ETV Bharat / bharat

CAA ବିରୋଧରେ ହିଂସା, ପୂର୍ବୋତ୍ତର ଦିଲ୍ଲୀରେ 144 ଧାରା ଜାରି - CAA ବିରୋଧରେ ହିଂସା ଜାରି

ନାଗରିକତା ସଂଶୋଧନ ଆଇନ୍‌ ବିରୋଧରେ ରାଜଧାନୀ ଦିଲ୍ଲୀର ସୀଲମପୁର ଅଞ୍ଚଳରେ ହୋଇଥିବା ହିଂସାକାଣ୍ଡ ପରେ ସଜାଗ ହୋଇଛି ଦିଲ୍ଲୀ ପୋଲିସ । ଦିଲ୍ଲୀର ଉତ୍ତର ପୂର୍ବ ଅଞ୍ଚଳରେ ଧାରା 144 ଲାଗୁ କରାଯାଇଛି ।

section-144-has-been-imposed-in-north-east-delhi
ଫାଇଲ ଫଟୋ
author img

By

Published : Dec 18, 2019, 11:04 AM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍‌ ବିରୋଧରେ ରାଜଧାନୀ ଦିଲ୍ଲୀର ସୀଲମପୁର ଅଞ୍ଚଳରେ ହୋଇଥିବା ହିଂସାକାଣ୍ଡ ପରେ ସଜାଗ ହୋଇଛି ଦିଲ୍ଲୀ ପୋଲିସ । ସତର୍କମୂଳକ ପଦକ୍ଷେପ ନେଇ ଦିଲ୍ଲୀର ଉତ୍ତର ପୂର୍ବ ଅଞ୍ଚଳରେ ସିଆରପିସିର ଧାରା 144 ଲାଗୁ କରାଯାଇଛି । ତେବେ ବର୍ତ୍ତମାନ ଦିଲ୍ଲୀର ଉତ୍ତର ପୂର୍ବ ଅଞ୍ଚଳର କୌଣସି ସାର୍ବଜନୀନ ସ୍ଥାନରେ 4ରୁ ଅଧିକ ଲୋକ ଜମା ହୋଇପାରିବେ ନାହିଁ କି ପ୍ରଦର୍ଶନ କରିପାରିବେ ନାହିଁ ।

ସେପଟେ ସୀଲମପୁର ଅଞ୍ଚଳରେ ମଙ୍ଗଳବାର ହୋଇଥିବା ହିଂସାକାଣ୍ଡ ଘଟଣାରେ ଦିଲ୍ଲୀ ପୋଲିସ 2ଟି ଏଫଆଇଆର ରୁଜୁ କରିଛି । ଆଇପିସିର ଧାରା ଅନୁଯାୟୀ ଦଙ୍ଗା ଉସୁକାଇବା ଏବଂ ସାର୍ବଜନୀନ ସମ୍ପର୍ତ୍ତିକୁ କ୍ଷତି ପହଞ୍ଚାଇବା ଅଭିଯୋଗରେ ଏହି ମାମଲା ରୁଜୁ କରିଛି ପୋଲିସ । ଏହି ମାମଲାରେ 6 ଜଣଙ୍କୁ ଗିରଫ ମଧ୍ୟ କରାଯାଇଥିବା ସୂଚନା ରହିଛି । ଏହା ସହିତ ପୋଲିସ ଅନେକ ସ୍ଥାନରେ ଚଢାଉ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ନାଗରିକତା ସଂଶୋଧନ ଆଇନ ବିରୋଧରେ ଦିଲ୍ଲୀରେ ହିଂସା ବଢ଼ିବାରେ ଲାଗିଛି । ମଙ୍ଗଳବାର ରାଜରାସ୍ତାରେ ସୀଲମପୁରରେ ପୋଲିସ ଓ ପ୍ରଦର୍ଶନକାରୀମାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା ।

Intro:Body:

testing

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.