ETV Bharat / bharat

ମଧ୍ୟପ୍ରଦେଶ ବିଧାନସଭା ଉପନିର୍ବାଚନ: କଂଗ୍ରେସର ଦ୍ବିତୀୟ ପ୍ରାର୍ଥୀ ତାଲିକା ଜାରି

author img

By

Published : Sep 27, 2020, 9:27 PM IST

ମଧ୍ୟପ୍ରଦେଶରେ ଆଗାମୀ ବିଧାନସଭା ଉପନିର୍ବାଚନ ପାଇଁ କଂଗ୍ରେସର ଦ୍ବିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ । 9 ଜଣଙ୍କ ନାଁ ଘୋଷଣା କରିଛି ଦଳ । ଅଧିକ ପଢନ୍ତୁ...

ମଧ୍ୟପ୍ରଦେଶ ବିଧାନସଭା ଉପନିର୍ବାଚନ: କଂଗ୍ରେସର ଦ୍ବିତୀୟ ପ୍ରାର୍ଥୀ ତାଲିକା ଜାରି
ମଧ୍ୟପ୍ରଦେଶ ବିଧାନସଭା ଉପନିର୍ବାଚନ: କଂଗ୍ରେସର ଦ୍ବିତୀୟ ପ୍ରାର୍ଥୀ ତାଲିକା ଜାରି

ଭୋପାଳ: ମଧ୍ୟପ୍ରଦେଶରେ ଆଗାମୀ ବିଧାନସଭା ଉପନିର୍ବାଚନ ପାଇଁ ଦ୍ବିତୀୟ ପ୍ରାର୍ଥୀ ତାଲିକା ଜାରି କରିଛି କଂଗ୍ରେସ । ଏହି ତାଲିକାରେ 9 ଜଣଙ୍କ ନାଁ ସାମିଲ ରହିଛି । ଦଳ ଜରାରୁ ପଙ୍କଜ ଉପାଧ୍ୟାୟ, ସୁମାୱାଲୀରୁ ଅଜାବ କୁଶୱାହ, ଗ୍ବାଲିୟର ପୂର୍ବରୁ ସତୀଶ ସିକାଭର, ପୋହରୀରୁ ହରିବଲ୍ଲଭ ଶୁକ୍ଳ, ମୁଙ୍ଗାବଲିରୁ କହ୍ନୈୟାରାମ ଲୋଧି, ସୁରଖୀରୁ ପାରୁଲ ସାହୁ, ମାନ୍ଧାତାରୁ ଉତ୍ତମ ରାଜ ନାରାୟଣ ସିଂ, ବଦନାୱରରୁ ଅଭିଷେକ ସିଂହ ଟିଙ୍କୁଙ୍କୁ ଟିକଟ ଦେଇଛି କଂଗ୍ରେସ । ଏହାପୂର୍ବରୁ ଦଳ 15 ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିଲା ।

ଶୁକ୍ରବାର ନିର୍ବାଚନ ଆୟୋଗ ଏକ ସାମ୍ବାଦିକ ସମ୍ମିଳନୀ ଡକାଇଥିଲେ । ବିହାର ବିଧାନସଭା ନିର୍ବାଚନ ସହିତ ମଧ୍ୟପ୍ରଦେଶ ସମେତ ଅନ୍ୟ ରାଜ୍ୟରେ ଉପ-ନିର୍ବାଚନର ତାରିଖ ଘୋଷଣା କରାଯିବ ବୋଲି ଆଶା କରାଯାଉଥିଲା। ହେଲେ ଏପରି ହୋଇନାହିଁ ।

ମଧ୍ୟପ୍ରଦେଶର 230ଟି ବିଧାନସଭା ଆସନ ମଧ୍ୟରୁ 28ଟି ଆସନ ଖାଲି ଅଛି । ବିଧାୟକଙ୍କ ଦେହାନ୍ତ ହେତୁ ଦୁଇଟି ଆସନ ଖାଲି ପଡିଥିବାବେଳେ କଂଗ୍ରେସ ବିଧାୟକମାନେ 25ଟି ଆସନରେ ଇସ୍ତଫା ଦେଇଛନ୍ତି । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥନରେ 22 ଜଣ କଂଗ୍ରେସ ବିଧାୟକ ଏକାସାଙ୍ଗରେ ଇସ୍ତଫା ଦେଇଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.