ETV Bharat / bharat

ପ୍ରଧାନମନ୍ତ୍ରୀ ମୋଦିଙ୍କ ନିର୍ବାଚନ ରଦ୍ଦ ମାମଲା: ମଙ୍ଗଳବାର ଆସିବ ସୁପ୍ରିମକୋର୍ଟଙ୍କ ରାୟ - BSF constable Tej Bahadur

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରାଣାସୀରେ ହୋଇଥିବା 2019 ଲୋକସଭା ନିର୍ବାଚନକୁ ରଦ୍ଦ କରିବା ନେଇ ଦାଖଲ ଯାଚିକା ଉପରେ ମଙ୍ଗଳବାର ରାୟ ଶୁଣାଇବେ ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ନିର୍ବାଚନ ରଦ୍ଧ ମାମଲା: ମଙ୍ଗଳବାର ଆସିବ ସୁପ୍ରିମକୋର୍ଟଙ୍କ ରାୟ

author img

By

Published : Nov 23, 2020, 9:13 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରାଣାସୀରେ ହୋଇଥିବା 2019 ଲୋକସଭା ନିର୍ବାଚନକୁ ରଦ୍ଦ କରିବା ନେଇ ଦାଖଲ ଯାଚିକା ଉପରେ ମଙ୍ଗଳବାର ରାୟ ଶୁଣାଇବେ ସୁପ୍ରିମକୋର୍ଟ । ଏନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିଦ୍ବନ୍ଦୀ ଥିବା ପ୍ରାର୍ଥୀ ତେଜ ବାହଦୁର ଏହି ଯାଚିକା ଦାଖଲ କରିଥିଲେ । ଏହା ପୂର୍ବରୁ ଶୁଣାଣି ସମୟରେ ତେଜ ବାହାଦୁରଙ୍କ ଆଇନଜୀବୀ କୋର୍ଟରେ ପ୍ରଶ୍ନର ସନ୍ତୋଷ ଜନକ ଉତ୍ତର ଦେବାରେ ଅସମର୍ଥ ରହିଥିଲେ ।

ଗତବର୍ଷ ଡିସେମ୍ବରରେ ବାରାଣାସୀ ଆସନରୁ ବିଜେପି ଟିକଟରେ ନିର୍ବାଚନ ଲଢି ସାଂସଦ ହୋଇଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆହ୍ଲାବାଦ ହାଇକୋର୍ଟରୁ ମିଳିଥିଲା ଆଶ୍ବସ୍ତି । ହାଇକୋର୍ଟ ପିଏମ ମୋଦିଙ୍କ ନିର୍ବାଚନ ରଦ୍ଦ କରିବା ଦାବିକୁ ନେଇ ଦାଖଲ ଯାଚିକାକୁ ଖାରଜ କରିଦେଇଥିଲେ । ଏହି ଯାଚିକା ସମାଜବାଦୀ ପାର୍ଟି ନେତା ଓ ପୂର୍ବତନ ଯବାନ ତେଜବାହାଦୁରଙ୍କ ପକ୍ଷରୁ ଦାଖଲ କରାଯାଇଥିଲା ।

ମେରିଟ୍ ଆଧାରରେ ଶୁଣାଣି ନକରି କୋର୍ଟ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏହି ମାମଲାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପକ୍ଷରୁ କୋର୍ଟରେ ଯୁକ୍ତି ଦର୍ଶାଯାଇଥିଲା ଯେ ତେଜ ବାହାଦୂର ନା ନିର୍ବାଚନ ପ୍ରାର୍ଥୀ ନା ସେ ବାରାଣାସୀ ଆସନର ଭୋଟର । ତେଣୁ ତାଙ୍କର ନିର୍ବାଚନ ଯାଚିକା ଆବେଦନ କରିବାର ଅଧିକାର ନାହିଁ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆବେଦନକୁ କୋର୍ଟ ଗ୍ରହଣ କରିଛନ୍ତି ଏବଂ ଏହି ଆଧାରରେ ତେଜ ବାହାଦୂରଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହି ମାମଲାରେ ଜଷ୍ଟିସ ମନୋଜ କୁମାର ଗୁପ୍ତାଙ୍କ ଏକକ ବେଞ୍ଚ ଶୁଣାଣି ଶେଷ ହେବା ପରେ 23 ଅକ୍ଟୋବର 2019 ରେ ଏହାର ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ତେବେ କୋର୍ଟ ଏହାର 58 ପୃଷ୍ଠାର ବିଚାରରେ କହିଛନ୍ତି ଯେ ତେଜ ବାହାଦୂରଙ୍କର ଆବେଦନ କରିବାର ଅଧିକାର ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.