ETV Bharat / bharat

ଚାଷୀ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟରେ ଆଜି ଶୁଣାଣି

ଗତବର୍ଷ ସେପ୍ଟେମ୍ବରରୁ ଦିଲ୍ଲୀର ବିଭିନ୍ନ ସୀମାନ୍ତରେ କେନ୍ଦ୍ର ସରକାର ତିନୋଟି କୃଷି ଆଇନ ବିରୋଧରେ କୃଷକମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି । ଅଧିକ ପଢନ୍ତୁ...

ଚାଷୀ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟରେ ଆଜି ଶୁଣାଣି
ଚାଷୀ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟରେ ଆଜି ଶୁଣାଣି
author img

By

Published : Jan 11, 2021, 8:54 AM IST

ନୂଆଦିଲ୍ଲୀ: ଅଷ୍ଟମ ଥର ପାଇଁ କେନ୍ଦ୍ର ସରକାର ଓ ଚାଷୀ ସଙ୍ଗଠନଙ୍କ ଆଲୋଚନା ବିଫଳ ହୋଇଛି । ସେପଟେ ଚାଷୀ ସଙ୍ଗଠନ ଦିଲ୍ଲୀର ବିଭିନ୍ନ ସୀମାରେ 40 ଦିନ ଉପରେ ଧାରଣାରେ ବସିଛନ୍ତି । ଏହା ମଧ୍ୟରେ ଆଜି ସୁପ୍ରିମକୋର୍ଟରେ କୃଷି ଆଇନକୁ ଚ୍ୟାଲେଞ୍ଜ କରି ହୋଇଥିବା ଯାଚିକା ଓ ଦିଲ୍ଲୀ ସୀମାରେ ଧାରଣରତ ଚାଷୀଙ୍କ ଉପରେ ଶୁଣାଣି କରିବେ ।

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସଏ ବୋବଡେଙ୍କ ଖଣ୍ଡପୀଠରେ ଶୁଣାଣି ହେବାକୁ ଥିବା ଏହି ମାମଲା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । କାରଣ ଆସନ୍ତା 15 ତାରିଖରେ ପୁଣି ଥରେ କେନ୍ଦ୍ର-କିଶାନଙ୍କ ମଧ୍ୟରେ ବୈଠକ ନିର୍ଦ୍ଧାରିତ ହୋଇଛି ।

କେନ୍ଦ୍ର ସରକାର ଗତ ଥର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ କହିଥିଲେ ଯେ ଏହା ଏବଂ ଚାଷୀ ସଙ୍ଗଠନ ମଧ୍ୟରେ ଥିବା ସମସ୍ତ ପ୍ରସଙ୍ଗରେ ଏକ ସୁସ୍ଥ ଆଲୋଚନା ଚାଲିଛି ଏବଂ ନିକଟ ଭବିଷ୍ୟତରେ ଉଭୟ ପକ୍ଷଏହାର ସମାଧାନ କରିବେ। ଏହା ପରେ କୋର୍ଟ ସରକାରଙ୍କୁ ଆଶ୍ବସନା ଦେଇ କହିଥିଲେ, ଯଦି ବୁଝାମଣା ମାଧ୍ୟମରେ ଏହି ସମସ୍ୟା ସମାଧାନ ହୋଇପାରୁଛି ତେବେ ଜାନୁଆରୀ 11(ଆଜି) ଏହାର ପୁନଃ ଶୁଣାଣି କରାଯିବ ନାହିଁ ।

ଜାନୁଆରୀ 7 ତାରିଖରେ କେନ୍ଦ୍ର-କିଶାନ ସଙ୍ଗଠନ ମଧ୍ୟରେ ଅଷ୍ଟମ ଥର ଲାଗି ବୈଠକ ବସିଥିଲା । ଏହି ବୈଠକରେ ସରକାର ଚାଷୀଙ୍କ କୃଷି ଆଇନକୁ ପ୍ରତ୍ୟାହାର ଦାବି ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ଫଳରେ ଏନେଇ କୌଣସି ସମାଧାନ ବାହାରି ପାରିନାହିଁ । ସେପଟେ, ଆଇନ ରଦ୍ଦ ହେବା ପର୍ଯ୍ୟନ୍ତ ଶେଷ ନିଶ୍ବାସ ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି କିଶାନ କହିଛନ୍ତି ।

ଅଷ୍ଟମ ରାଉଣ୍ଡ ଆଲୋଚନା ପରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଥିଲେ, ଯେ ପ୍ରତ୍ୟାହାର ଦାବିରେ ଚାଷୀମାନେ କୌଣସି ବିକଳ୍ପ ପରାମର୍ଶ ଦେଇନଥିବାରୁ ଏନେଇ କୌଣସି ସିଦ୍ଧାନ୍ତ ବାହାରିପାରି ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.