ETV Bharat / bharat

ଦାନ୍ତେୱାଡାରୁ 4 କିଗ୍ରା ଆଇଇଡି ଜବତ - ଆଇଇଡି ଜବତ

ଦାନ୍ତେୱାଡା ଜିଲ୍ଲାରେ 4 କିଲୋଗ୍ରାମ ଓଜନ ବିଶିଷ୍ଟ ଏକ ଶକ୍ତିଶାଳୀ ଆଇଇଡି ଜବତ କରାଯାଇଛି । ଏନେଇ ଦନ୍ତେୱାଡା ପୋଲିସ ଅଧୀକ୍ଷକ ଅଭିଷେକ ପାଲ୍ଲାଭ ସୂଚନା ଦେଇଛନ୍ତି ।

ଆଇଇଡି
ଆଇଇଡି
author img

By

Published : Jul 5, 2020, 4:23 PM IST

ରାୟପୁର: ଛତିଶଗଡରେ ସୁରକ୍ଷାକର୍ମୀଙ୍କୁ ରବିବାର ବଡ ସଫଳତା ମିଳିଛି । ନକ୍ସଲଙ୍କ ଦ୍ବାରା ରଚାଯାଇଥିବା ଏକ ଷଡଯନ୍ତ୍ରକୁ ପଣ୍ଡ କରିଛନ୍ତି ସୁରକ୍ଷାକର୍ମୀ । ଦାନ୍ତେୱାଡା ଜିଲ୍ଲାରେ 4 କିଲୋଗ୍ରାମ ଓଜନ ବିଶିଷ୍ଟ ଏକ ଶକ୍ତିଶାଳୀ ଆଇଇଡି ଜବତ କରାଯାଇଛି । ଏନେଇ ଦାନ୍ତେୱାଡା ପୋଲିସ ଅଧୀକ୍ଷକ ଅଭିଷେକ ପାଲ୍ଲାଭ ସୂଚନା ଦେଇଛନ୍ତି । ଜିଲ୍ଲାର ପଞ୍ଚଲି ଗ୍ରାମରେ ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି) କର୍ମଚାରୀଙ୍କ ଦ୍ୱାରା ସର୍ଚ୍ଚ ଅପରେଶନ କରାଯାଇଥିଲା । ଏହି ସମୟରେ ଆଇଇଡି ଜବତ ହୋଇଥିବା ସେ କହିଛନ୍ତି ।

ଆଇଇଡି
ଆଇଇଡି

ସୂଚନା ମୁତାବକ, ବିସ୍ଫୋରକକୁ ଏକ ଷ୍ଟିଲ ପାତ୍ରରେ ରଖାଯାଇଥିଲା । ଯାହାକୁ ଭୂମି ତଳେ ପୋତି ଦିଆଯାଇଥିଲା। ତେବେ ଏହାକୁ ନିଷ୍କ୍ରିୟ କରାଯାଇଥିବା ଜଣାପଡିଛି ।

ଏହାପୂର୍ବରୁ ରବିବାର ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରେ ଆଇଇଡି ବିସ୍ଫୋରଣରେ ସିଆରପିଏଫର ଜଣେ ଯବାନ ଆହତ ହୋଇଛନ୍ତି। ଆତଙ୍କବାଦୀମାନେ ପୁଲୱାମାର ସର୍କୁଲାର ରାସ୍ତାରେ ପାଟ୍ରୋଲିଂ କରୁଥିବା ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିଲେ। ପ୍ରଥମେ ଆଇଡି ବିସ୍ଫୋରଣ ମାଧ୍ୟମରେ ସୁରକ୍ଷା ବାହିନୀଙ୍କୁ ଟାର୍ଗେଟ କରାଯାଇଥିଲା । ଏହାପରେ ଗୁଳି ମାଡ କରିଥିଲେ ଆତଙ୍କବାଦୀମାନେ । ସୁରକ୍ଷା ବାହିନୀକୁ ଟାର୍ଗେଟ କରିବା ପାଇଁ ରାସ୍ତା ପାର୍ଶ୍ୱରେ ବିସ୍ଫୋରକ ରଖାଯାଇଥିଲା।

ଏହାବ୍ୟତୀତ ନିକଟରେ ଛତିଶଗଡ କାନକର ଜିଲ୍ଲାର ରାଭା ଜଙ୍ଗଲରୁ ନକ୍ସଲମାନଙ୍କ ଦ୍ୱାରା ଖଞ୍ଜା ଯାଇଥିବା 5 କିଗ୍ରା ବୋମା ଜବତ କରାଯାଇଥିଲା । ଘଞ୍ଚ ଜଙ୍ଗଲ ଦେଇ ଯାଉଥିବା ମାର୍ଗରେ ସୁରକ୍ଷା ବାହିନୀକୁ ଟାର୍ଗେଟ କରିବା ପାଇଁ ନକ୍ସଲମାନେ ଆଇଇଡିର ବ୍ୟବହାର କରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.