ETV Bharat / bharat

ସମସ୍ତ ରାଜ୍ୟରେ କୋରୋନା ଟେଷ୍ଟ ପାଇଁ ସମାନ ମୂଲ୍ୟ: ସୁପ୍ରିମକୋର୍ଟ

author img

By

Published : Jun 19, 2020, 3:30 PM IST

ଦେଶର ବିଭିନ୍ନ ସ୍ଥାନରେ କୋରୋନା ଟେଷ୍ଟ ପାଇଁ ଅଲଗା ଅଲଗା ମୂଲ୍ୟ ନିଆଯାଉଛି, ଯାହା ଉପରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଦୃଷ୍ଟି ଦେବା ପାଇଁ କହିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସମସ୍ତ ରାଜ୍ୟରେ କୋରୋନା ଟେଷ୍ଟ ପାଇଁ ସମାନ ମୂଲ୍ୟ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ କୋରୋନା ଟେଷ୍ଟ ପାଇଁ ଅଲଗା ଅଲଗା ମୂଲ୍ୟ ନିଆଯାଉଛି, ଯାହା ଉପରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଦୃଷ୍ଟି ଦେବା ପାଇଁ କହିଛନ୍ତି । ଆଉ ଏହାକୁ ଦୃଷ୍ଟିରେ ରଖି ଉକ୍ତ ପ୍ରସଙ୍ଗରେ କେନ୍ଦ୍ରକୁ ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କହିଛନ୍ତି । ଏହାସହ କୋରୋନା ରୋଗୀଙ୍କର ଉପଯୁକ୍ତ ଯତ୍ନ ନିଆଯାଉଛି କି ନାହିଁ ସେ ଉପରେ ସମସ୍ତ ଡାକ୍ତରଖାନା ଯାଞ୍ଚ କରିବା ପାଇଁ ସମସ୍ତ ରାଜ୍ୟ ବିଶେଷଜ୍ଞଙ୍କୁ ପ୍ୟାନେଲ ଗଠନ କରିବା ଉଚିତ ବୋଲି କହିଛନ୍ତି ।

ଏହାର କାରଣ ହେଉଛି ପୂର୍ବରୁ କୋରୋନା ଟେଷ୍ଟିଂ ପାଇଁ ଏକ ଧାର୍ଯ୍ୟ ମୂଲ୍ୟ ରହିଛି । କେଉଁଠି କୋରୋନା ପରୀକ୍ଷା ପାଇଁ ଅଧିକ ମୂଲ୍ୟ ନିଆଯାଉଛି । ଏହାକୁ ଦୃଷ୍ଟିରେ ରଖି ଜଷ୍ଟିସ ଅଶୋକ ଭୂଷଣ, ଏସ କେ କୌଲ ଏବଂ ଏମ ଆର ଶାହାଙ୍କୁ ନେଇ ଗଠିତ ଏକ ବେଞ୍ଚରେ ଏହା ନିର୍ଦ୍ଦେଶ ଦେଇଛନ୍ତି । ଶୁଣାଣି ସମୟରେ ସମସ୍ତ ରାଜ୍ୟରେ କୋଭିଡ-19 ଟେଷ୍ଟିଂ ମୂଲ୍ୟରେ ସମାନତା ରହିବା ଉଚିତ ବୋଲି କହିଛନ୍ତି ।

ଶୁଣାଣି ବେଳେ ଏହା ମଧ୍ୟ କହିଛନ୍ତି ଯେ ନିର୍ଦ୍ଧାରିତ ମୂଲ୍ୟରେ ପୁଣି କିଛି ଅଭିଯୋଗ ଆସିଲେ କୋର୍ଟ ଏହାର ସମାଧାନ କରିବେ ନାହିଁ ସେଥିପ୍ରତି କେନ୍ଦ୍ରକୁ ଧ୍ୟାନ ରଖିବ । ଏହା ମଧ୍ୟ କୁହାଯାଇଛି ଯେ ରୋଗୀ ସେବା ଉପରେ ନଜର ରଖିବା ପାଇଁ ଡାକ୍ତରଖାନାରେ ସିସିଟିଭି ସ୍ଥାପନ ପାଇଁ ଏକ ନିର୍ଦ୍ଦେଶ ପାସ୍ କରିବାକୁ କୋର୍ଟ ବିଚାର କରିପାରନ୍ତି ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.