ETV Bharat / bharat

ମନ୍ଦିର ପାଇଁ ଟ୍ରଷ୍ଟ କିନ୍ତୁ ମସଜିଦ ପାଇଁ କାହିଁକି ନୁହେଁ: ଶରଦ ପାୱାର - BJP

ଏନସିପି ସୁପ୍ରିମୋ ଶରଦ ପାୱାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶ୍ନ କରିଛନ୍ତି ମନ୍ଦିର ପାଇଁ ଟ୍ରଷ୍ଟ ଗଠନ କରାଯାଉଛି କିନ୍ତୁ ମସଜିଦ ପାଇଁ କାହିଁକି ନୁହେଁ । ବିଜେପି ଦିନକୁ ଦିନ ଦୁର୍ବଳ ହେଉଛି ଓ ଆମେ ଆମ ସଂଗଠନ ମଜବୁତ କରି ବିଜେପିକୁ ହରାଇବୁ ବୋଲି ପାୱାର କହିଛନ୍ତି ।

sarad power says trust for rama temple but why not for mosque in ayodhya
ମନ୍ଦିର ପାଇଁ ଟ୍ରଷ୍ଟ ଗଠନ କିନ୍ତୁ ମସଜିଦ ପାଇଁ କାହିଁକି ନୁହେଁ : ଶରଦ ପାୱାର
author img

By

Published : Feb 20, 2020, 2:34 PM IST

ଲକ୍ଷୌ: ମହାରାଷ୍ଟ୍ରରେ ବିଜେପିକୁ ପରାଜୟର ସ୍ବାଦ ଚଖାଇବା ପରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଅଧ୍ୟକ୍ଷ ଶରଦ ପାୱାରଙ୍କ ନଜର ଦେଶର ସବୁଠୁ ବଡ ରାଜ୍ୟ ଉତ୍ତରପ୍ରଦେଶରେ ଦଳର ସଂଗଠନ ମଜବୁତ କରିବା ପାଇଁ ଚାହୁଁଛନ୍ତି । ଲକ୍ଷୌରେ ଦଳର ରାଜ୍ୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ହୋଇଥିଲା ଏଠାରେ ଯୋଗ ଦେଇଛନ୍ତି ।

ଦେଶର ମାହୋଲ ଅଲଗା ପ୍ରକାରର ରହିଛି, ଯେଉଁମାନେ ଶାସନ ଗାଦିରେ ବସିଛନ୍ତି ସେମାନେ ସାଧାରଣ ଲୋକଙ୍କର ସମସ୍ୟାକୁ ଅଣଦେଖା କରୁଛନ୍ତି । ଦେଶର ଇତିହାସରେ ଉତ୍ତରପ୍ରଦେଶର ସ୍ବତନ୍ତ୍ର ସ୍ଥାନ ରହିଛି । ସବୁଠୁ ବଡ ନେତା ଉତ୍ତର ପ୍ରଦେଶରେ ଜନ୍ମଗ୍ରହଣ କରିଛନ୍ତି । ଏହି ଅବସରରେ ଶରଦ ପାୱାର ରାମ ମନ୍ଦିର ଟ୍ରଷ୍ଟକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ଯେତେବେଳେ ରାମ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ଗଠନ କରାଯାଉଛି କିନ୍ତୁ ମସଜିଦ ନିର୍ମାଣ ପାଇଁ କାହିଁକି ଅଣଦେଖା କରାଯାଉଛି । ଏହି ଦେଶର ସରକାର ସମସ୍ତଙ୍କର ଏବଂ ସମସ୍ତଙ୍କର ଅଧିକାର ରହିଛି ବୋଲି ପାୱାର କହିଛନ୍ତି ।

ଗତ ବର୍ଷ ନଭେମ୍ବରରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ପାଞ୍ଚଜଣ ଖଣ୍ଡପୀଠ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ରାୟ ପ୍ରକାଶ କରିଥିଲେ । ବିବାଦୀୟ 2.5 ଏକର ଜାଗାରେ ରାମମନ୍ଦିର ନିର୍ମାଣ ପାଇଁ ନିର୍ମୋହି ଆଖଡାକୁ ପ୍ରଦାନ କରାଯାଇଛି । ସୁପ୍ରିମକୋର୍ଟ ସ୍ବତନ୍ତ୍ର ଭାବରେ ମସଜିଦ ନିର୍ମାଣ ପାଇଁ ସ୍ବତନ୍ତ୍ର ଭାବେ 5ଏକର ଜାଗା ସୁନ୍ନୀ ୱାକଫ ବୋର୍ଡକୁ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ 5 ତାରିଖ ଦିନ ରାମ ମନ୍ଦିର ନିର୍ମାଣ ପାଇଁ 'ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ' ନାମରେ ଟ୍ରଷ୍ଟ ଘୋଷଣା କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.