ETV Bharat / bharat

କୂଳ ବେଉସା ଫେରାଇବାକୁ ସାପୁଆ କେଳାଙ୍କ ଦାବି - Sapera community

ବୁଡି ଯାଉଛି କୂଳ ବେଉସା । ଆଉ ଏହାକୁ ବଞ୍ଚାଇ ରଖିବା ସହ ରୋଜଗାରର ପନ୍ଥା ଯୋଗାଇ ଦେବାକୁ ସାପୁଆ କେଳାମାନେ ସରକାରଙ୍କୁ ଦାବି କରିଛନ୍ତି ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Aug 8, 2019, 2:45 AM IST

ଚଣ୍ଡିଗଡ: ହରିୟାଣା ଫରିଦାବାଦ ଜିଲ୍ଲା ଅନ୍ତର୍ଗତ ମୋହନା ଗାଁରେ ଭାରତୀୟ ଧୁମନ୍ତୁ ସପେରା ବିକାଶ ମହାସଂଘ ପକ୍ଷରୁ ରାଜ୍ୟସ୍ତରୀୟ ଓପନ ସାଂସ୍କୃତିକ ପ୍ରତିଯୋଗିତାର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଦେଶର କୋଣ ଅନୁକୋଣରୁ ଶତାଧିକ ସାପୁଆ କେଳାମାନେ ଭାଗ ନେଇଛନ୍ତି । ସେମାନେ ଏତେ ସୁନ୍ଦର ତୁମ୍ବା ଓ ବିନ ବଜାଉଛନ୍ତି ଯେ, ଲୋକେ ନାଚିବାକୁ ବାଧ୍ୟ ହେଉଛନ୍ତି ।

ଏହି କାର୍ଯ୍ୟକ୍ରମ ଆୟୋଜନର ଉଦ୍ଦେଶ୍ୟ ହେଉଛି ବହୂ ପୂର୍ବରୁ ସାପୁଆ କେଳାମାନେ ତୁମ୍ବା ଓ ବିନ ବଜାଇ ଯେପରି ନିଜର ପେଟ ପୋଷୁଥିଲେ ତାହାକୁ ଲୋକଙ୍କ ମଧ୍ୟରେ ଜୀବିତ ରଖିବା । ମୋଟାମୋଟି ଭାବେ କହିବାକୁ ଗଲେ ଏହି ସଂସ୍କୃତିକୁ ବିଲୋପ ହେବାରୁ ରକ୍ଷା କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ତେବେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସପେରା ଜାତିର ଶିକ୍ଷିତ ପିଲାମାନଙ୍କୁ ସମ୍ମାନିତ ମଧ୍ୟ କରାଯାଉଛି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

କାର୍ଯ୍ୟକ୍ରମରେ କେଳାମାନେ ଘଣ୍ଟା ଘଣ୍ଟା ଧରି ତୁମ୍ବା ଓ ବିନ ବଜାଇ ପ୍ରତିଯୋଗିତା କରିଥିଲେ । ପ୍ରତିଯୋଗିତାରେ ଦୂରଦୂରନ୍ତାରୁ ପହଞ୍ଚିଥିବା ସାପୁଆ କେଳା ଜାତିର ପଦାଧିକାରୀମାନେ କହିଛନ୍ତି ଯେ, ସରକାର ଓ୍ବାଇଲ୍ଡ ଆକ୍ଟ 1952 ଲଗାଇ ଆମର ରୋଜଗାର ବନ୍ଦ କରି ଦେଇଛନ୍ତି । ବିନ ବଜାଇ ଗାଁମାନଙ୍କରେ ସାପ ଦେଖାଇ ପେଟ ପୋଷୁଥିଲୁ ହେଲେ ସରକାର ତାହା ଆମଠାରୁ ଛଡେଇ ନେଇଛନ୍ତି । ଏହା ଆମର କୂଳ ବେଉସା ଥିଲା ।

ସେମାନଙ୍କର ଦାବି ହେଉଛି, 'ଜୁ' ବା ଚିଡିଆଖାନାମାନଙ୍କରେ ରହୁଥିବା ସାପମାନଙ୍କର ଦେଖାଶୁଣା କରିବା ପାଇଁ ଆମକୁ ଚାକିରି ଦିଆଯାଉ । ଯାହାଦ୍ବାରା ଆମକୁ ରୋଜଗାରର ପନ୍ଥା ମିଳିବା ସହିତ ସାପମାନଙ୍କର ମଧ୍ୟ ମୃତ୍ୟୁ ସଂଖ୍ୟା କମିବ ।

Intro:Body:

breaking

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.