ETV Bharat / bharat

'ଦିଲ୍ଲୀରେ କୋରୋନା ସଂକ୍ରମିତଙ୍କୁ ମିଳୁନି ବେଡ, ଆକଳନ ମଧ୍ୟ ଭୂଲ' - corona politics

ପୁଣି ଥରେ କେଜ୍ରିଓ୍ବାଲ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ ବିଜେପି ସଭାପତି । ଦିଲ୍ଲୀରେ କୋରୋନା ସଂକ୍ରମିତଙ୍କୁ ବେଡ ମିଳୁନଥିବା ଅଭିଯୋଗ କରିଛନ୍ତି ମନୋଜ ତିଓ୍ବାରୀ । ଅଧିକ ପଢନ୍ତୁ...

'ଦିଲ୍ଲୀରେ କୋରୋନା ସଂକ୍ରମିତଙ୍କୁ ମିଳୁନି ବେଡ, ଆକଳନ ମଧ୍ୟ ଭୂଲ'

author img

By

Published : May 26, 2020, 12:56 PM IST

ନୂଆଦିଲ୍ଲୀ: କୋରୋନା ମାମଲାରେ ଦିଲ୍ଲୀରେ ରାଜନୀତି ଜୋର ଧରିଛି । ଦିଲ୍ଲୀ ବିଜେପି ସଭାପତି ମନୋଜ ତିୱାରୀ ପୁଣି ଥରେ ଅଭିଯୋଗ ଆଣିଛନ୍ତି ଯେ, ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ସରକାର କୋରୋନା ସଠିକ ଆକଳନ ଦେଉ ନାହାଁନ୍ତି । ରାଜ୍ୟରେ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର। ଗୁରୁତର କୋରୋନା ଆକ୍ରାନ୍ତ ମାନେ ରାଜଧାନୀରେ ବେଡ ମଧ୍ୟ ପାଉ ନାହାଁନ୍ତି।

ମନୋଜ କହିଛନ୍ତି, "ମେ 24ର ଆକଳନକୁ ଦେଖିଲେ ଦିଲ୍ଲୀ ସରକାରଙ୍କ ହେଲଥ ବୁଲେଟିନରେ 6617 ଆକ୍ଟିଭ ଥିବା ସଂକ୍ରମିତଙ୍କ ସଂଖ୍ୟାକୁ ଦର୍ଶାଉଛି । ହେଲଥ ବୁଲେଟିନରେ ଦିଆଯାଇଥିବା ସଂକ୍ରମିତଙ୍କ ସଂଖ୍ୟା 5 ହଜାର 900କୁ ଆସୁଛି । ତେଣୁ କୁହନ୍ତୁ ଯେ, 717 ସଂକ୍ରମିତ ଗଲେ କୁଆଡେ । ଏପରିକି 6 ହଜାର 617 ଅନୁମାନ କଲେ, ଏଥିରୁ ଘର କ୍ବାରେଣ୍ଟାଇନରେ 3 ହଜାରରୁ ଅଧିକ ଲୋକ ଅଛନ୍ତି "।

ରାଜ୍ୟ ବିଜେପି ସଭାପତି ଆହୁରି କହିଛନ୍ତି, "ଦିଲ୍ଲୀ ସରକାର ଲୋକଙ୍କୁ ବେଡ ଯୋଗାଇ ଦେବାରେ ସକ୍ଷମ ନୁହଁନ୍ତି । ଏହା ଅତ୍ୟନ୍ତ ବିପଜ୍ଜନକ ପରିସ୍ଥିତି । ମୁଁ ସମ୍ପୂର୍ଣ୍ଣ ଦାମ୍ଭିକତାର ସହିତ କହୁଛି ଯେ ଦିଲ୍ଲୀର ଅତି ଗୁରୁତର କୋରୋନା ସଂକ୍ରମିତଙ୍କୁ ବେଡ ଦିଆଯାଉ ନାହିଁ ଏବଂ ସେମାନଙ୍କୁ ଘର କ୍ବାରେଣ୍ଟାଇନରେ ରହିବାକୁ କୁହାଯାଉଛି । ଏହି ସ୍ଥିତି ଆଦୌ ଠିକ ନୁହେଁ"।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.