ETV Bharat / bharat

କାଲିଠୁ ରାଜସ୍ଥାନରେ ଖୋଲିବ ସ୍କୁଲ

author img

By

Published : Sep 20, 2020, 3:05 PM IST

ସୋମବାର ଠାରୁ ରାଜସ୍ଥାନରେ ଖୋଲିବ ସ୍କୁଲ । ଅନଲକ୍ -4 ଅଧିନରେ ରାଜସ୍ଥାନ ସରକାର ସେପ୍ଟେମ୍ବର 21ରୁ ଅର୍ଥାତ୍ ସୋମବାର ଠାରୁ ରାଜସ୍ଥାନରେ ସ୍କୁଲ ଖୋଲିବାକୁ ଅନୁମତି ଦେଇଛନ୍ତି । ଏନେଇ ରାଜ୍ୟ ଗୃହ ବିଭାଗ ମଧ୍ୟ ଏକ ଗାଇଡଲାଇନ ଜାରି କରିଛନ୍ତି।

କାଲିଠୁ ରାଜସ୍ଥାନରେ ଖୋଲିବ ସ୍କୁଲ
କାଲିଠୁ ରାଜସ୍ଥାନରେ ଖୋଲିବ ସ୍କୁଲ

ଜୟପୁର: ସୋମବାର ଠାରୁ ରାଜସ୍ଥାନରେ ଖୋଲିବ ସ୍କୁଲ । ଅନଲକ୍-4 ଅଧିନରେ ରାଜସ୍ଥାନ ସରକାର ସେପ୍ଟେମ୍ବର 21ରୁ ଅର୍ଥାତ୍ ସୋମବାର ଠାରୁ ରାଜସ୍ଥାନରେ ସ୍କୁଲ ଖୋଲିବାକୁ ଅନୁମତି ଦେଇଛନ୍ତି । ଏନେଇ ରାଜ୍ୟ ଗୃହ ବିଭାଗ ମଧ୍ୟ ଏକ ଗାଇଡଲାଇନ ଜାରି କରିଛନ୍ତି।

ତେବେ ନବମରୁ ଦ୍ବାଦଶ ଶ୍ରେଣୀର ଛାତ୍ରମାନେ ଅଭିଭାବକଙ୍କ ଲିଖିତ ଅନୁମତି କ୍ରମେ ବିଦ୍ୟାଳୟକୁ ଯାଇପାରିବେ । ତେବେ ବିଦ୍ୟାଳୟର 50 ପ୍ରତିଶତ ଶିକ୍ଷକ ଓ କର୍ମଚାରୀଙ୍କୁ ବିଦ୍ୟାଳୟକୁ ଆସିବାକୁ ଅନୁମତି ଦିଆଯାଇଛି । ତେବେ 30 ସେପ୍ଟେମ୍ବର ପର୍ଯ୍ୟନ୍ତ ନିୟମିତ କ୍ଲାସ୍ ହେବ ନାହିଁ ।

ଏପଟେ ବିଦ୍ୟାଳୟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସମସ୍ତ ନିର୍ଦ୍ଦେଶାବଳୀ ପାଳନ କରାଯିବ । ସମସ୍ତ ଛାତ୍ର ଏବଂ କର୍ମଚାରୀ ମାନେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ପାଳନ କରିବା, ଥର୍ମାଲ୍ ସ୍କାନିଂ ଏବଂ ସାନିଟାଇଜର ବ୍ୟବହାର କରିବା ବାଧ୍ୟତାମୂଳକ ଅଟେ । ତେବେ କେବଳ ନନ୍-କଣ୍ଟେନମେଣ୍ଟ ଜୋନରେ ବିଦ୍ୟାଳୟ ଖୋଲିବାକୁ ଅନୁମତି ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.