ନୂଆଦିଲ୍ଲୀ: ବଢିଲା ଏଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳଙ୍କ କାର୍ଯ୍ୟକାଳ । ତାଙ୍କୁ ଆଉ ବର୍ଷେ ପାଇଁ ଏଟର୍ଣ୍ଣି ଜେନେରାଲ ଭାବେ ପୁନଃନିଯୁକ୍ତି କରାଯାଇଛି । ସୋମବାର ତାଙ୍କର ପୁନଃନିଯୁକ୍ତି ନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ମଙ୍ଗଳବାର ବେଣୁଗୋପାଳଙ୍କର ତିନି ବର୍ଷୀୟ କାର୍ଯ୍ୟକାଳ ଶେଷ ହେଉଥିବାବେଳେ ତାଙ୍କୁ ଜୁଲାଇ 1ତାରିଖରୁ ପୁନଃ ନିଯୁକ୍ତି ଦିଆଯାଇଛି । ରାଷ୍ଟ୍ରପତି ବରିଷ୍ଠ ଆଇନଜୀବୀ କେକେ ବେଣୁଗୋପାଳଙ୍କୁ ଭାରତର ଏଟର୍ଣ୍ଣି ଜେନେରାଲ ଭାବେ 2020 ଜୁଲାଇ 1 ତାରିଖରୁ ଏକ ବର୍ଷ ପାଇଁ ପୁନଃନିଯୁକ୍ତି ଦେଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି ।
ସୂଚନାଥାଉକି, 2017 ମସିହା ଜୁନ୍ 30 ତାରିଖରେ ପ୍ରାକ୍ତନ ଏଟର୍ଣ୍ଣି ଜେନେରାଲ ମୁକୁଲ ରୋହତୋଗୀଙ୍କ ପରେ କେକେ ବେଣୁଗୋପାଳଙ୍କୁ ନିଯୁକ୍ତି ଦିଆଯାଇଥିଲା ।