ETV Bharat / bharat

ସଂସଦରେ ବିଶୃଙ୍ଖଳା; 3 AAP ସାଂସଦ ନିଲମ୍ବିତ, ସଞ୍ଜୟ ସିଂହଙ୍କୁ ଉଠାଇନେଲେ ମାର୍ଶାଲ - ଆମ ଆଦମୀ ପାର୍ଟି ସାଂସଦ

ଚାଷୀ ଆନ୍ଦୋଳନକୁ ନେଇ ବିରୋଧ ଓ ବିଶୃଙ୍ଖଳିତ ଆଚରଣ ଯୋଗୁଁ ଆମ ଆଦମୀ ପାର୍ଟିର 3 ଜଣ ସାଂସଦଙ୍କୁ ଗୋଟିଏ ଦିନ ପାଇଁ ନିଲମ୍ବନ କରିଦେଇଛନ୍ତି ରାଜ୍ୟସଭା ଅଧ୍ୟକ୍ଷ । ଅଧକ ପଢନ୍ତୁ...

ସଂସଦରେ ବିଶୃଙ୍ଖଳା; 3 APP ସାଂସଦ ନିଲମ୍ବିତ, ସଞ୍ଜୟ ସିଂହଙ୍କୁ ଉଠାଇନେଲେ ମାର୍ଶାଲ

author img

By

Published : Feb 3, 2021, 5:56 PM IST

ନୂଆଦିଲ୍ଲୀ: ସଡକରୁ ସଂସଦ ଯାଏଁ ପହଞ୍ଚିଛି ଦିଲ୍ଲୀ ସୀମାରେ ଜାରି ଚାଷୀ ଆନ୍ଦୋଳନ । ଦୀର୍ଘ ଦିନରୁ ଦିଲ୍ଲୀ ସୀମାରେ ଜାରି ଚାଷୀ ଆନ୍ଦୋଳନର ତାତି ଏବେ ସଂସଦରେ ମଧ୍ୟ ଅନୁଭୂତ ହେଉଛି । ତେବେ ଚାଷୀ ଆନ୍ଦୋଳନକୁ ନେଇ ବିରୋଧ ଓ ବିଶୃଙ୍ଖଳିତ ଆଚରଣ ଯୋଗୁଁ ଆମ ଆଦମୀ ପାର୍ଟିର 3 ଜଣ ସାଂସଦଙ୍କୁ ଗୋଟିଏ ଦିନ ପାଇଁ ନିଲମ୍ବନ କରିଦେଇଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ।

ସଂସଦରେ ବିଶୃଙ୍ଖଳା; 3 APP ସାଂସଦ ନିଲମ୍ବିତ, ସଞ୍ଜୟ ସିଂହଙ୍କୁ ଉଠାଇନେଲେ ମାର୍ଶାଲ

ବୁଧବାର ସକାଳୁ କ୍ରମାଗତ ହଟଗୋଳ ମଧ୍ୟରେ ଚାଷୀ ଆନ୍ଦୋଳନକୁ ନେଇ ରାଜ୍ୟସଭାରେ ଦେଖାଦେଇଥିଲା ବିଶୃଙ୍ଖଳା ସ୍ଥିତି । 3 ଜଣ ଆମ ଆଦମୀ ପାର୍ଟି ସାଂସଦ ରାଜ୍ୟସଭା ଅଧ୍ୟକ୍ଷଙ୍କ ପୋଡିୟମ ସାମ୍ନାକୁ ଆସି ଚାଷୀ ଆନ୍ଦୋଳନକୁ ନେଇ ସରକାରଙ୍କ ବିରୋଧରେ ସ୍ଳୋଗାନ ଦେଇଥିଲେ ।

ଚେତାବନୀ ସତ୍ତ୍ବେ ଆପ ସାଂସଦମାନେ ନିଜ ଆସନକୁ ଫେରିନଥିଲେ । ତେବେ ବିଶୃଙ୍ଖଳିତ ଆଚରଣ ଯୋଗୁଁ 255 ନିୟମ ଆଧାରରେ ଏମାନଙ୍କୁ ରାଜ୍ୟସଭାରୁ ଦିନକ ପାଇଁ ନିଲମ୍ବନ କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ।

ନିଲମ୍ବିତ ସାଂସଦଙ୍କ ମଧ୍ୟରେ ଆପ ନେତା ସଞ୍ଜୟ ସିଂହ ମଧ୍ୟ ସାମିଲ ଅଛନ୍ତି । ଉପରାଷ୍ଟ୍ରପତି ସାଂସଦ ସଞ୍ଜୟଙ୍କୁ ନିଜ ସିଟ୍‌କୁ ଫେରିବାକୁ ଅନୁରୋଧ କରିଥିଲେ । ହେଲେ ସାଂସଦ ରାଜ୍ୟସଭା ଅଧ୍ୟକ୍ଷଙ୍କ କଥା ନ ମାନିବାରୁ ତାଙ୍କୁ ମାର୍ଶାଲ ଲଗାଇ ଜୋର ଜବରଦସ୍ତ ରାଜ୍ୟସଭାରୁ ଉଠାଇ ବାହାରକୁ ନିଆଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.