ନୂଆଦିଲ୍ଲୀ: ଆଗକୁ ମହାରାଷ୍ଟ୍ରର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର କଂଗ୍ରେସ ସୁପ୍ରିମୋ ଶରଦ ପାଓ୍ବାର ସୋନିଆ ଗାନ୍ଧୀଙ୍କୁ ଭେଟିବାକୁ ଦିଲ୍ଲୀରେ ପହଞ୍ଚିଛନ୍ତି । ସୋନିଆଙ୍କୁ ଭେଟିବା ସହିତ ତାଙ୍କ ସହିତ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ ମହାରାଷ୍ଟ୍ରରେ କଂଗ୍ରେସ ଓ ରାଷ୍ଟ୍ରବାଦୀ କଂଗ୍ରେସ ମଧ୍ୟରେ ମେଣ୍ଟ ହେବା ନେଇ ସ୍ଥିର ହୋଇଛି । ଏହି ଦୁଇ ଦଳ ମୋଟ 288 ଆସନରେ 50 ପ୍ରତିଶତ ଆସନରେ ପ୍ରାର୍ଥୀ ଦେବେ ବୋଲି ସ୍ଥିର ହୋଇଛି । ତେବେ ପୁଣେର କିଛି ଆସନରେ ପ୍ରାର୍ଥୀ ଦେବା ନେଇ ଦୁଇ ଦଳ ମଧ୍ୟରେ ମତଭେଦ ରହିଛି । ସେପଟେ ପ୍ରକାଶ ଆମ୍ବେଦକରଙ୍କ ପାର୍ଟିକୁ ମଧ୍ୟ ଏହି ମେଣ୍ଟରେ ସାମିଲ କରିବା ପାଇଁ ଆଲୋଚନା ଚାଲିଥିବା ଜଣାପଡ଼ିଛି ।
ତେବେ ଆସନ ବୁଝାମଣା ଓ ଆମ୍ବେଦକର ଦଳକୁ ମେଣ୍ଟରେ ସାମିଲ ନେଇ ଉଭୟ ଦଳର ନେତା ଭିନ୍ନ ଭିନ୍ନ ମତ ଦେଉଥିବା ଜଣାପଡ଼ିଛି। ଶରଦ ଓ ସୋନିଆଙ୍କ ଏହି ବୈଠକରେ ଏହି ସମସ୍ୟାର ସମାଧାନ ହେବା ନେଇ ଦଳୀୟ ନେତୃବୃନ୍ଦ ଆଶାବାଦୀ ଅଛନ୍ତି।