ଡେରାଡୁନ: ଏଣିକି ଉତ୍ତରାଖଣ୍ଡ ସମସ୍ତ ରେଲୱେ ଷ୍ଟେସନର ନାମ ଉର୍ଦ୍ଦୁ ଭାଷା ବଦଳରେ ସଂସ୍କୃତରେ ଲେଖାଯିବ । ପ୍ଲାଟଫର୍ମର ନାମ ହିନ୍ଦୀ, ଇଂରାଜୀ ଉର୍ଦ୍ଦୁରେ ଲେଖାଯାଇଛି । ଆଗକୁ ଉର୍ଦ୍ଦୁ ଭାଷା ପରିବର୍ତ୍ତେ ସଂସ୍କୃତ ଭାଷାରେ ଲେଖାଯିବ । ରେଳ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
ଏଭଳି ନିଷ୍ପତ୍ତି ରେଳ ମାନୁଆଲ୍ରେ ହିସାବରେ ଏ ଭଳି ଗ୍ରହଣ କରାଯାଇଛି ବୋଲି କହିଛି ରେଳ ବିଭାଗ । ମାନୁଆଲ୍ରେ ରେଳ ଷ୍ଟେସନର ନାମ ହିନ୍ଦୀ, ଇଂରାଜୀ ଏବଂ ରାଜ୍ୟର ଦ୍ବିତୀୟ ଭାଷାରେ ଲେଖାଯିବ ବୋଲି ଉଲ୍ଲେଖ ରହିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ବର୍ଷ 2010ରେ ଉତ୍ତରାଖଣ୍ଡ ସରକାର ସଂସ୍କୃତକୁ ରାଜ୍ୟର ଦ୍ବିତୀୟ ଭାଷାର ମାନ୍ୟତା ଦେଇଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶ ରାଜ୍ୟରେ ସଂସ୍କୃତ ଭାଷାର ବିକାଶ, ପ୍ରଚାର ପ୍ରସାର କରାଇବା ଲକ୍ଷ୍ୟରେ ଏହି ନିଷ୍ପତ୍ତ ନିଆଯାଇଥିଲା ବୋଲି କହିଥିଲେ । ଉତ୍ତରାଖଣ୍ଡ ପରେ ବର୍ଷ 2019ରେ ହିମାଚଳ ସରକାର ମଧ୍ୟ ସଂସ୍କୃତଙ୍କୁ ରାଜ୍ୟର ଦ୍ବିତୀୟ ରାଜଭାଷାରେ ମାନ୍ୟତା ଦେଇଥିଲେ ।