ଗାଜିଆବାଦ: ରାଜଧାନୀ ଦିଲ୍ଲୀକୁ ଲାଗିଥିବା ଗାଜିଆବାଦରେ ପୁଣିଥରେ ଲାଗୁ ହୋଇଛି ଧାରା-144 । ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଧାରା-144 ଅବଧିକୁ ବୃଦ୍ଧି କରାଯାଇଛି । ଆସନ୍ତା ନଭେମ୍ବର 30 ପର୍ଯ୍ୟନ୍ତ ଧାରା-144 ଅବଧି ବଳବତ୍ତର ରଖାଯାଇଛି ।
ଦେଶରେ ଆଗକୁ ପାର୍ବଣ, ବିଭିନ୍ନ ପରୀକ୍ଷା ଥିବାରୁ କୋରୋନା ଭାଇରସ ସଂକ୍ରମଣକୁ ଦେଖି ପ୍ରଶାସନ ପକ୍ଷରୁ ଏଭଳି କଠୋର ପଦକ୍ଷେପ ଗ୍ରହଣ କରାଯାଇଛି ।
ଆସନ୍ତା 30 ନଭେମ୍ବର ଗାଜିଆବାଦରେ ଧାରା-144 ଲାଗୁ କରାଯିବ। ଆଉ ଏହି ସମୟରେ ନିୟମ ଉଂଲ୍ଲଘନ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ସମୟରେ କୌଣସି ପ୍ରକାର କାର୍ଯ୍ୟକ୍ରମର ଆୟୋଜନ ସମ୍ବନ୍ଧୀୟ ମାମଲାରେ ଜିଲ୍ଲା ପ୍ରଶାସନ ଠାରୁ ଅନୁମତି ନେବାକୁ ପଡିବ । ଏହାସହ ଏକଜୁଟ ଭିଡ ଉପରେ କଡା କଟକଣା ରହିବ ।
ନବରାତ୍ର ସମୟରେ ଯଦି ଧାରା-144ର ଉଂଲ୍ଲଘନ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।