ଚେନ୍ନାଇ: ସିବିଏସଇ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ଜଣେ ବାଳକ ଏକ ସୋସିଆଲ ମିଡିଆ ଆପ ଆଣିଛି ଯାହା ଫେସବୁକ, ଇନଷ୍ଟା ଇତ୍ୟାଦି ପାଇଁ ଏକ ବିକଳ୍ପ ବୋଲି ପ୍ରତୀତ ହେଉଛି ।
ମିଥୁନ କାର୍ତ୍ତିକ ଥେନିର କର୍ଣ୍ଣେଲ ଜୋନ ପେନିକ୍ୟୁକ ନଗରରେ ରୁହନ୍ତି । ସେ ଲକଡାଉନ ଛୁଟିର ସୁ-ବ୍ୟବହାର କରିଛନ୍ତି । ମିଥୁନ Picgraphy ନାମକ ଏକ ନୂଆ ଆପଲିକେସନ ବାହାର କରିଛନ୍ତି ଯେଉଁଥିରେ ଫେସବୁକ, ହ୍ବାଟସଆପ, ଇନଷ୍ଟା ଓ ଟ୍ବିଟରର ଭଳି ସୋସିଆଲ ମିଡିଆର ବିକଳ୍ପ ଅଟେ ।
ମିଥୁନ ଏହି ଆପକୁ 60 ଦିନର ସ୍ୱଳ୍ପ ସମୟ ମଧ୍ୟରେ ତିଆରି କରିଛନ୍ତି । ଇଣ୍ଡୋ-ଚାଇନିଜ ଫେସଆରପ ପରି ଟିକଟକ, ହେଲୋ ଭଳି ଚାଇନାଜ ଆପକୁ କେନ୍ଦ୍ର ସରକାର ନିଷିଦ୍ଧ କରିଛନ୍ତି। ଭାରତୀୟ ଉତ୍ପାଦର ବ୍ୟବହାର ଉପରେ ପିଏମ ମୋଦି ଜୋର ଦେଇଛନ୍ତି। ଏହି ସମୟରେ ମିଥୁନଙ୍କ ସୋସିଆଲ ଆପ ବରଦାନ ସଦୃଶ ହୋଇଛି ।
ଆପ ର ସୁରକ୍ଷା ଏପରି ଭାବେ ରହିଛି ଯେ, କେହି ବି ୟୁଜର୍ସଙ୍କ ଅନୁମତି ବିନା କେହି ତାଙ୍କୁ ଫଲୋ କରିପାରିବେ ନାହିଁ । ଆପ ଏପରି ଢଙ୍ଗରେ ତିଆରି ହୋଇଛି ଯେ କୌଣସି ସୂଚନା ଚୋରି ହୋଇପାରିବ ନାହିଁ । ଏଥିରେ ସମସ୍ତ ଫିଚର ଅଛି ଯାହା ଫେସବୁକ ସହ ସମାନ ଅଟେ, ସେୟାର କରିବା ଫଟୋ ଅପଲୋଡ ଇତ୍ୟାଦି । ପିକଗ୍ରାଫି କୁ ପ୍ଲେ ଷ୍ଟୋରରୁ ଡାଉନଲୋଡ ହୋଇପାରିବ । ସମ୍ପ୍ରତି 6,000ରୁ ଅଧିକ ଉପଭୋକ୍ତା ଏହି ଆପ ଡାଉନଲୋଡ କରିସାରିଛନ୍ତି।
ମିଥୁନ ଆଉ ଏକ 'ହେ ନାନବା' ନୂତନ ଆପ ବାହାର କରିବାକୁ ବିଚାର କରିଛନ୍ତି, ଯାହା ଜୁମ ଆପ ପାଇଁ ଏକ ବିକଳ୍ପ ହେବ ଯେଉଁଥିରେ ଭିଡିଓ କଲ, ଅଡିଓ କଲ, ଗ୍ରୁପ ଭିଡିଓ ଚାଟ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ