ETV Bharat / bharat

କଂଗ୍ରେସ ଶାସିତ ରାଜ୍ୟରୁ ଗାଏବ ସଞ୍ଜୟ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି - କଂଗ୍ରେସ

କଂଗ୍ରେସର ବରିଷ୍ଠ ନେତା ସଞ୍ଜୟ ଗାନ୍ଧୀଙ୍କ ମୃତ୍ୟୁ ବାର୍ଷିକୀରେ ଲଜ୍ଜାଜନକ ପରିସ୍ଥିତିର ସମ୍ମୁଖୀନ ହୋଇଛି କଂଗ୍ରେସ । ଗତ 3 ମାସରୁ ମଧ୍ୟପ୍ରଦେଶରେ କ୍ଷମତାରେ ଥିବା ସତ୍ବେ ସଞ୍ଜୟ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଚୋରି ହେବା ଘଟଣାରୁ ଅବଗତ ନାହିଁ ଦଳ ।

ସଞ୍ଜୟ ଗାନ୍ଧୀ
ସଞ୍ଜୟ ଗାନ୍ଧୀ
author img

By

Published : Jun 24, 2020, 5:42 PM IST

ଭୋପାଲ: କଂଗ୍ରେସର ବରିଷ୍ଠ ନେତା ସଞ୍ଜୟ ଗାନ୍ଧୀଙ୍କ ମୃତ୍ୟୁ ବାର୍ଷିକୀରେ ଲଜ୍ଜାଜନକ ପରିସ୍ଥିତିର ସମ୍ମୁଖୀନ ହୋଇଛି କଂଗ୍ରେସ । ଗତ 3 ମାସରୁ ମଧ୍ୟପ୍ରଦେଶରେ କ୍ଷମତାରେ ଥିବା ସତ୍ତ୍ବେ ସଞ୍ଜୟ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଚୋରି ହେବା ଘଟଣାରୁ ଅବଗତ ନାହିଁ ଦଳ । ତେବେ ଅତ୍ୟନ୍ତ ଆଶ୍ଚର୍ଯ୍ୟର କଥା ହେଉଛି ଏହି ପ୍ରତିମୂର୍ତ୍ତି ଗତ 30 ବର୍ଷ ଧରି ନିଖୋଜ ଅଛି । ହେଲେ ଦଳର କୌଣସି ନେତା ଏନେଇ ଅଭିଯୋଗ କରିନାହାନ୍ତି ।

କଂଗ୍ରେସ ନେତା ସଞ୍ଜୟ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ବିକାଶ କାର୍ଯ୍ୟ ନାମରେ ଟ୍ରାଫୁକ ଛକ ନିକଟରୁ ହଟାଇ ଦେଇଥିବା ଅଭିଯୋଗ କରିଛନ୍ତି ଦଳର ନେତାମାନେ । ଏନେଇ ସେମାନେ ବିଭାଗୀୟ କମିଶନର ତଥା ଡେପୁଟି ଇନ୍ସପେକ୍ଟର ଜେନେରାଲଙ୍କ ନିକଟରେ ମଙ୍ଗଳବାର ଏକ ସ୍ମାରକପତ୍ର ଦାଖଲ କରିଛନ୍ତି । ଦଳ ଏକ ପଞ୍ଜୀକୃତ ଏଫଆଇଆର ଚାହୁଁଥିବା ସେମାନେ କହିଛନ୍ତି । ତେବେ ମୂର୍ତ୍ତି ବର୍ତ୍ତମାନ କେଉଁଠାରେ ଅଛି ତାହା କେହି ଜାଣିନାହାନ୍ତି ।

ତେବେ ଗତବର୍ଷ ଏହି ଦିବସ ସମୟରେ ସଞ୍ଜୟ ଗାନ୍ଧୀଙ୍କ ଘନିଷ୍ଠ ବନ୍ଧୁ କମଲ ନାଥ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ । କିନ୍ତୁ ଏହି ପ୍ରତିମୂର୍ତ୍ତି ସମ୍ପର୍କରେ କେହି ଆଲୋଚନା ମଧ୍ୟ କରିନଥିଲେ । ପ୍ରତିମୂର୍ତ୍ତିଟି ଏମଜି ରୋଡ ପୋଲିସ୍ ଷ୍ଟେସନ ସମ୍ମୁଖ ରାସ୍ତାରେ 1988 ପର୍ଯ୍ୟନ୍ତ ଥିବା କଂଗ୍ରେସ କାର୍ଯ୍ୟକର୍ତ୍ତା କହିଛନ୍ତି । ଏହାପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ସିଂହ ସଞ୍ଜୟ ସେତୁ ନାମକ ଏକ ଓଭରବ୍ରିଜ୍ ବିକାଶ ପାଇଁ ଘୋଷଣା କରିଥିଲେ। ସେତୁ ନିର୍ମାଣ ପରେ ଏହି ପ୍ରତିମୂର୍ତ୍ତିକୁ ସ୍ଥାନାନ୍ତର କରାଯାଇଥିଲା । ସେହି ଦିନଠାରୁ ଏହି ପ୍ରତିମୂର୍ତ୍ତି ଆଉ ଦେଖାଯାଇନଥିବା ଜଣାପଡିଛି ।

ତେବେ ଏନେଇ ମୁନିସିପାଲଟି କର୍ପୋରେଶନ ଏବଂ ଆଇଡିଏକୁ ଚିଠି ଲେଖିବା ପରେ ମଧ୍ୟ କୌଣସି ସମାଧାନ ହୋଇନଥିଲା ବୋଲି କଂଗ୍ରେସ କାର୍ଯ୍ୟକର୍ତ୍ତା କହିଛନ୍ତି । ଏହି ପ୍ରତିମୂର୍ତ୍ତି ଚୋରି ହୋଇଛି ଏବଂ ଏଥିପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯିବା ଉଚିତ ବୋଲି ସେମାନେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.