ETV Bharat / bharat

ସାଉଦି ଆରବରେ ପର୍ଯ୍ୟଟକଙ୍କୁ ଛୋଟ ଡ୍ରେସ ମନା - ପର୍ଯ୍ୟଟକଙ୍କୁ ଛୋଟ ଡ୍ରେସ ମନା

ସାଉଦି ଆରବରେ ପର୍ଯ୍ୟଟକ ଟାଇଟ୍‌ ପୋଷାକ ପିନ୍ଧିଲେ ଏବଂ ସର୍ବସାଧାରଣରେ ଚୁମ୍ବନ କଲେ, ସେମାନଙ୍କୁ ଫାଇନ୍‌ ଦେବାକୁ ହେବ ।

ଫାଇଲ ଫଟୋ
author img

By

Published : Sep 30, 2019, 9:08 AM IST

ରିୟାଦ: ସାଉଦି ଆରବ ପ୍ରଥମ ଥର ପାଇଁ ଆରମ୍ଭ କରିଛି ପର୍ଯ୍ୟଟକ ଭିସା । କିନ୍ତୁ ଏହା ସହିତ ଦେଶ ପର୍ଯ୍ୟଟକଙ୍କ ପାଇଁ କିଛି ନିୟମ ମଧ୍ୟ ଲାଗୁ କରିଛି । ଏହି ନିୟମ ସେଠାକାର ସଂସ୍କୃତି ଏବଂ ଚାଲି-ଚଳନ ସହ ଜଡିତ ଅଛି । ଏହି ନିୟମ ଅନୁଯାୟୀ, ପର୍ଯ୍ୟଟକ(ଉଭୟ ପୁରୁଷ ଓ ମହିଳା) ଶାଳୀନତାର ସହ ପୋଷାକ ପିନ୍ଧିବେ ଏବଂ ସର୍ବସାଧାରଣରେ ଚୁମ୍ବନ କରିବାରୁ ନିବୃତ ରହିବେ। ଏଭଳି ନକରିବା ଦ୍ବାରା ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସାଉଦି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

ପର୍ଯ୍ୟଟକଙ୍କ ପାଇଁ ଲାଗୁ ହୋଇଥିବା ନୂଆ ନିୟମ ଅନୁଯାୟୀ, ପର୍ଯ୍ୟଟକ ଟାଇଟ୍‌ ବା ଚିପା ପୋଷାକ ପିନ୍ଧିଲେ ଏବଂ ସର୍ବସାଧାରଣରେ ଚୁମ୍ବନ କଲେ, ସେମାନଙ୍କୁ ଫାଇନ୍‌ ଦେବାକୁ ହେବ । ଏହି ନିୟମ ଅଧିନରେ ଏଭଳି 19 ଗତିବିଧିକୁ ଅପରାଧୀକ ଶ୍ରେଣୀରେ ସାମିଲ କରାଯାଇଛି । ଯେଉଁଥିରେ ମଦ୍ୟପାନ, ରାସ୍ତା କଡରେ ଅଳିଆ ଆବର୍ଜନା ପକାଇବା, ଛେପ ପକାଇବା, ବିନା ଅନୁମତିରେ ଲୋକଙ୍କ ଫଟୋ କିମ୍ବା ଭିଡିଓ ଉଠାଇବା ଏବଂ ନମାଜ ସମୟରେ ଗୀତ ବଜାଇବା ଆଦି ସାମିଲ ଅଛି । ନିୟମ ଉଲଙ୍ଘନକାରୀଙ୍କୁ 50 ରିୟାଲରୁ 6 ହଜାର ରିିୟାଲ ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିପାରେ ।

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ସାଉଦି ଆରବ 49 ଦେଶ ପାଇଁ ପର୍ଯ୍ୟଟକ ଭିସାର ଶୁଭାରମ୍ଭ କରିଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.