ETV Bharat / bharat

ଚାଷୀ ଆନ୍ଦୋଳନରେ ସୁପ୍ରିମକୋର୍ଟଙ୍କ ରାୟ: କମିଟି ଗଠନ କରି ତୁରନ୍ତ କରାଯାଉ ସମାଧାନ - farmer protest in delhi

ଚାଷୀ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ । କୃଷକଙ୍କ ଧାରଣା ଜାତୀୟ ପ୍ରସଙ୍ଗ ପାଲଟିବା ଆଗରୁ ତୁରନ୍ତ କରାଯାଉ ସମାଧାନ । ଅଧିକ ପଢନ୍ତୁ...

କମିଟି ଗଠନ କରି ସହମତି କରାଯାଉ ସମାଧାନ
କମିଟି ଗଠନ କରି ସହମତି କରାଯାଉ ସମାଧାନ
author img

By

Published : Dec 16, 2020, 3:29 PM IST

ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ନେଇ ଚାଷୀ ଆନ୍ଦୋଳନ ଜାରି ରହିଛି । ଚାଷୀଙ୍କ ଏହି ଆନ୍ଦୋଳନକୁ ନେଇ ବୁଧବାର(ଆଜି) ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ଚାଷୀଙ୍କ ଧାରଣା ଜାତୀୟ ପ୍ରସଙ୍ଗ ହେବା ପୂର୍ବରୁ ଏହାକୁ ସାମାଧାନ ହେବା ଦରକାର । ଏଥିପାଇଁ କୋର୍ଟ କୃଷକଙ୍କ ପକ୍ଷ ଶୁଣିବାକୁ ଚାହୁଁଛନ୍ତି । ଏହି ସହ କୃଷକ ସଙ୍ଗଠନଗୁଡିକୁ ଏକ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ । ଏହାର ସମାଧାନ ଲାଗି କମିଟି ଗଠନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ସହ ସହମତିରେ ସମାଧାନ କରିବାକୁ କହିଛନ୍ତି ସୁପ୍ରିମକୋର୍ଟ ।

ଏହି କମିଟି କେନ୍ଦ୍ର ଓ ଆନ୍ଦୋଳନକାରୀଙ୍କୁ ନେଇ ଗଠନ କରାଯିବ । ସମସ୍ତ ପକ୍ଷକୁ ନେଇ କମିଟି ଗଠନ ପାଇଁ ସଲିସିଟର ଜେନେରାଲ ତୁଷାର ମେହେଟାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ତେବେ ଆସନ୍ତାକାଲି ମାମଲାର ପରବର୍ତ୍ତୀ ଶୁଣାଣି କରିବେ କୋର୍ଟ ।

ନୂତନ କୃଷି ବିଲକୁ ବିରୋଧ କରି ଦିଲ୍ଲୀ ସୀମାରେ 21 ଦିନ ଧରି ଚାଷୀମାନେ ଆନ୍ଦୋଳନରେ ବସିଛନ୍ତି । ତୁରନ୍ତ ଆନ୍ଦୋଳନ ହଟାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାସ୍ତା ବନ୍ଦ ଯୋଗୁଁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହା କାରଣକୁ ଆଗକୁ କୋରୋନା ସଂକ୍ରମଣ ବୃଦ୍ଧି ହୋଇପାରେ ବୋଲି ଚିନ୍ତା ପ୍ରକଟ କରିଥିଲେ ସୁପ୍ରିମକୋର୍ଟ । ନଚେତ ଏହା ଜାତୀୟ ପ୍ରସଙ୍ଗରେ ପରିଣତ ହେବ । ଏଥିସହିତ ସିଲିସିଟର ଜେନେରାଲ ଏବଂ ଆବେଦନକାରୀଙ୍କୁ କୃଷକ ସଙ୍ଗଠନର ନାମ ଦାଖଲ କରିବାକୁ କୋର୍ଟ କହିଛନ୍ତି ।

ପ୍ରଧାନବିଚାରପତି ଜଷ୍ଟିସ ଏସଏ ବୋବଡେ ଏବଂ ଜଷ୍ଟିସ ଏସ ବୋପାନ୍ନା ଏବଂ ଭି ରାମା ସୁବ୍ରମଣ୍ୟମକୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.