ହାଇଦ୍ରାବାଦ: ଦକ୍ଷିଣ କୋରିଆନ ଟେକ ଜାଏଣ୍ଟ ସାମସଙ୍ଗ ରବିବାର ଏକ ବଡ ଘୋଷଣା କରିଛି । ଏହି ଘୋଷଣା ମୁତାବକ କମ୍ପାନୀ ଜୁନ 8, ସୋମବାରରେ ଭାରତରେ ଲଞ୍ଚ କରିବାକୁ ଯାଉଛି ଗ୍ୟାଲାକ୍ସି ଟ୍ୟାବ ଏସ6 ଲାଇଟ ଟାବଲେଟ । ଏନେଇ ସମସ୍ତ ପ୍ରସ୍ତୁତି ପ୍ରକ୍ରିୟା ଶେଷ ହୋଇଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ନିଜ ଅଫିସିଆଲ ଟ୍ବିଟରେ #ଗ୍ୟାଲାକ୍ସିଟ୍ୟାବଏସ6ଲାଇଟ ନାମରେ ଟ୍ବିଟ କରିଛି ସାମସଙ୍ଗ ।
କେତେକ ବଜାରରେ ଏହା ଉପଲବ୍ଧ ଥିବା ବେଳେ ଏହାର ମୂଲ୍ୟ ଚୀନ ସହ ସମାନ ରହିବ । ଅର୍ଥାତ୍ ଏହି ଟ୍ୟାବର ମୂଲ୍ୟ ପ୍ରାୟ 30,000 ଟଙ୍କା ରହିବ । ଏନେଇ ଆମାଜନ ଇଣ୍ଡିଆ ଏକ ପେଜରେ ସ୍ବତନ୍ତ୍ର ଭାବେ ୟୁଜର୍ସଙ୍କୁ ସୂଚନା ଦେଇଛି । ଏଥିସହ ଟ୍ୟାବ ପାଇଁ ପ୍ରି-ଅର୍ଡର ମଧ୍ୟ ହୋଇସାରିଛି । ଯାହା ଭାରତୀୟଙ୍କର ଏହି ଟ୍ୟାବ ପ୍ରତି ଆକର୍ଷଣକୁ ସ୍ପଷ୍ଟ କରିଛି ।
ଏହି ଟ୍ୟାବରେ ଆଣ୍ଡ୍ରଏଡ 10, ୟୁଆଇ 2.0 ରହିବ । ଏଥିସହ ଏଥିରେ ଅକ୍ଟା-କୋର ପ୍ରୋସେସର ଟିପସେଟ ରହିବ । ଏଥିରେ 3ଟି ଭାରିଏଣ୍ଟ ରହିବ । ସେ ହେଉଛି 4ଜିବି, 64ଜିବି ଓ 128 ଜିବି ର୍ୟାମ ବିଶିଷ୍ଟ ଷ୍ଟୋରେଜ । ଟ୍ୟାବରେ 10.4 ଇଞ୍ଚର WUXGA ବା 1,200x2,000 ପିକ୍ସେଲର ଟିଏଫଟି ଡିସପ୍ଲେ ରହିବ । ଏଥିରେ 8 ଏମପିର ଗୋଟିଏ ମାତ୍ର କ୍ୟାମେରା ରହିଛି । ଯାହା ଅଟୋ-ଫୋକସ ସପୋର୍ଟ କରେ । ବ୍ୟାଟେରୀ ବ୍ୟାକଅପ୍ ପାଇଁ ଟ୍ୟାବରେ 7040 ଏମଏଏଚର ବ୍ୟାଟେରୀ ରହିଛି । ସେହିପରି କନେକ୍ଟିଭିଟି ପାଇଁ 3.5 ଏମଏମ ଅଡିଓ ଜ୍ୟାକ, ଡୁଆଲ ବ୍ୟାଣ୍ଟ ୱାଇଫାଇ, ବ୍ଲୁଟୁଥ v5.0 ଓ ଜିପିଏସ ରହିଛି ।
@IANS