ETV Bharat / bharat

ବ୍ୟକ୍ତିତ୍ବ ବିଷୟରେ ଜଣାଇବ ମୋବାଇଲ ଆପ୍ଲିକେସନ

ମଣିଷର ବ୍ୟକ୍ତିତ୍ବ ବିଷୟରେ ସୂଚନା ଦେବ ମୋବାଇଲ ଆପ୍ଲିକେସନ । ଶାରୀରିକ କ୍ଷମତା ସହ ବ୍ୟବହାର ବିଷୟରେ ଜଣାଇବ ମୋବାଇଲ । ମୁଖ୍ୟତଃ ଶାରୀରିକ କ୍ଷମତା ଦୃଢ ଇଚ୍ଛା ଶକ୍ତି ଓ ସୁଦୃଢ ବ୍ୟକ୍ତିତ୍ବକୁ ପ୍ରମାଣିତ କରିଥାଏ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Sep 2, 2019, 12:46 PM IST

ହାଇଦ୍ରାବାଦ: ଡିଜିଟାଲ ଯୁଗରେ କାହାର ବ୍ୟକ୍ତିତ୍ବ ବିଷୟରେ ଜାଣିବାକୁ ହେଲେ ମୋବାଇଲ ଫୋନଠାରୁ ବଡ ପ୍ରମାଣ କିଛି ନାହିଁ । ଫୋନକଲ୍ ଓ ମେସେଜରୁ ଜଣେ ବ୍ୟକ୍ତିର ଚରିତ୍ର ବିଷୟରେ ସଫା ଜଣାପଡିଥାଏ । ଏହା ବ୍ୟତୀତ ଆମ ଗତିବିଧି, ରାତିରେ କେତେ ସମୟ କଥା ହେଉଛେ, ଏହି ସବୁ ପ୍ରକ୍ରିୟା ମନୁଷ୍ୟର ବ୍ୟକ୍ତିତ୍ବ ଜାଣିବାରେ ସହାୟକ ହେବ । ମୋବାଇଲରେ ଥିବା ସ୍ବତନ୍ତ୍ର ଆପ, ଯାହା ଶାରୀରିକ ବ୍ୟାୟାମ ଓ ଶକ୍ତି ବିଷୟରେ ସୂଚନା ଦେଇଥାଏ । ଶାରୀରିକ ଶକ୍ତି ଅନେକ ସମୟରେ ସୁଦୃଢ ବ୍ୟକ୍ତିତ୍ବକୁ ପ୍ରମାଣିତ କରିଥାଏ ବୋଲି କହିଛନ୍ତି RMIT Universityର ଗବେଷକ ।

ଶାରୀରିକ ଗତିବିଧି ମନୁଷ୍ୟ ବ୍ୟକ୍ତିତ୍ବ ସହ ଦୃଢ ସମ୍ପର୍କ ରଖିଥାଏ । ତେବେ ଏହା ମଣିଷ ମଧ୍ୟରେ ଭିନ୍ନଭିନ୍ନ । ଅନେକ ବ୍ୟକ୍ତି ସଂନ୍ଧ୍ୟା ସମୟରେ ଚାଲିଥାନ୍ତି ଓ ବନ୍ଧୁମାନଙ୍କ ସହ ଦେଖା କରିବା ସହ ବୁଲିବାକୁ ଯାଇଥାନ୍ତି । ଏହା ଜଣେ ବ୍ୟକ୍ତିର ଶାରୀରିକ କ୍ଷମତା ବିଷୟରେ ସୂଚନା ଦେଇଥାଏ । ବୁଲିବାକୁ ପସନ୍ଦ କରୁଥିବା ବ୍ୟକ୍ତି ଛୁଟିଦିନରେ ଅଧିକ ବ୍ୟସ୍ତ ଥାଆନ୍ତି ।

ସାଧାରଣତଃ ମହିଳାମାନେ ଅଧିକ ବୁଲିବା ପସନ୍ଦ କରନ୍ତି । ତେବେ ଏହି ବିଷୟରେ ସୂଚନା କେବଳ ମୋବାଇଲ ଫୋନରୁ ହିଁ ଜଣାପଡିଥାଏ । ଦିନକ ଭିତରେ ବ୍ୟକ୍ତିର ବ୍ୟସ୍ତତା ବିଷୟରେ ଜାଣିବାକୁ ହେଲେ, ମୋବାଇଲ ଫୋନ ଉପଯୁକ୍ତ ମାଧ୍ୟମ ।

ଅନ୍ୟପକ୍ଷେ ସମ୍ବେଦନଶୀଳ ମହିଳା ରାତିରେ ଅଧିକ ଫୋନ ଚେକ୍ କରିଥାନ୍ତି କିନ୍ତୁ ପୁରୁଷଙ୍କ କ୍ଷେତ୍ରରେ ଏହା ବିପରୀତ । ଡିଜିଟାଲ ଯୁଗରେ ଅନଲାଇନ ଡେଟିଂ, ବିଜ୍ଞାପନ ପାଇଁ ଅନେକ ଆପ୍ ର ବ୍ୟବହାର କରାଯାଉଛି । ଅନେକଙ୍କ ବ୍ୟବହାର ଭିନ୍ନ ପ୍ରକାର । ପ୍ରକୃତ କଥା କହିବାକୁ ଗଲେ, ନିଜର ବ୍ୟକ୍ତିତ୍ବ ବିଷୟରେ କେବଳ ନିଜେ ହିଁ ଜାଣିପାରିବା । ସବୁଠାରୁ ମହତ୍ତ୍ବପୂର୍ଣ୍ଣ କଥା ହେଲା ବାସ୍ତବ ଜୀବନରେ ନିଜ ଅନୁଭୂତିରୁ ହିଁ ଆମେ ଅଧିକ ସକ୍ରିୟ ହୋଇପାରିବା ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.