ନୂଆଦିଲ୍ଲୀ: କୋରୋନା ଭାଇରସ ଭୟରେ ଚାରିଆଡେ ଚାଲିଛି ସ୍ବଚ୍ଛତା ଅଭିଯାନ । ଘର ଦ୍ବାର ଓ ହାତ ମୁହଁ ଠୁ ଆରମ୍ଭ କରି ସବୁ ସ୍ଥାନକୁ ସଫାସୁତର କରାଯାଉଛି । ତେବେ ଟ୍ରେନରେ ଯାତ୍ରୀ ମାନେ ଦୀର୍ଘ ସମୟ ଧରି ଯାତ୍ରା କରୁଥିବାରୁ ବଡ ବଡ ଷ୍ଟେସନ ଓ ବଗିକୁ ସ୍ବଚ୍ଛ କରାଯାଉଛି ।
ଏନେଇ ଆଜି ପୂର୍ବତଟ ରେଳବାଇର ମାଲଦା ଡିଭିଜନରେ ସମସ୍ତ ଟ୍ରେନର ସଫେଇ କାର୍ଯ୍ୟ ଆରମ୍ଭ । ଟ୍ରେନର ସିଟ୍, ଝରକା, ଟେବୁଲ ଓ ଇଲେକଟ୍ରିକ୍ ସ୍ବିଚ୍ଚ ଗୁଡିକୁ ସାନିଟାଇଜ୍ କରାଯାଉଛି । ରେଲୱେର ସଫେଇ କର୍ମଚାରୀମାନେ ମୁହଁରେ ମାସ୍କ ଓ ହାତରେ ଗ୍ଲୋବସ୍ ପିନ୍ଧି ସତର୍କତାର ସହ ସଫେଇ କରୁଛନ୍ତି ।
ଏପଟେ କମ୍ବଳ ନଦେବାକୁ ରେଳବାଇ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ନିଜ ଜିନିଷ ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଛି । ଏବେ ସୁଦ୍ଧା ଭାରତରେ କୋରୋନା ଦ୍ବାରା 107 ଜଣ ଆକ୍ରାନ୍ତ ହୋଇଥିବା ବେଳେ 2 ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ କୋରୋନାକୁ ଭୟ ନକରି ପରିସ୍ଥିତି ପ୍ରତି ପ୍ରସ୍ତତ ରହିବାକୁ ମୋଦି ଆହ୍ବାନ ଦେଇଛନ୍ତି ।