ETV Bharat / bharat

ମୁମ୍ବାଇରେ ମେ 17 ପର୍ଯ୍ୟନ୍ତ ଲାଗୁ ହେଲା 144 ଧାରା - କୋରୋନା

COVID-19 ପ୍ରସାରକୁ ଦୃଷ୍ଟିରେ ରଖି ମୁମ୍ବାଇ ପୋଲିସ ମେ 17 ପର୍ଯ୍ୟନ୍ତ (CrPC) ର ଧାରା 144 ଲାଗୁ ହେବ ବୋଲି ଘୋଷଣା କରିଛନ୍ତି । ମେଡ଼ିକାଲ ସମସ୍ୟା ବ୍ୟତୀତ ଅଣ-ଅତ୍ୟାବଶ୍ୟକ ସେବା ପାଇଁ ରାତି 8 ଟାରୁ ସକାଳ 7 ଟା ପର୍ଯ୍ୟନ୍ତ ନିଷେଧ । ଅଧିକ ପଢନ୍ତୁ...

Sec 144 imposed in Mumbai till May 17
ମୁମ୍ବାଇରେ ମେ 17 ପର୍ଯ୍ୟନ୍ତ 144 ଧାରା ଲାଗୁ କଲେ ସରକାର
author img

By

Published : May 5, 2020, 11:04 AM IST

ମୁମ୍ବାଇ: କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ବଢୁଥିବା ନେଇ ମୁମ୍ବାଇରେ ଲାଗୁ ହେଲା 144 ଧାରା । COVID-19 ପ୍ରସାରକୁ ଦୃଷ୍ଟିରେ ରଖି ମୁମ୍ବାଇ ପୋଲିସ ମେ 17 ପର୍ଯ୍ୟନ୍ତ (CrPC) ର ଧାରା 144 ଲାଗୁ ହେବ ବୋଲି ଘୋଷଣା କରିଛନ୍ତି । ଏହି ଧାରା ଅନୁସାରେ ଗୋଟିଏ ଜାଗାରେ ଚାରିରୁ ଅଧିକ ଲୋକଙ୍କ ସମାବେଶକୁ ବାରଣ କରାଯିବ । ମେଡ଼ିକାଲ ସମସ୍ୟା ବ୍ୟତୀତ ସମସ୍ତ ଅଣ-ଅତ୍ୟାବଶ୍ୟକ ସେବା ପାଇଁ ରାତି 8 ଟାରୁ ସକାଳ 7 ଟା ପର୍ଯ୍ୟନ୍ତ ନିଷେଧ ହେବ ବୋଲି ପୋଲିସ କହିଛି।

ଏବେ ମହାରାଷ୍ଟ୍ରରେ ସମୁଦାୟ COVID-19 ମାମଲା 14,541 କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ସଂଖ୍ୟା 583ରେ ପହଞ୍ଚିଛି। ସମଗ୍ର ଦେଶରେ ସର୍ବାଧିକ କୋରୋନା ଆକ୍ରାନ୍ତ ମହାରାଷ୍ଟ୍ରରେ ଚିହ୍ନଟ ପରେ ସେଠାରେ 144 ଧାରା ଲାଗୁ କରିଛନ୍ତି ସରକାର। ତେଣୁ କୋରୋନାକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ସରକାର ମେ 17 ପର୍ଯ୍ୟନ୍ତ ତାଲାବନ୍ଦୀ ଅବଧିକୁ ବୃଦ୍ଧି କରିଛନ୍ତି ।

@ ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.