ETV Bharat / bharat

ଦିଲ୍ଲୀରେ ସନ୍ଦିଗ୍ଧ ISIS ଆତଙ୍କବାଦୀ ଗିରଫ, ଅଯୋଧ୍ୟାରେ ହାଇ ଆଲର୍ଟ - ଦିଲ୍ଲୀରେ ସନ୍ଦିଗ୍ଧ ISIS ଆତଙ୍କବାଦୀ ଗିରଫ

ସନ୍ଦିଗ୍ଧ ଆଇଏସଆଇଏସ ଆତଙ୍କବାଦୀକୁ ଦିଲ୍ଲୀରେ ଗିରଫ କରାଯିବା ପରେ ଅଯୋଧ୍ୟାରେ ହାଇ ଆଲର୍ଟ ଜାରି କରାଯାଇଛି। ସମସ୍ତ ପ୍ରମୁଖ ସ୍ଥଳଗୁଡିକରେ ସୁରକ୍ଷା ବୃଦ୍ଧି କରାଯାଇଛି ।

ଦିଲ୍ଲୀରେ ସନ୍ଦିଗ୍ଧ  ISIS ଆତଙ୍କବାଦୀ ଗିରଫ,  ଅଯୋଧ୍ୟାରେ ହାଇ  ଆଲର୍ଟ

author img

By

Published : Aug 22, 2020, 4:31 PM IST

ଲକ୍ଷ୍ନୌ: ସନ୍ଦିଗ୍ଧ ଆଇଏସଆଇଏସ ଆତଙ୍କବାଦୀକୁ ଦିଲ୍ଲୀରେ ଗିରଫ କରାଯିବା ପରେ ଅଯୋଧ୍ୟାରେ ହାଇ ଆଲର୍ଟ ଜାରି କରାଯାଇଛି। ସମସ୍ତ ପ୍ରମୁଖ ସ୍ଥଳଗୁଡିକରେ ସୁରକ୍ଷା ବୃଦ୍ଧି କରାଯାଇଛି । ଯାଞ୍ଚ ପରେ ଲୋକଙ୍କୁ ଅଯୋଧ୍ୟାରେ ପ୍ରବେଶ ପାଇଁ ଅନୁମତି ଦିଆଯାଉଛି। ଏଥି ସହିତ ରାମ ନାଗରୀର ପ୍ରମୁଖ ଧାର୍ମିକ ସ୍ଥାନରେ ସୁରକ୍ଷାବ୍ୟବସ୍ଥା କଡାକଡି କରାଯାଇଛି ।

ସୁରକ୍ଷା ଦୃଷ୍ଟିରୁ ସମ୍ବେଦନଶୀଳ ଅଯୋଧ୍ୟାରେ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ସତର୍କ ରହିଛି। ରାମ ମନ୍ଦିର ଭୂମି ପୂଜନ ସମୟରେ ଅଯୋଧ୍ୟାରେ ଆତଙ୍କବାଦୀ ଆକ୍ରମଣ ପାଇଁ ସତର୍କ ସୂଚନା ଜାରି କରାଯାଇଥିଲା। ତେବେ ବର୍ତ୍ତମାନ ସନ୍ଦିଗ୍ଧ ଆଇଏସ ଆତଙ୍କବାଦୀ ୟୁସୁଫକୁ ଦିଲ୍ଲୀରେ ଗିରଫ କରାଯାଇଛି। ଆତଙ୍କବାଦୀ ନିକଟରୁ ଦୁଇଟି ଆଇଡି ଏବଂ ପିସ୍ତଲ ଜବତ କରାଯାଇଛି।

ଦିଲ୍ଲୀରେ ସନ୍ଦିଗ୍ଧ ISIS ଆତଙ୍କବାଦୀ ଗିରଫ, ଅଯୋଧ୍ୟାରେ ହାଇ ଆଲର୍ଟ

ସେପଟେ ଉତ୍ତର ପ୍ରଦେଶର ବଳରାମପୁର ଜିଲ୍ଲାରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି । ଏହି ସନ୍ଦିଗ୍ଧ ଆତଙ୍କବାଦୀ ବଳରାମପୁର ଜିଲ୍ଲାର ବୋଲି କୁହାଯାଉଛି । ସେହିପରି ଉତ୍ତରୌଲା କୋତୱାଲୀ ଅଞ୍ଚଳର ବାଢୱା ଭୌସରୀ ଗ୍ରାମକୁ ସିଲ୍ କରାଯାଇଛି। ସୂଚନାନୁସାରେ, ଦିଲ୍ଲୀ ପୋଲିସ ଏବଂ ଏଟିଏସ୍ ଟିମ୍ ଗାଁରେ ପହଞ୍ଚିଛନ୍ତି। ଗାଁ ମସଜିଦରେ ବହୁ ସଂଖ୍ୟାରେ ପୋଲିସ ଓ ଗ୍ରାମବାସୀଙ୍କୁ ଦେଖିବାକୁ ମିଳୁଛି। ଗାଁରେ ଗଣମାଧ୍ୟମର ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀ ପୋଲିସ ଏବଂ ଆଣ୍ଟି ଟେରର୍ ସ୍କ୍ବାଡ ଧୌଲା କୁଆନ ରିଙ୍ଗ ରୋଡ ନିକଟରେ ଆଇଏସଆଇଏସ ଆତଙ୍କବାଦୀ ସଂଗଠନର ସନ୍ଦିଗ୍ଧ ଆତଙ୍କବାଦୀ ଅବୁଲ ୟୁସୁଫକୁ ଗିରଫ କରିଛି । ଦିଲ୍ଲୀ ପୋଲିସ ଏବଂ ଆଣ୍ଟି ଟେରର୍ ସ୍କ୍ବାଡ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ସମୟରେ ଜଣେ ଆତଙ୍କବାଦୀ ଧରାପଡିଛି । ଅନ୍ୟପକ୍ଷରେ ତା ସହଯୋଗୀ ଆତଙ୍କବାଦୀ ସେଠାରୁ ଖସିଯିବାରେ ସଫଳ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.