ETV Bharat / bharat

ସଂକ୍ରମଣ ଭୟ: ସ୍କୁଲରେ ଲାଗୁ ହୋଇପାରେ ଯୁଗ୍ମ ଅଯୁଗ୍ମ ଫର୍ମୂଲା - ସ୍କୁଲରେ ଲାଗୁ ହୋଇପାରେ ଯୁଗ୍ମ ଅଯୁଗ୍ମ ଫର୍ମୂଲା

ଲକଡାଉନ ପରେ ଆରମ୍ଭ ହୋଇପାରେ ସ୍କୁଲ ପାଠପଢା । ହେଲେ ସଂକ୍ରମଣ ଦୃଷ୍ଟିକୁ ଏଡାଇ ଦିଆଯାଇପାରିବ ନାହିଁ । ସେଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହେଉଛି ।

ସଂକ୍ରମଣ ଭୟ: ସ୍କୁଲରେ ଲାଗୁ ହୋଇପାରେ ଯୁଗ୍ମ ଅଯୁଗ୍ମ ଫର୍ମୂଲା

author img

By

Published : May 8, 2020, 2:40 PM IST

ନୂଆଦିଲ୍ଲୀ: ଲକଡାଉନ ଯୋଗୁଁ ଠାରୁ ଠପ ହୋଇପଡିଛି ପାଠପଢା । ଲକଡାଉନ ପରେ ଆରମ୍ଭ ହୋଇପାରେ ସ୍କୁଲ । ଏଥିପାଇଁ କେନ୍ଦ୍ର ସରକାର ପକ୍ଷରୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି । କୋରୋନା ସଂକ୍ରମଣ ପାଇଁ ସାମାଜିକ ଦୂରତ୍ବ ଗୁରୁତ୍ବ ଗୁରୁତ୍ବପୂର୍ଣ୍ଣ । ସେନେଇ ସରକାର ଯୁଗ୍ମ-ଅଯୁଗ୍ମର ଫର୍ମୂଲା ଆପଣାଇ ପାରନ୍ତି ।

କିପରି ସ୍କୁଲଗୁଡିକରେ ସୁପରିଚଳନା କରାଯିବ ସେନେଇ ଏନସିଆରଟି ଓ ମାନବ ସମ୍ବଳ ମନ୍ତ୍ରଣାଳୟ ଏକ ବ୍ଲୁ-ପ୍ରିଣ୍ଚ ପ୍ରସ୍ତୁତ କରାଯାଉଛି । କମ ସଂଖ୍ୟକ ପିଲାଙ୍କ ମଧ୍ୟରେ ସାମାଜିକ ଦୂରତ୍ବ ବେଶ ଭଲ ଭାବରେ ପାଳନ ହୋଇପାରିବ । ସେଥିପାଇଁ ପ୍ରତି କ୍ଲାସରେ 50 ପ୍ରତିଶତ ଛାତ୍ରଛାତ୍ରୀ ଉପସ୍ଥିତ ରହିବେ । ଏହି ଫର୍ମୂଲା ପ୍ରତ୍ୟେକ ଦିନ ପାଇଁ ନୁହେଁ ସାପ୍ତାହିକ ରହିବ । ଫଳରେ ସଂକ୍ରମଣର ଆଶଙ୍କା କମ ରହିବ । ଏହା ରୋଲ ନମ୍ବର ଆଧାରରେ ଏହି ନିୟମ ଲାଗୁ ହେବ ।

ସ୍କୁଲର ପ୍ରତି କ୍ଲାସରେ 50 ପ୍ରତିଶତ ଛାତ୍ରଛାତ୍ରୀ ରହିବେ। ଯେଉଁ ପିଲାମାନେ ଛୁଟିରେ ରହିବେ ସେମାନେ ଘର ରହି କଣ କରିବେ ଓ କିପରି ପାଠ ପଢିବେ ସେନେଇ ଏନସିଆରଟି ମାର୍ଗଦର୍ଶିକା ପ୍ରସ୍ତୁତ କରୁଛି । ସାମାଜିକ ଦୂରତ୍ବ ସହ ପିଲାଙ୍କ ସହ ଶିକ୍ଷକ ୱାନ ଟୁ ୱାନ କରିବାକୁ ସମୟ ପାଇବେ । ଏନସିଆରଟିର ଏହି ପ୍ରସ୍ତାବକୁ ଖୁବଶୀଘ୍ର ମାନବ ସମ୍ବଳ ମନ୍ତ୍ରଣାଳୟକୁ ପଠାଯିବ । ଏହାର ତର୍ଜମା କରିବା ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.