ETV Bharat / bharat

ଗଣେଶ ପୂଜା ପାଇଁ ମୂର୍ତ୍ତି ପ୍ରଦାନ

ଚଳିତ ବର୍ଷ ଭୟାବହ ବନ୍ୟାରେ ମହାରାଷ୍ଟ୍ରର ମେରୁଦଣ୍ଡ ଭାଙ୍ଗିପଡ଼ିଛି । ଫଳରେ ଆଗକୁ ଆସୁଥିବା ପାର୍ବଣ ଋତୁକୁ ମହାରାଷ୍ଟ୍ରବାସୀଙ୍କ ପାଇଁ ଏହାକୁ ପାଳନ କରିବା କଷ୍ଟସାଧ୍ୟ ହୋଇପଡ଼ିଛି । ଫଳରେ ମହାରାଷ୍ଟ୍ରର ଜଣେ ମୂର୍ତ୍ତି କାରିଗର ମାଗଣାରେ ବନ୍ୟାଞ୍ଚଳକୁ ମୂର୍ତ୍ତି ପ୍ରଦାନ କରିଥିବା ଜଣାପଡ଼ିଛି ।

ଫଟୋ ସୌଜ୍ୟ: ସୋସିଆଲ ମିଡ଼ିଆ@ANI
author img

By

Published : Aug 20, 2019, 2:54 PM IST

ମୁମ୍ବାଇ: ମହାରାଷ୍ଟ୍ରର ପ୍ରମୁଖ ଉତ୍ସବ ଗୁଡ଼ିକ ମଧ୍ୟରେ ଅଗ୍ରପୂଜ୍ୟ ଗଣେଶଙ୍କ ପୂଜା ଅନ୍ୟତମ । ଏହି ପର୍ବକୁ ବେଶ ଧୂମଧାମରେ ପାଳନ କରାଯାଇଥାଏ । ବେଶ ଉତ୍ସାହର ସହିତ ମହାରାଷ୍ଟ୍ରବାସୀ ଏହାକୁ ପାଳନ କରିଥାନ୍ତି । ଚଳିତ ବର୍ଷ ମହାରାଷ୍ଟ୍ରରେ ବନ୍ୟା ବିତ୍ପାତ ଦେଖା ଦେଇଥିବା ବେଳେ ପାର୍ବଣ ମାହୋଲ ଫିକା ପଡ଼ିବାରେ ଲାଗିଛି । ତେବେ ଏହି ସମୟରେ ଜଣେ ମୂର୍ତ୍ତି କାରିଗର ମାଗଣାରେ ବନ୍ୟା ବିପନ୍ନଙ୍କୁ ମୂର୍ତ୍ତି ଯୋଗାଇ ଦେଉଥିବା ଜଣପାଡ଼ିଛି ।

ମୂର୍ତ୍ତି କାରିଗର ସଚିନ ସେଠ ଏହି ମୂର୍ତ୍ତି ବିତରଣ କରୁଥିବା ଜଣାପଡ଼ିଛି । ସଚିନ କହିଛନ୍ତି ଏହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପୁରା ଦେଶ ଆମ ସହିତ ଛିଡ଼ା ହୋଇଛି । ଦେଶର କୋଣ ଅନୁକୋଣରୁ ଆମ ପାଇଁ ସହାୟତାର ହାତ ଲମ୍ବି ଆସିଛି । ଏପରିକି ଆଗକୁ ମଧ୍ୟ ଆମକୁ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ କି ଭୟଙ୍କର ବନ୍ୟାରେ ରାଜ୍ୟବାସୀ ସେମାନଙ୍କ ସମସ୍ତ ଖୁସିକୁ ହରାଇଛନ୍ତି । ସେମାନଙ୍କ ନିକଟରେ ମୂର୍ତ୍ତି କିଣିବାକୁ ସମ୍ବଳ ନଥିବା ବେଳେ ଆମ ତରଫରୁ ଏହି ସହାୟତା ଯୋଗାଇ ଦିଆଯାଉଛି ବୋଲି ସେ କହିଥିଲେ।

ବନ୍ୟାରେ ଅନେକ ନିଜର ସମସ୍ତ ସମ୍ବଳ ହରାଇବା ପରେ ରାଜ୍ୟବାସୀ ପୂଜାର ଆୟୋଜନ କରିବାରେ ଅସମର୍ଥ ହୋଇ ପଡ଼ିଛନ୍ତି । ଏ ସମ୍ପର୍କରେ ବିଜେପି ରାଜ୍ୟ ଉପସଭାପତିଙ୍କ ସହିତ ଆଲୋଚନ କରିଥିବା ନେଇ କହିଛନ୍ତି ସଚିନ । ଏ ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ରାଜ୍ୟ ବିଜେପି ଉପସଭାପତି ମୋତେ ଏହି ଉପାୟ ଦେଇଥିବା ସଚିନ ପ୍ରକାଶ କରିଛନ୍ତି । ତେବେ ପ୍ରଥମ ପର୍ଯ୍ୟାୟରେ ମୂର୍ତ୍ତି ଗୁଡ଼ିକ ବନ୍ୟାଞ୍ଚଳକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଚଳିତ ବର୍ଷ ବନ୍ୟାରେ ମହାରାଷ୍ଟ୍ରର ପୁନେ ଡ଼ିଭିଜନରେ କେବଳ 54 ଜଣଙ୍କ ପ୍ରାଣହାନୀ ଘଟିଥିବା ଜଣାପଡିଛି । ଏହି ଭୟାବହ ସ୍ଥିତିରେ ସୁଧାର ଆଣିବା ପାଇଁ ସରକାରୀ ସ୍ତରରେ ବ୍ୟାପକ ବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରୀ ଆପଣାଇଛନ୍ତି । ତେବେ କୋଙ୍କଣ ଓ ପଶ୍ଚିମ ମହାରାଷ୍ଟ୍ର ବୁଲି ଲୋକଙ୍କ ସ୍ଥିତି ଦେଖିସାରିଛି । ସେମାନେ ଚଳିତ ବର୍ଷ ଏହି ପାର୍ବଣକୁ ପାଳନ କରିପାରିବେ ନାହିଁ ବୋଲି ରାଜ୍ୟ ବିଜେପି ଉପସଭାପତି ପ୍ରସାଦ ଲାଦ କହିଛନ୍ତି ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.