ETV Bharat / bharat

ରଜୌରୀରେ ପାକର ଅସ୍ତ୍ରବିରତି ଉଲ୍ଲଙ୍ଘନ, ଜଣେ ଯବାନ ଶହୀଦ - ରଜୌରୀରେ ପାକର ଅସ୍ତ୍ରବିରତି ଉଲ୍ଲଙ୍ଘନ

ପୁଣି ଏଲଓସି ନିକଟରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ । ଚଳିତ ବର୍ଷ ଆରମ୍ଭରୁ ଏଯାବତ ଏଲଓସିରେ 24 ହଜାର ଥର ଆକ୍ରମଣ କରିସାରିଛି । ଅଧିକ ପଢନ୍ତୁ...

ରଜୌରୀରେ ପାକର ଅସ୍ତ୍ରବିରତି ଉଲ୍ଲଙ୍ଘନ, ଜଣେ ଯବାନ ଶହୀଦ

author img

By

Published : Jul 10, 2020, 10:52 AM IST

ଜମ୍ମୁ: ଶୁକ୍ରବାର ଜମ୍ମୁ-କାଶ୍ମୀରର ପୁଞ୍ଚ ସେକ୍ଟରର ରଜୌରୀ ଜିଲ୍ଲାରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ । ନିୟନ୍ତ୍ରଣ ରେଖା(ଏଲଓସି)ରେ ପାକିସ୍ତାନର ହରକତକୁ ଜବାବ ଦେବାକୁ ଯାଇ ଭାରତୀୟ ଯବାନ ଶହୀଦ ହୋଇଛନ୍ତି ।

ପ୍ରତିରକ୍ଷା ସୂତ୍ରରୁ ପ୍ରକାଶ ଯେ, ବିଳମ୍ବିତ ରାତି 12.30 ସମୟରେ ପାକିସ୍ତାନ ନୌସେରା ସେକ୍ଟରରେ ଏଲଓସି ଉପରେ ଗୁଳିଗୁଳା ଓ ସେଲିଂ ମାଡରେ ସେନା ହାଭାଲଦାର, ଏସ ଗୁରୁଙ୍ଗ ଶରୀରରେ ଏକାଧିକ ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଚଳିତ ବର୍ଷ ଆରମ୍ଭରୁ ପାକିସ୍ତାନ LoC ଉପରେ ଦ୍ୱିପାକ୍ଷିକ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ଏଯାବତ ଏଲଓସି ଓ ଅନ୍ତର୍ଜାତୀୟ ସୀମାରେ 24 ହଜାର ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିସାରିଛି ।

ଏହା ଜମ୍ମୁ-କାଶ୍ମୀରର ସୀମା ନିକଟରେ ରହୁଥିବା ସାଧାରଣ ନାଗରିକଙ୍କ ଜୀବନକୁ ପ୍ରଭାବିତ କରିଛି । ଗୁଳି ବିନିମୟ ହେତୁ ସେମାନଙ୍କ ଜୀବନ, ଘର, ଗୋରୁ ଏବଂ କୃଷି କ୍ଷେତ୍ର ବିପଦରେ ପଡ଼ିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.