published : Oct 26, 2020, 11:50 AM IST

ଲକ୍ଷ୍ନୌ: ଡିଭାଇଡରକୁ ଧକ୍କା ଦେଇ ଓଲଟିଲା କାର୍। ଏହି ଦୁର୍ଘଟଣାରେ 7 ସାଧୁ ଆହତ ହୋଇଛନ୍ତି। ଘଟଣାଟି ଉତ୍ତରପ୍ରଦେଶ ଆମୋଲାର ଗ୍ରାମର କନୁଜ ଜିଲ୍ଲାରେ ଘଟିଛି। ତେବେ କାର୍ ଟାୟାର ଫାଟିଯିବା ପରେ ଭାରସାମ୍ୟ ହରାଇ ଗାଡିଟି ରୋଡ ଡିଭାଇଡର ସହ ପିଟି ହୋଇଥିଲା।

ପୋଲିସର ସୂଚନା ଅନୁସାରେ, ସମସ୍ତ ଆହତ ସାଧୁଙ୍କୁ ହସ୍ପଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପବିତ୍ର ଗଙ୍ଗାରେ ବୁଡ ପକାଇବା ପାଇଁ ଏହି ସମସ୍ତ ସାଧୁ ରାଜସ୍ଥାନରୁ ଏକ କାର୍ ଯୋଗେ ଆସିଥିବା ଖବର ମିଳିଛି ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) ଏକ ବିବୃତ୍ତିରେ କହିଛି ଯେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣା ବିଷୟରେ ଅବଗତ ରହିବା ସହ ସମସ୍ତ ବରିଷ୍ଠ ଅଧିକାରୀମାନଙ୍କୁ ଘଟଣାସ୍ଥଳରେ ପହଁଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏବଂ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇବାକୁ କହିଛନ୍ତି।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.