ETV Bharat / bharat

‘ବ୍ଲାଇଣ୍ଡ ୱାକ’ ମାଧ୍ୟମରେ ଚକ୍ଷୁ ଦାନ ମହତ ଦାନ ବାର୍ତ୍ତା - ଚକ୍ଷୁ ଦାନ ମହତ ଦାନ ବାର୍ତ୍ତା

ବେଙ୍ଗାଲୁରୁରେ ଏକ ବେସରକାରୀ ଅନୁଷ୍ଠାନର ‘ଦି ପ୍ରୋଜେକ୍ଟ ଭିଜନ’ର ଭିନ୍ନ ଏକ ପ୍ରୟାସ । ଅକ୍ଟୋବର 10 ରେ ବିଶ୍ବ ଦୃଶ୍ୟ ଦିବସ ପାଳନ ପୂର୍ବରୁ ଗୁରୁବାର ବିଶ୍ବର ଅନେକ ସ୍ଥାନରେ ‘ବ୍ଲାଇଣ୍ଡ ୱାକ’ ମାଧ୍ୟମରେ ବାର୍ତ୍ତା ପ୍ରେରଣ କରାଯାଇଛି ।

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Feb 20, 2020, 8:08 PM IST

ବେଙ୍ଗାଲୁରୁ: ଆଖି ନଥିଲେ ଚାରିଆଡ ଅନ୍ଧକାରମୟ । ମୃତ୍ୟୁ ପରେ ଚକ୍ଷୁ ଦାନ କରି ଅନ୍ୟକୁ ଅନ୍ଧକାରରୁ ଆଲୁଅ ପ୍ରଦାନ କରି ସମାଜରେ ଉଦାହରଣ କରିବା ପାଇଁ ଏବେ ଅନେକ ଇଚ୍ଛୁକ ଓ ଆଗଭର । ଚକ୍ଷୁ ଦାନ ମହତ ଦାନ ବାର୍ତ୍ତା ନେଇ ନିଆରା ପ୍ରୟାସ । ଅକ୍ଟୋବର 10 ରେ ବିଶ୍ବ ଦୃଶ୍ୟ ଦିବସ ପାଳନ ପୂର୍ବରୁ ଗୁରୁବାର ବିଶ୍ବର ଅନେକ ସ୍ଥାନରେ ‘ବ୍ଲାଇଣ୍ଡ ୱାକ’ ମାଧ୍ୟମରେ ବାର୍ତ୍ତା ପ୍ରେରଣ କରାଯାଇଛି । ଏହି କ୍ରମରେ ବେଙ୍ଗାଲୁରୁରେ ଏକ ବେସରକାରୀ ଅନୁଷ୍ଠାନର ‘ଦି ପ୍ରୋଜେକ୍ଟ ଭିଜନ’ର ଭିନ୍ନ ଏକ ପ୍ରୟାସ । ଆଖିରେ କଳା ପଟି ବାନ୍ଧି ଶତାଧିକ ଚକ୍ଷୁ ଦାନ ବାର୍ତ୍ତା ବାଣ୍ଟିଛନ୍ତି ।

ଆଖିରେ ଅନ୍ଧପୋଟଳି ବାନ୍ଧି ଚାଲିବା ସହ ଚକ୍ଷୁ ଦାନ ମହତ ଦାନ ବାର୍ତ୍ତା ବାଣ୍ଟିବାରେ ଏହି ଅନୁଷ୍ଠାନ 2014ରେ ପ୍ରଥମ ଅଭିଯାନ ଆରମ୍ଭ କରିଥିଲା । ଗୁରୁବାର ଏହି ବ୍ଲାଇଣ୍ଡ ୱାକରେ ଏକ ରାଲି ବାହାରି ସହର କିଛି ଗୁରୁତ୍ବପୂର୍ଣ୍ଣ ଅଞ୍ଚଳ ପରିକ୍ରମା କରିଥିଲା । ଏଥିରେ 750ରୁ ଉର୍ଦ୍ଧ୍ବ ଆଖିରେ କଳା ପଟି ବାନ୍ଧି ସଚେତନାତା ରାଲି କରିଥିଲେ ।

ନେତ୍ରହୀନ ଲୋକଙ୍କ ପାଇଁ ୱାର୍ଲ୍ଡ ବ୍ଲାଇଣ୍ଡ ୱାକ ଇଭେଣ୍ଟ ବିଶ୍ବର ଭିନ୍ନ ଭିନ୍ନ 200ଟି ସ୍ଥାନରେ ପ୍ରତିବର୍ଷ ଆୟୋଜିତ ହେଉଛି । ଭାରତ ଶ୍ରୀଲଙ୍କା, ଚୀନ , ଫିଲିପିନ୍ସ ଓ କାନାଡା ଆଦି ଦେଶରେ ଏହି ଇଭେଣ୍ଟ ଆୟୋଜିତ ହେଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.