ETV Bharat / bharat

ଜଙ୍ଗଲ ଜମି ଜବରଦଖଲ ମାମଲାରେ ଅବଦୁଲ ଘାନିଙ୍କ ଆବେଦନକୁ ସୁପ୍ରିମକୋର୍ଟଙ୍କ ଖାରଜ - ଜଙ୍ଗଲ ଜମି ଜବରଦଖଲ

ଜଙ୍ଗଲଜମି ଜବରଦଖଲ ମାମଲାରେ ଜମ୍ମୁ ଓ କାଶ୍ମୀରର ପୂର୍ବତନ ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି ନେତା ଅବଦୁଲ ଘାନି କୋହଲିଙ୍କୁ ସୁପ୍ରିମକୋର୍ଟରୁ ଝଟକା । ଜମ୍ମୁ ଓ କାଶ୍ମୀର ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଥିଲେ ଘାନି । ଅଧିକ ପଢନ୍ତୁ...

ଜଙ୍ଗଲ ଜମି ଜବରଦଖଲ ମାମଲାରେ ଜମ୍ମୁ-କାଶ୍ମୀରର ପୂର୍ବତନ ମନ୍ତ୍ରୀଙ୍କ ଆବେଦନକୁ ସୁପ୍ରିମକୋର୍ଟଙ୍କ ଖାରଜ

author img

By

Published : Mar 13, 2020, 7:31 PM IST

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ପୂର୍ବତନ ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି ନେତା ଅବଦୁଲ ଘାନି କୋହଲିଙ୍କୁ ସୁପ୍ରିମକୋର୍ଟରୁ ଝଟକା । ଜଙ୍ଗଲଜମି ଜବରଦଖଲ ମାମଲାରେ ଅବଦୁଲ ଘାନିଙ୍କ ଯାଚିକାକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ଜମ୍ମୁ ଓ କାଶ୍ମୀର ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଥିଲେ ଘାନି ।

ଜଷ୍ଟିସ ୟୁୟୁ ଲଲିତ ଏବଂ ଜଷ୍ଟିସ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟର ବେଞ୍ଚ ଜାମ୍ମୁ କାଶ୍ମୀରର ପୂର୍ବତନ ମନ୍ତ୍ରୀ ଅବଦୁଲ ଘାନି କୋହଲିଙ୍କ ଆବେଦନକୁ ଖାରଜ କରିଛନ୍ତି । କୋହଲିଙ୍କ ଜମ୍ମୁର ସୁନାୱାନର ନୋବାବାଦ ଗ୍ରାମରେ ଥିବା କୋହଲିଙ୍କ ଜଙ୍ଗଲ ଜମିରେ ତାଙ୍କ ପରିବାର ଦ୍ବାରା ପରିଚାଳିତ ଶିକ୍ଷାନୁଷ୍ଠାନଗୁଡ଼ିକର ଯାଞ୍ଚ ପାଇଁ ନିର୍ଦ୍ଦେଶ ଜମ୍ମୁ ଓ କାଶ୍ମୀରର ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲା ହାଇକୋର୍ଟରେ ରହିଛି । ତେଣୁ କୋହଲିଙ୍କ ଏହି ଆବେଦନକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.