ETV Bharat / bharat

CAAକୁ ବିରୋଧ କରି ତାମିଲନାଡୁରେ ଗର୍ଜିଲା ଡିଏମକେ - ତାମିଲନାଡୁରେ ଗର୍ଜିଲା ଡିଏମକେ

CAA ଆସିବା ପରଠାରୁ ଦେଶର ଉତ୍ତରପୂର୍ବାଞ୍ଚଳରେ ପ୍ରତିବାଦର ନିଆଁ ଜଳୁଛି । ସେହି କ୍ରମରେ ତାମିଲନାଡୁରେ ବି ଡିଏମକେ ପକ୍ଷରୁ ଏହାକୁ ନେଇ ପ୍ରତିବାଦ କରାଯାଇଛି । ଅଧିକ ଖବର ପଢନ୍ତୁ...

CAAକୁ ବିରୋଧ କରି ତାମିଲନାଡୁରେ ଗର୍ଜିଲା ଡିଏମକେ

author img

By

Published : Dec 23, 2019, 10:53 AM IST

Updated : Dec 23, 2019, 11:44 AM IST

ଚେନ୍ନାଇ: CAA ଆସିବା ପରଠାରୁ ଦେଶର ଉତ୍ତରପୂର୍ବାଞ୍ଚଳରେ ପ୍ରତିବାଦର ନିଆଁ ଜଳୁଛି । ବିଭିନ୍ନ ସ୍ଥାନରେ ପ୍ରତିବାଦ ସହ ସରକାରୀ ବେସରକାରୀ ସମ୍ପତ୍ତି ନଷ୍ଟ କରୁଛନ୍ତି ବିକ୍ଷୋଭକାରୀ । ଯାହାକୁ ନେଇ ଚିନ୍ତାରେ ରାଜ୍ୟ ଓ କେନ୍ଦ୍ର ସରକାର । ପୋଲିସ ବିହିତ ପଦକ୍ଷେପ ନେଉଥିଲେ ମଧ୍ୟ CAA କୁ ପ୍ରତିବାଦ କରି ବିକ୍ଷୋଭକାରୀ ମାନେ ହିଂସାକାଣ୍ଡ ଘଟାଇ ଚାଲିଛନ୍ତି ।

CAAକୁ ବିରୋଧ କରି ତାମିଲନାଡୁରେ ଗର୍ଜିଲା ଡିଏମକେ

ସେହି କ୍ରମରେ ତାମିଲନାଡୁରେ ବି ଡିଏମକେ ପକ୍ଷରୁ ଏହାକୁ ନେଇ ପ୍ରତିବାଦ କରାଯାଇଛି । ରାଜଧାନୀ ଚେନ୍ନାଇରେ ଡିଏମକେ ପକ୍ଷରୁ ଏକ ରାଲି କରାଯିବାର ଯୋଜନା ରହିଛି । ତେବେ କୌଣସି ଅପ୍ରିତିକର ପରିସ୍ଥିତି ଯେଭଳି ନଘଟେ ସେଥିପାଇଁ ଚେନ୍ନାଇରେ ବିଭିନ୍ନ ସ୍ଥାନ ମାନଙ୍କର ପୋଲିସ ଛାଉଣୀ ହୋଇରହିଛି ।

କେବଳ ଡିଏମକେ ନୁହେଁ ଏମଡିଏମକେ, ଭିସିକେ ଓ ଆକ୍ଟର କମଲ ହାସନଙ୍କ ଦଳ ଏମଏନଏମ ମଧ୍ୟ ଏହି ରାଲିକୁ ସମର୍ଥନ ଜଣାଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ।

Last Updated : Dec 23, 2019, 11:44 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.