ETV Bharat / bharat

ଆଜି ଜାମିୟାମିଲିଆ ଛାତ୍ରଙ୍କ ପଦଯାତ୍ରା, ମଣ୍ଡି ହାଉସରେ 144 ଧାରା ଜାରି - ଜାମିୟାମିଲିୟା ଛାତ୍ରଙ୍କ ପଦଯାତ୍ରା

ମଙ୍ଗଳବାର ଦିନ 12ଟା 30ରେ ଜାମିୟା ମିଲିଆ ଇସଲାମିୟା ଛାତ୍ରଛାତ୍ରୀଙ୍କ ସିଏଏ ବିରୁଦ୍ଧରେ ପଦଯାତ୍ରା । ଛାତ୍ରଛାତ୍ରୀଙ୍କ ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ପକ୍ଷରୁ ମଣ୍ଡି ହାଉସରେ ଧାରା 144 ଲାଗୁ ।

Mandi House
ମଣ୍ଡି ହାଉସରେ ଲାଗିଲା ଧାରା 144
author img

By

Published : Dec 24, 2019, 12:32 PM IST

Updated : Dec 24, 2019, 2:46 PM IST

ନୂଆଦିଲ୍ଲୀ: କିଛି ଦିନର ବିରତୀ ପରେ ପୁଣି ଦେଶର ରାଜଧାନୀ ଦିଲ୍ଲୀରେ ଉତ୍ତେଜନା ସ୍ଥିତି ଉପୁଜିଛି । ଆଉ କିଛି ସମୟ ପରେ ନାଗରିକତା ସଂଶୋଧନ ଆଇନ ବିରୁଦ୍ଧରେ ପଦଯାତ୍ରା କରିବାକୁ ଯାଉଛନ୍ତି ଜାମିୟାମିଲିଆ ଇସଲାମିୟା ବିଶ୍ବ ବିଦ୍ୟାଳୟର ଛାତ୍ରଛାତ୍ରୀ । ଜାମିୟା ଛାତ୍ରାଛାତ୍ରୀଙ୍କ ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଦିଲ୍ଲୀର ମଣ୍ଡି ହାଉସ ନିକଟରେ ଦିଲ୍ଲୀ ପୋଲିସ ପକ୍ଷରୁ ଧାରା 144 ଲାଗୁ କରିଦିଆଯାଇଛି । ଏହା ସହ ବହୁ ସଂଖ୍ୟାରେ ପୋଲିସ ବାହିନୀଙ୍କୁ ଏଠାରେ ନିୟୋଜିତ କରାଯାଇଛି ।

ସିଏଏକୁ ବିରୋଧ କରି ଜାମିୟାମିଲିଆ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ବାରମ୍ବାର ପ୍ରଦର୍ଶନ କରିଆସୁଛନ୍ତି। ପୂର୍ବରୁ ହୋଇଥିବା ପ୍ରଦର୍ଶନ ସମୟରେ ଛାତ୍ରଛାତ୍ରୀ ଓ ପୋଲିସ ମୁହାଁମୁହିଁ ହୋଇଥିଲେ । ପୋଲିସ ଛାତ୍ରଛାତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବା ସହ ଲାଠିଚାର୍ଜ କରିଥିଲା । ଏଥିରେ ଉଭୟ ପୋଲିସ ଓ ଛାତ୍ରଛାତ୍ରୀ ଆହତ ହୋଇଥିଲେ । ଜାମିୟା ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ବିରୁଦ୍ଧରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ବିପକ୍ଷ କଡା ବିରୋଧ କରିଥିଲା ।

Intro:Body:

blank

Conclusion:
Last Updated : Dec 24, 2019, 2:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.