ଶ୍ରୀନଗର: ସୋପିଆନ ଜିଲ୍ଲାରେ ବୁଧବାର ଜଣେ ବ୍ୟବସାୟୀଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିବା ପରେ ଘାଟିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି । ଫଳରେ ରାସ୍ତାରେ ଅଟକି ଥିବା ଟ୍ରକ ଡ୍ରାଇଭର ମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି ।
ମିଳିଥିବା ସୂଚନା ମୁତାବକ ବୁଧବାର ସୀମାବର୍ତ୍ତୀ ଅଞ୍ଚଳରେ ଆତଙ୍କବାଦୀମାନେ ଗୁଳି ବର୍ଷଣ କରିଥିଲେ । ଫଳରେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଟ୍ରକ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ । ଏହାର ଗୋଟିଏ ଦିନ ପୂର୍ବରୁ ପୁଲଓ୍ବାମା ଜିଲ୍ଲାର ନିହମା ଗ୍ରାମରେ ଆତଙ୍କବାଦୀମାନେ ଜଣେ ଛତିଶଗଡ଼ର ଜଣେ ଶ୍ରମିକଙ୍କୁ ହତ୍ୟା କରିଥିଲେ । ଉକ୍ତ ଶ୍ରମିକର ମିଳିଥିବା ପରିଚୟ ମୁତାବକ ଏସ ଏ ସାଗର ବୋଲି ଜଣାପଡ଼ିଛି ।
ଏହି ଘଟଣା ପରେ ସେଠାରେ କାର୍ଯ୍ୟ କରୁଥିବା ଅଣକାଶ୍ମିରୀ ଶ୍ରମିକ ଏବଂ ବ୍ୟବସାୟୀଙ୍କ ମଧ୍ୟରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି । ଜିଲ୍ଲା ପ୍ରଶାସନ ଦ୍ବାରା ବସଷ୍ଟାଣ୍ଡ, ଫଳ ବଜାର, ଏବଂ ଜିଲ୍ଲାପାଳ କାର୍ଯ୍ୟଳୟରେ ଘାଟି ଅଞ୍ଚଳର ପାଖାପାଖି 5 ଶହ ଟ୍ରକକୁ ସୁରକ୍ଷା ଯୋଗାଇ ଦିଆଯାଇଛି ।
ଏନେଇ ରାଜ୍ୟପାଳଙ୍କ ଉପଦେଷ୍ଟା ଫାରୁକ ଖାନ କହିଛନ୍ତି, ବନ୍ଦ ଅସଫଳ ରହିଛି । ଫଳରେ ଆତଙ୍କବାଦୀମାନେ ଆକ୍ରୋଶ ଦେଖାଇଛନ୍ତି । ସାଧାରଣ ନାଗରିକଙ୍କୁ ହତ୍ୟା କରିଛନ୍ତି । ଏହା ସହିତ ଅନ୍ୟ ରଣନୀତିର ସାହାରା ନେଉଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି, ଫଳଚାଷୀଙ୍କ ଉପରକୁ ହେଉଥିବା ଏହି ଆକ୍ରମଣକୁ କୌଣସି ପରିସ୍ଥିତିରେ ବର୍ଦାସ୍ତ କରାଯିବ ନାହିଁ ବୋଲି ସେ କହିଥିଲେ । ରାଜ୍ୟରେ ଚାଷ ହୋଇଥିବା ସେଓ ଗୁଡ଼ିକ ଏକତ୍ରିତ କରାଯାଉଛି । ଏବଂ ସେଗୁଡ଼ିକୁ ସୁରକ୍ଷିତ ଭାବେ ବଜାରକୁ ନିଆଯିବ । ଏବଂ ଚାଷୀମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ଫାରୁକ କହିଥିଲେ ।
ସେପଟେ ଆତଙ୍କବାଦୀମାନେ ଘାଟି ଅଞ୍ଚଳର ବାସିନ୍ଦାମାନଙ୍କୁ ଟାର୍ଗେଟ କରି ଗୁଳି ବର୍ଷଣ କରୁଛନ୍ତି । ସ୍ଥାନୀୟ ଲୋକମାନଙ୍କ ହତ୍ୟା କରୁଥିବା ସେ ସୂଚନା ଦେଇଛନ୍ତି । ତେବେ ସୀମାବର୍ତ୍ତି ଗ୍ରାମଗୁଡ଼ିକରେ ସତର୍କ ସୂଚନା ଦିଆଯାଇଛି । ସ୍ଥାନୀୟ ଲୋକମାନଙ୍କୁ ହତ୍ୟାକରି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାକୁ ଚାହୁଁଛନ୍ତି ବୋଲି ଅତିରିକ୍ତ ମହାନିର୍ଦେଶକ ମୁନୀର ଖାନ କହିଛନ୍ତି ।