ETV Bharat / bharat

ଅଦାଲତ ଆବମାନନା ମାମଲାରେ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଦୋଷୀ ସାବ୍ୟସ୍ତ

author img

By

Published : Aug 14, 2020, 2:42 PM IST

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଓ ନ୍ୟାୟପାଳିକଙ୍କ ବିରୋଧରେ ବିବୀଦୀୟ ଟ୍ବିଟ କରି ଅଡୁଆରେ ଫସିଥିଲେ ପ୍ରଶାନ୍ତ ଭୂଷଣ । ଅଗଷ୍ଟ 3 ତାରିଖରେ ସେ ଏନେଇ ସତ୍ୟପାଠରେ ଭୁଲ ମଧ୍ୟ ମାଗିଥିଲେ । ଅଧିକ ପଢନ୍ତୁ...

କୋର୍ଟ ଆବମାନନା ମାମଲାରେ ପ୍ରଶାନ୍ତ ଭୂଷଣ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ଅଦାଲତ ଅବମାନନା ମାମଲାରେ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ଦୋଷୀ ସାବ୍ୟସ୍ତ । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଓ ନ୍ୟାୟପାଳିକଙ୍କ ବିରୋଧରେ ବିବୀଦୀୟ ଟ୍ବିଟ କରିଥିଲେ ପ୍ରଶାନ୍ତ ଭୂଷଣ । ଯାହାର ଆଜି କୋର୍ଟ ଶୁଣାଣି କରି ପ୍ରଶାନ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆସନ୍ତା 20 ତାରିଖରେ ତାଙ୍କ ଦଣ୍ଡବିଧାନ ଉପରେ ବିଚାର କରାଯିବ ।

ଜଷ୍ଟିସ ଅରୁଣ ମିଶ୍ର, ଜଷ୍ଟିସ ବିଆର ଗାଭାଇ ଓ ଜଷ୍ଟିସ କ୍ରୀଷ୍ଣ ମୁରଲୀ ମାମଲା ଶୁଣାଣି କରି ତାଙ୍କୁ ଦଣ୍ଡବିଧାନ କରିଛନ୍ତି । ଅଗଷ୍ଟ 3ରେ ପ୍ରଶାନ୍ତ ଭୂଷଣ ସତ୍ୟପାଠ ଜରିଆରେ ନିଜର ଟ୍ବିଟକୁ ନେଇ କ୍ଷମା ମାଗିଥିଲେ । କିନ୍ତୁ ଏହାକୁ କୋର୍ଟ ଗ୍ରହଣ କରିନଥିଲେ ।

ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବେଡ ସୁପରବାଇକରେ ବସିଥିବା ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ହେଲମେଟ ପିନ୍ଧିନଥିବା ସିଜେଆଇଙ୍କୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ ପ୍ରଶାନ୍ତ ଭୂଷଣ । ଏହାକୁ ନେଇ ବିବାଦ ହେବାରୁ ସେ ସତ୍ୟପାଠ ଜରିଆରେ ଭୁଲ ମାଗିଥିଲେ । ଏଥିସହ ସେ କହିଥିଲେ ମୁଖ୍ୟ ବିଚାରପତିଙ୍କ ବିରୁଦ୍ଧରେ ମନ୍ତବ୍ୟ ଦେବା ସୁପ୍ରିମକୋର୍ଟଙ୍କ ଅବମାନନା ନୁହେଁ । ଏଭଳି ବୟାନ ନ୍ୟାୟପାଳିକାର ଗାରିମାକୁ କ୍ଷୁର୍ଣ୍ଣ କରୁନାହିଁ ବୋଲି ସେ କହିଥିଲେ । ତେବେ ତଥାପି ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.