ହାଇଦ୍ରାବାଦ: ନଦୀରେ ବୁଡିଗଲେ ଗୋଟିଏ ପରିବାରର 7 ଜଣ ସଦସ୍ୟ । ସମ୍ପର୍କୀୟଙ୍କ ଅନ୍ତିମ ସଂସ୍କାର ପାଇଁ ଆସି ଥିବାବେଳେ ନଦୀରେ ବୁଡି ଯାଇଥିବା ପ୍ରାଥମିକ ତଦନ୍ତରୁ ସୂଚନା । ଏପରି ଏକ ଦୁଃଖଦ ଘଟଣା ଆନ୍ଧ୍ରପ୍ରଦେଶ କଡପା ଜିଲ୍ଲା ସିଦ୍ଧଭଟମରେ ଘଟିଥିବା ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ ଜିଲ୍ଲାର ପେନ୍ନା ନଦୀକୁ ଗୋଟିଏ ପରିବାରର 11 ଜଣ ସଦସ୍ୟ ସମ୍ପର୍କୀୟଙ୍କ ଅନ୍ତିମ ସଂସ୍କାର ପାଇଁ ଆସିଥିଲେ । ଏହି ସମୟରେ ପରିବାରର 7 ଜଣ ସଦସ୍ୟ ନଦୀରେ ବୁଡି ଯାଇଥିଲେ । ଅନ୍ତିମ ସଂସ୍କାର ପାଇଁ ଆସିଥିବା ସମସ୍ତ ବ୍ୟକ୍ତି ତିରୁପତିର ବୋଲି ଜଣାପଡିଛି । ଅନ୍ୟପଟେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ପୋଲିସ କହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ