ନୂଆଦିଲ୍ଲୀ: କୋରିଆନ କମ୍ପାନୀ ସାମସଙ୍ଗ ସ୍ପେସମାକ୍ସ ଫ୍ୟାମିଲି ହବ୍ ନାମକ ସ୍ବତନ୍ତ୍ର ଟେକ୍ନୋଲୋଜି ସହିତ ଭାରତରେ ଲଞ୍ଚ କରିଛି ନୂଆ ରେଫ୍ରିଜରେଟର । ଏହି ରେଫ୍ରିଜରେଟରର କାପାସିଟି 657 ଲିଟର ରଖାଯାଇଛି । ଏହା ବ୍ୟତୀତ ଗ୍ରାହକମାନେ ଏହି ଫ୍ରିଜରେ 21.5 ଇଞ୍ଚର ଜିସପ୍ଲେ ଏବଂ 25 ୱାଟର ସ୍ପିକରର ପାଇପାରିବେ । ଏଠାରେ କହିରଖୁଛୁ ଯେ, କମ୍ପାନୀ ପୂର୍ବରୁ 2018ରେ ଫ୍ୟାମିଲି ହବ୍ 3.0 ରେଫ୍ରିଜରେଟର ମାର୍କେଟକୁ ଆଣିସାରିଛି ।
ସାମସଙ୍ଗ ସ୍ପେସ୍ ମ୍ୟାକ୍ସ ଫ୍ୟାମିଲି ହବ୍ ଫ୍ରିଜ୍ରର ମୂଲ୍ୟ 2,19,900 ଟଙ୍କା ରଖାଯାଇଛି । ତେବେ ଏହି ଫ୍ରିଜ୍ କମ୍ପାନୀର ଅଫିସିଆଲ୍ ସାଇଟ୍ ରିଲାଏନ୍ସ ଡିଜିଟାଲ୍, କ୍ରୋମା ଏବଂ ବିଜୟ ସେଲରେ ଜୁଲାଇ 13 ରୁ 26 ତାରିଖ ପର୍ଯ୍ୟନ୍ତ 1,96,990 ଟଙ୍କା ମୂଲ୍ୟର ପ୍ରି-ବୁକିଂ ପାଇଁ ଉପଲବ୍ଧ କରାଯାଇଛି । ଅଫର ବିଷୟରେ କହିଲେ ଗ୍ରାହକମାନେ ଏହି ଫ୍ରିଜକୁ ପ୍ରି-ବୁକିଂ କରିବା ଦ୍ବାରା 9,000 ଟଙ୍କା କ୍ୟାସବ୍ୟାକ୍ ପାଇବେ । ଏହା ବ୍ୟତୀତ ରେଫ୍ରିଜରେଟର କଂପ୍ରେସର ଉପରେ 10 ବର୍ଷର ୱାରେଣ୍ଟି ମଧ୍ୟ ଦିଆଯିବ ।
ସ୍ପେସ୍ ମ୍ୟାକ୍ସ ଫ୍ୟାମିଲି ହବ୍ ଫ୍ରିଜର ଫିଚର
ଏହାର ଫିଚର ଗୁଡିକୁ ଗ୍ରାହକଙ୍କ ବ୍ୟବହାରକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି । ଫ୍ରିଜରେ 21.5 ଇଞ୍ଚ ଟଚ୍ ଡିସପ୍ଲେ ଦିଆଯାଇଛି । ଯାହା ସାହାଯ୍ୟର ବ୍ୟବହାରକାରୀମାନେ କାର୍ଯ୍ୟ କରିବା ସମୟରେ ଏଥିରେ ଭିଡିଓ ଦେଖିପାରିବେ । ଏହାସହ ଫ୍ରିଜରେ ସାଉଣ୍ଡ ସିଷ୍ଟମ ମଧ୍ୟ ରଖାଯାଇଛି । ଏଥିରେ 25 ୱାଟ ସ୍ପିକର ଯୋଗାଇ ଦିଆଯାଇଛି ।
ଫ୍ରିଜରେ କନେକ୍ଟ ହେବ ଫୋନ୍
ସ୍ପେସ୍ ମ୍ୟାକ୍ସ ଫ୍ୟାମିଲି ହବ୍ ଫ୍ରିଜରେ ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ ଇକୋ-ସିଷ୍ଟମର ସପୋର୍ଟ ରହିଛି । ଏହି ଟେକ୍ନୋଲୋଜି ମାଧ୍ୟମରେ ଉପଭୋକ୍ତାମାନଙ୍କ ସ୍ମାର୍ଟଫୋନ୍ ସବୁବେଳେ ରେଫ୍ରିଜରେଟର ସହିତ କନେକ୍ଟ କରିପାରିବେ । ଏହା ବ୍ୟତୀତ ଉପଭୋକ୍ତାମାନେ ଏହି ଫ୍ରିଜକୁ ନିଜ ଭଏସ୍ ମାଧ୍ୟମରେ ମଧ୍ୟ ଖୋଲିପାରିବେ ।