ETV Bharat / bharat

ସରକାରଙ୍କ ବିରୋଧରେ ଓଲଟା ନିଷ୍ପତ୍ତି, ରାଜ୍ୟପାଳଙ୍କ ଉପରେ ବର୍ଷିଲେ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ - ରାଜ୍ୟପାଳଙ୍କ ଉପରେ ବର୍ଷିଲେ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ

କୋରୋନା ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରେ ଦିଲ୍ଲୀର ସ୍ଥାନ ଏବେ 12ରେ ପହଞ୍ଚିଛି । ଆଜି ଠାରୁ ତୃତୀୟ ପର୍ଯ୍ୟାୟ ସିରୋଲୋଜିକା ସର୍ଭେ ଆରମ୍ଭ ହେବାକୁ ଯାଉଛି । ଅଧିକ ପଢନ୍ତୁ...

ରାଜ୍ୟପାଳଙ୍କ ଉପରେ ବର୍ଷିଲେ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ

author img

By

Published : Aug 1, 2020, 3:12 PM IST

ନୂଆଦିଲ୍ଲୀ: ଦିଲ୍ଲୀର ସଠିକ ରଣନୀତି କୋରୋନା ବିରୁଦ୍ଧରେ ଲଢିବାରେ ସକ୍ଷମ ହୋଇଛି । ଦେଶର ଦ୍ବିତୀୟ ଓ ତୃତୀୟ ସର୍ବାଧିକ ମାମଲା ରେକର୍ଡ ହେଉଥିବା ଦିଲ୍ଲୀ ଏବେ 12 ତମ ସ୍ଥାନକୁ ଖସିଛି । ଏପରି ସ୍ଥିତିରେ ଦିଲ୍ଲୀରେ ତୃତୀୟ ପର୍ଯ୍ୟାୟ ସିରୋଲୋଜିକାଲ ସର୍ଭେ ଆରମ୍ଭ ହୋଇଛି । ସ୍ବାସ୍ଥ୍ୟ ମନ୍ତ୍ରୀ ସତେନ୍ଦ୍ର ଜୈନ ଗଣମାଧ୍ୟମ ସହ କଥାବାର୍ତ୍ତା କରିଛନ୍ତି । ଦେଶରେ କୋରୋନା ସଂକ୍ରମଣ ମାମଲା 21 ଦିନରେ ଦୁଇ ଗୁଣ ହେଉଛି । ସେଠି ଦିଲ୍ଲୀରେ ମାମଲା ଦୁଇ ଗୁଣ ହେବାକୁ 50 ଦିନ ଲାଗୁଛି । ବର୍ତ୍ତମାନ ଦିଲ୍ଲୀ ହସ୍ପିଟାଲରେ 2932 ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ।

ଗୋଟିଏ ପରେ ଦେଶର ରାଜଧାନୀରେ କୋରୋନା ସଂକ୍ରମଣ ମାମଲା ହ୍ରାସ ପାଇବାରେ ଲାଗୁଛି । ଅନ୍ୟପଟେ ଦେଶରେ ତ୍ରୀବଗତିରେ ବୃଦ୍ଧି ପାଉଛି । ଗତ 24 ଘଣ୍ଟାରେ ଦେଶରେ 57 ହଜାର ମାମଲା ସାମ୍ନାକୁ ଆସିଛି । ଆଜି ଠାରୁ ଅନଲକ 3.0 ଆରମ୍ଭ ହୋଇଯାଇଛି । ଏହା ଉପ ସତେନ୍ଦ୍ର ଜୈନ କହିଛନ୍ତି, ଲକଡାଉନରୁ ଦିଲ୍ଲୀବାସୀ ବହୁତ କିଛି ଜାଣିବାକୁ ପାଇଛି । କୋରୋନା ରୋକିବାକୁ ବିଭିନ୍ନ ପଦକ୍ଷେପ ଆପଣାଇଥିଲା । ମାସ୍କ, ସାମାଜିକ ଦୂରତାକୁ ବାଧ୍ୟତାମୂଳକ ଭାବେ ପାଳନ କରିବାକୁ ହେବ ।

ଗଣମାଧ୍ୟମକୁ ସ୍ବାସ୍ଥ୍ୟମନ୍ତ୍ରୀ କୋରୋନା ସମ୍ପର୍କୀତ ତଥ୍ୟ ଦେବା ସମୟରେ ରାଜପାଳ ଅନୀଲ ବୈଜଲଙ୍କୁ ଟାର୍ଗେଟ କରିଥିଲେ । ଅନଲକ ତୃତୀୟ ପର୍ଯ୍ୟାୟରେ ଦିଲ୍ଲୀ ସରକାର ହୋଟେଲ ଖୋଲିବା ସହ ତିନୋଟି ବଡ ନିଷ୍ପତ୍ତି ନେଇଥିଲେ । ହେଲେ ଦିଲ୍ଲୀ ସରକାରଙ୍କ ଏହି ନିଷ୍ପତ୍ତିକୁ ରାଜ୍ୟପାଳ ଓଲଟାଇ ଦେଇଛନ୍ତି । ଯାହାକୁ ନେଇ ସେ କହିଛନ୍ତି, ଉତ୍ତରପ୍ରଦେଶରେ ହୋଟେଲ ଖୋଲାରହିଛି, ଦିଲ୍ଲୀ ବୋର୍ଡରର ଗାଜିଆବାଦ ଓ ନୋଏଡା ଓ ହରିୟାଣା ମଧ୍ୟ ଖୋଲାରହିଛି । ଏହି ସବୁ ସ୍ଥାନରେ କୋରୋନା ସଂକ୍ରମଣ ମାତ୍ରାଧିକ ଥାଇ ମଧ୍ୟ ସେଠାରେ ଖୋଲିବାକୁ ଅନୁମତି ମିଳିଛି । ଅଥଚ ଦିଲ୍ଲୀରେ ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ ତାକୁ ଖୋଲିବାକୁ ଦିଆଯାଉନାହିଁ । ତେବେ ଏହା ରାଜ୍ୟପାଳଙ୍କ ଇଚ୍ଛା, ଆମେ କେନ୍ଦ୍ର ସରକାରଙ୍କ ଅନଲକ ପ୍ରକ୍ରିୟା ମାଧ୍ୟମରେ ଖୋଲିବାକୁ ନିଷ୍ପତ୍ତି ନେଇଥିଲୁ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.