ETV Bharat / bharat

କୋରୋନା ଯୋଗୁଁ ମାନସିକ ଚିନ୍ତା ନେଇ ସୁପ୍ରିମକୋର୍ଟଙ୍କ କର୍ମଶାଳା - ସୁପ୍ରିମକୋର୍ଟଙ୍କ କର୍ମଶାଳା

କୋରୋନା ସମୟରେ ଲୋକଙ୍କ ମଧ୍ୟରେ ବଢ଼ିଛି ମାନସିକ ଚିନ୍ତା, ଉଦବେଗ ଓ ଅନାବଶ୍ୟକ କ୍ରୋଧ । ତେବେ ଏନେଇ ସୁପ୍ରିମ କୋର୍ଟ ନେଇଛନ୍ତି ଏକ ନିଆରା ପଦକ୍ଷେପ । ମଙ୍ଗଳବାର ମାନସିକ ସ୍ବାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ଏକ କର୍ମଶାଳା ଆୟୋଜନ କରିବେ ମାନ୍ୟବର କୋର୍ଟ । ଅଧିକ ପଢ଼ନ୍ତୁ...

long-term mental distress,  SC workshop on mental distress,  Supreme Court  mental health issues,  Workshop on mental health issues,  Supreme Court , ମାନସିକ ସ୍ବାସ୍ଥ୍ୟ ସମସ୍ୟାର ସମାଧାନ,  ମାନସିକ ଚିନ୍ତା ନେଇ ସୁପ୍ରିମକୋର୍ଟଙ୍କ କର୍ମଶାଳା, କୋରୋନା ଯୋଗୁଁ ମାନସିକ ଚିନ୍ତା,  ସୁପ୍ରିମକୋର୍ଟଙ୍କ କର୍ମଶାଳା,  ପ୍ରଧାନ ବିଚାରପତି ଏସଏ ବୋବଡେ
କୋରୋନା ଯୋଗୁଁ ମାନସିକ ଚିନ୍ତା ନେଇ ସୁପ୍ରିମକୋର୍ଟଙ୍କ କର୍ମଶାଳା
author img

By

Published : Sep 15, 2020, 10:16 AM IST

ନୂଆଦିଲ୍ଲୀ: କୋରୋନା ଭାଇରସ ମହାମାରୀ ହେତୁ ଦୀର୍ଘ ମାନସିକ ଚିନ୍ତା ଦୂର କରିବା ପାଇଁ ଏକ ନିଆରା ପଦକ୍ଷେପ ନେଇଛନ୍ତି ସୁପ୍ରିମକୋର୍ଟ । ମଙ୍ଗଳବାର ମାନବ ଆଚରଣ ଏବଂ ସହଯୋଗୀ ବିଜ୍ଞାନ ପ୍ରତିଷ୍ଠାନ ସହଯୋଗରେ ମାନସିକ ସ୍ବାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ଏକ କର୍ମଶାଳା ଆୟୋଜନ କରିବେ ମାନ୍ୟବର କୋର୍ଟ।

ସେପ୍ଟେମ୍ବର 12 ରେ, ପ୍ରଧାନ ବିଚାରପତି ଏସ.ଏ ବୋବଡେ କହିଥିଲେ ଯେ ମାନସିକ ସ୍ବାସ୍ଥ୍ୟ ସମସ୍ୟାର ମୁକାବିଲା ତଥା ବୃତ୍ତିଗତ ମାନସିକ ସ୍ବାସ୍ଥ୍ୟ ପରାମର୍ଶ ଦେବା ପାଇଁ ସୁପ୍ରିମକୋର୍ଟ ଏକ ନୂତନ ପଦକ୍ଷେପ ଗ୍ରହଣ କରିବେ। ଏକ ବିବୃତ୍ତି ଅନୁଯାୟୀ, ସାମଗ୍ରିକ ସୁସ୍ଥତାକୁ ସୁନିଶ୍ଚିତ କରିବା ଏବଂ ହିତାଧିକାରୀ- ରେଜିଷ୍ଟ୍ରୀ ଅଫିସର ଏବଂ ଅଫିସିଆଲ, ଓକିଲ ତଥା ମକଦ୍ଦମାକାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ତଥା ସେମାନଙ୍କୁ କୋରୋନା ମହାମାରୀ ଯୋଗୁଁ ଉତ୍ପନ୍ନ ହୋଇଥିବା ଚିନ୍ତା, ଭୟ ଏବଂ ଉଦବେଗ ସହ ମୁକାବିଲା ପାଇଁ ସକ୍ଷମ କରିବାକୁ ପ୍ରଧାନ ବିଚାରପତି ଏହି ପଦକ୍ଷେପ ଆରମ୍ଭ କରିଛନ୍ତି।

‘‘ଏହି ଚାପଗ୍ରସ୍ତ ଏବଂ ପରୀକ୍ଷା ସମୟରେ, ପ୍ରଶାସନର ନେତାମାନେ ସାମ୍ନାରୁ ନେତୃତ୍ବ ନେବା ଆବଶ୍ୟକ ଏବଂ ଚାପ ଓ ଚିନ୍ତାର ମୁକାବିଲା ପାଇଁ ନିଜକୁ ମାନସିକ ସ୍ତରରେ ଦୃଢ଼ ଏବଂ ସୁସଜ୍ଜିତ ରଖିବା ବ୍ୟତୀତ ସମସ୍ତ ଅଧସ୍ତନଙ୍କ ସାମଗ୍ରିକ ସୁସ୍ଥତା ନିଶ୍ଚିତ କରିବା ଆବଶ୍ୟକ ବୋଲି,’’ ଏକ ବିବୃତ୍ତି କୁହାଯାଇଛି । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଆର ଭାନୁମାତିଙ୍କ ଏକ ପୁସ୍ତକର ଭର୍ଚୁଆଲ ଉନ୍ମୋଚନରେ ଏକ ବିଶେଷ ଆଲୋଚନା କରି ଶନିବାର ପ୍ରଧାନ ବିଚାରପତି ମାନସିକ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବା ନେଇ ଗୁରୁତ୍ବାରୋପ କରିଛନ୍ତି, କାରଣ ମହାମାରୀର ଅବସାଦ ଉଦାସୀନତା ଏବଂ ଅନାବଶ୍ୟକ ଆକ୍ରୋଶ ସୃଷ୍ଟି କରିଛି ।

‘‘ପ୍ରଥମ ପଦକ୍ଷେପ ଭାବରେ, ସେପ୍ଟେମ୍ବର 15ରେ ଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ ହ୍ୟୁମାନ ବିହେଭିୟର ଆଣ୍ଡ ଆଲାଇଡ୍ ସାଇନ୍ସେସର ନିର୍ଦ୍ଦେଶକଙ୍କ ସହଯୋଗରେ ‘ମାଇଣ୍ଡ ମ୍ୟାଟର୍ସ’ ନାମକ ଏକ କର୍ମଶାଳା ଆୟୋଜିତ ହେଉଛି । ଭାରତର ସର୍ବୋଚ୍ଚ ନ୍ୟାୟାଳୟର ଆଡିସ୍ନାଲ ବିଲ୍ଡିଂ କମ୍ପ୍ଲେକ୍ସର ମଲ୍ଟିପରପସ ହଲ, ସି ବ୍ଲକ ଠାରେ ଦିନ 3.30ରେ ଏହି କାର୍ଯ୍ୟକ୍ରମ ହେବ । ରେଜିଷ୍ଟ୍ରାର ଏବଂ ଅତିରିକ୍ତ ରେଜିଷ୍ଟ୍ରାର ପଦବୀର ସମସ୍ତ ଅଧିକାରୀ କର୍ମଶାଳାରେ ଯୋଗଦେବେ,’’ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଚାପ, ଭୟ, ଚିନ୍ତା ଏବଂ ଚିନ୍ତାଧାରାକୁ ପରିଚାଳନା କରିବା ପାଇଁ ଏହି କର୍ମଶାଳାର ଆୟୋଜନ କରିବା ନେଇ ମୁଖ୍ୟ ବିଚାରପତି ଚିନ୍ତା କରିଛନ୍ତି । ଏନେଇ ଅଧିକ ତଥ୍ୟ ରଖିଥିବା ଅଧିକାରୀଙ୍କ କହିବାନୁସାରେ, ଯଦିଓ ସର୍ବୋଚ୍ଚ ଅଦାଲତ ପ୍ରଶାସନ କୋଭିଡ-19 ସଂକ୍ରମଣରୁ ସଂପୃକ୍ତ ସମସ୍ତଙ୍କର ଶାରୀରିକ ନିରାପତ୍ତା ଉପରେ ଧ୍ୟାନ ଦେଉଛନ୍ତି, ତଥାପି ମହାମାରୀ ଯୋଗୁଁ ଦୀର୍ଘ ସମୟ ଧରି ମାନସିକ ଚାପ ଦେଖାଦେଇଛି ।

କର୍ମଶାଳାର ଅଭିଜ୍ଞତାରୁ ଶିକ୍ଷା ଅନ୍ୟ କର୍ମଚାରୀ ଏବଂ ଅଂଶୀଦାରମାନଙ୍କ ପାଇଁ ଭବିଷ୍ୟତରେ ବ୍ୟବହୃତ ହେବ । ଜଣେ ଅଧିକାରୀ କହିଛନ୍ତି ଯେ ମାନସିକ ସୁସ୍ଥତା ହେଲ୍ପଡେସ୍କ ଏବଂ ଟେଲିକନ୍ସଲଟେନ୍ସ ପାଇଁ ସୁପ୍ରିମକୋର୍ଟ ଭବିଷ୍ୟତରେ ଚିନ୍ତା କରୁଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.